ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

+୨ ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧନା

+୨ ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧନା 

ନବରଙ୍ଗପୁର:( ତା ୨୨.୫.୨୦୨୬)(ରବି ନାରାୟଣ ମହାନ୍ତି) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ଵାରା ଆୟୋଜିତ +୨ ବିଜ୍ଞାନ,କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷା ୨୦୨୬ ରେ ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲପାଳ ଡ ମହେଶ୍ବର ସ୍ୱାଇଁ ସମ୍ବର୍ଦ୍ଧିତ କରିଛନ୍ତି।ଜିଲ୍ଲାରେ +୨ ବିଜ୍ଞାନ ରେ କୋଷଗୁମୁଡା ବ୍ଲକ୍ ଅନ୍ତର୍ଗତ କର୍ଚାମାଲ ଏସ ଏସ ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସମୀକ୍ଷାରାଣୀ ମାଳି ମୋଟ ୫୫୮ ମାର୍କ ସହ ୯୮ପ୍ରତିଶତ ,କଳା ବିଭାଗରେ ଚନ୍ଦାହାଣ୍ଡି ବ୍ଲକ ର ପାନାବେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିଵ୍ୟାଙ୍ଗ ଛାତ୍ର ଟିକେଶ ସାହୁ ମୋଟ ୫୩୫ ମାର୍କ ସହ ୮୯.୧୬ ପ୍ରତିଶତ ଏବଂବାଣିଜ୍ୟ ବିଭାଗରେ ଧୋଡ଼ିପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ରାଜେଶ ନାଗ ୫୪୮ ମାର୍କ ସହ ୯୧.୩୩ ପ୍ରତିଶତ ରଖି ଜିଲ୍ଲାର ଗୌରବ ଆଣିଛନ୍ତି।ଜିଲ୍ଲପାଳ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି ବୋଲି କହିଥିଲେ।ଜିଲ୍ଲା ତଥା ରାଜ୍ୟରେ ନିଜର ସୁନାମ ସହ ଜିଲ୍ଲାର ଗୌରବ ଆଣିଥିବାରୁ ସମସ୍ତ ବିଭାଗୀୟ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଓ ସ୍ୱାଗତ ଜଣାଇଥିଲେ। ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ପ୍ରଶଂସା ପତ୍ର, ଉପଢ଼ୌକନ ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧନା କରିଥିଲେ। ସମ୍ଭର୍ଦ୍ଧନା ସଭାରେ ପି ଏ, ଆଇ ଟି ଡି ଏ ରାଜୀବ ସାହୁ,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଚନ୍ଦ୍ର ସାହୁ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳଙ୍କ ସମେତ କୃତି ଛାତ୍ରଛାତ୍ରୀଙ୍କ ପିତା ମାତା,ସଂପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ସମ୍ଭର୍ଦ୍ଧନା ସଭାର ଆୟୋଜନ ସହ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ୩ ଗୋଟି ଦାବି ପ୍ରଦାନ

Sunil Chandra Nayak

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜଳବନ୍ଦୀ ଗୁରୁମାଇଗୁଡା ଗସ୍ତ ,ପ୍ରାଥମିକ ବିଦ୍ୟାଳୟ ର ସ୍ଥିତି ପରଖିଲେ

Sunil Chandra Nayak

ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଯାଜପୁରରେ ନୂତନ ସିଟି-ସ୍କାନ ମେସିନ୍ ଓ ମେଡିସିନ୍ ଓପିଡି ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!