ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡାରେ ନାବାଳିକା ଗୁରୁତର

ଡାବୁଗାଁ, ୨୦/୮(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମର ଏକ ନାବାଳିକା କୁ ରବିବାର ସକାଳ ୧୦ଘ ସମୟରେ ଏକ ବିଷାକ୍ତ ସାପ କାମୁଡିବାରୁ ଗୁରୁତର ହୋଇଥିଲେ । ସୂଚନାଯୋଗ୍ୟ:- କେନ୍ଦୁଗୁଡ଼ା ଗ୍ରାମର ପଦୁ ଭତ୍ରା ଜମିରେ କାମ କରୁଥିବା ସମୟରେ ତାଙ୍କ ୧୦ବର୍ଷ ର ଝିଅ ଡ଼ଲି ଭତ୍ରା କୌଣସି କାମ ପାଇଁ ଜମିକୁ ଯାଇଥିଲେ ସେଠାରେ ଏକ ବିଷାକ୍ତ ସାପ ତାଙ୍କ ପାଦକୁ କାମୁଡି ଦେଉଥିଲା | ସାପ କାମୁଡିବା ପରେ ନାବାଳିକା ଟି ଚିତ୍କାର କରିଥିଲେ | ତାଙ୍କ ପଟି ଶୁଣି ଜମିରେ କମ କରୁଥିବା ତାଙ୍କ ବାପା ଓ ଅନ୍ୟ ଲୋକେ ଦୌଡି ଆସି ଦେଖିଥିଲେ ଯେ ଏକ ସାପ ନାବାଳିକାକୁ କାମୁଡି ଦେଇଛି | ନାବାଳିକା କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରା ଯାଇଛି।

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ 

ବରିଷ୍ଠ ଆଇନଜୀବୀ ବଳବନ୍ତ ଉଗ୍ରସେନ ପଟନାୟକଙ୍କ ପରଲୋକ , ରାୟଗଡ଼ା ଓ କାଶୀପୁର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଖବର ସଂଗ୍ରହ ପାଇଁ ଯାଉ ଥିବା ବେଳେ ବାଇକକୁ ପଛପଟୁ ପିଟିଲା ଟ୍ରକ, ସାମ୍ବାଦିକ ଆହତ

masiha

Leave a Comment

error: Content is protected !!