ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ଆସାମ ରାଇଫଲ ଯବାନ କୁଶ ମାଝି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଣିଜରା ଗ୍ରାମ ପଞ୍ଚାୟତ ର କର୍ଲ।କୋଟ ଗ୍ରାମର କୁଶ ମାଝି ( ସାନ ) ଦୀର୍ଘ ବର୍ଷ ହେଲା ସେ ଆସାମ ରାଇଫଲରେ ଯବାନ ଭାବରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ଦୀର୍ଘ ୨୧ ବର୍ଷ କାଳ ସେ ଯବାନ ଭାବରେ କାର୍ଯ୍ୟ କରି ନିଜର ଦକ୍ଷତା ହାସଲ କରି ଦେଶର ସୁରକ୍ଷା କରୁଥିଲେ । ଦୀର୍ଘ ବର୍ଷ ଚାକିରୀ ପରେ ଗତ ୩୧ ଡିସେମ୍ବର ମାସରେ ସେ ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ ପରେ ଆଜି ସେ ନିଜ ଜନ୍ମ ମାଟି କର୍ଲ।କୋଟ ଗ୍ରାମକୁ ଫେରିବା ସମୟରେ ଜୁନାଗଡରୁ ପ୍ରାୟ ୧୦ କିମି ଯାଏଁ ଏକ ବିରାଟ ଶୋଭାଯାତ୍ରାରେ ନିଜ ଗାଁ କୁ ଆସିଥିଲେ । ଦେଶ ସେବା କରି ନିଜ ଗାଁ କୁ ଆସୁଥିବା ଜାଣି ହଜାର ହଜାର ଜନ ସମାଗମ ହୋଇଥିଲା ଏବଂ ଉପସ୍ଥିତ ଜନସାଧରଣ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏପରିକି ବିଦ୍ୟଳୟ ର ଛାତ୍ର ଛାତ୍ରୀ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ମଧ୍ୟ ଅବସର ଯବାନ ଙ୍କୁ ସ୍ୱାଗତ ଜଣାଇ ତାଙ୍କ ଅବସର ଜୀବନ ସୁଖ ମୟ କାମନା କରିଥିଲେ ।ଏଥିରେ ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ଶିକ୍ଷକ ଅଭି ରାମ ମଙ୍ଗରାଜ ,ପ୍ରଦୀପ ମାଝି ,ବେଣୁଧର ଶବର ,ମଧୁସୂଦନ ଶବର ,କନ୍ଦର୍ପ ନ।ଏକ ସମେତ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅବସର ଆସାମ ରାଇଫଲ ଯବାନ କୁଶ ମାଝି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରାଇରଙ୍ଗପୁର ଷ୍ଟାଡିୟମରେ “ବାମାନଘାଟି ମହୋତ୍ସବ ମାଦଲ-୨୦୨୩” ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ 

Sunil Chandra Nayak

ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ସିଏସ୍ଆର୍ ଉତ୍କର୍ଷତା ପୁରସ୍କାର କାର୍ଯ୍ୟକ୍ରମ 

Sunil Chandra Nayak

ଓଡ଼ିଶା ରାଜ୍ୟସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ 2025 ପାଳନ 

masiha

Leave a Comment

error: Content is protected !!