ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋଇଡ଼ାରେ ବିଜେପିର ଜନ ଆକ୍ରୋଷ ରାଲି, ମହିଳାଙ୍କ ଗର୍ଜନ

କୋଇଡ଼ାରେ ବିଜେପିର ଜନ ଆକ୍ରୋଷ ରାଲି, ମହିଳାଙ୍କ ଗର୍ଜନ

କୋଇଡା — କୋଇଡ଼ା ଅଞ୍ଚଳରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ “ଜନ ଆକ୍ରୋଷ ରାଲି” ଆୟୋଜିତ ହୋଇଥିଲା । ବିଶେଷକରି ଏହି ରାଲିରେ ବହୁ ସଂଖ୍ୟକ ମହିଳା ଯୋଗଦେଇ ବିରୋଧୀ ଦଳ ବିରୋଧରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ରାଲି ସମୟରେ ମହିଳାମାନେ ବିଭିନ୍ନ ସ୍ଲୋଗାନ୍ ଦେଇ ମହିଳା ମାନଙ୍କୁ ଉପେକ୍ଷା କରିବା ଉପରେ ସ୍ୱର ଉଠାଇଥିଲେ । ସକାଳୁ ହିଁ କୋଇଡ଼ାର ବିଭିନ୍ନ ପଞ୍ଚାୟତ ଓ ଗ୍ରାମରୁ ଶତାଧିକ ମହିଳା ଓ ଦଳୀୟ କର୍ମୀ ରାଲିରେ ସାମିଲ ହୋଇଥିଲେ । ରାଲିଟି କୋଇଡା ତାରିଣୀ ମନ୍ଦିରରୁ ବାହାରି ସହରର ମୁଖ୍ୟ ରାସ୍ତା ପରିକ୍ରମା କରିଥିଲା । ହାତରେ ପ୍ଲାକାର୍ଡ ଓ ଦଳୀୟ ପତାକା ଧରି ମହିଳାମାନେ କଂଗ୍ରେସ ଦଳ ବିରୋଧରେ ନାରାବାଜି କରିଥିଲେ ।ଏହି ଜନ ଆକ୍ରୋଷ ରାଲିକୁ ନେଇ କୁଇଡ଼ା ଅଞ୍ଚଳରେ ରାଜନୈତିକ ପରିବେଶ ସରଗରମ ହୋଇପଡ଼ିଥିବା ବେଳେ, ଆଗାମୀ ଦିନରେ ଏପରି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି । ମହିଳା ନେତ୍ରୀ ଜୟନ୍ତୀ ମହାନ୍ତ, ସୁନିତା ସାହୁ, ଓ ମଣ୍ଡଳ ସଭାପତି ରାମଚନ୍ଦ୍ର ପଲେଇ, ଉପ ସଭାପତି ଦିଲୀପ ପାତ୍ର, ଯୁବମୋର୍ଚା ସମ୍ପାଦକ ମନୋଜ ବାରିକ, କେନ୍ଦ୍ର ମନ୍ତ୍ରୀ ମାନ୍ୟବର ଜୋଏଲ ଓରାମ ଙ୍କ ପ୍ରତିନିଧି ଚେତନ ନାଏକ ଉପସ୍ଥିତ ରହି ରାଲିକୁ ସମ୍ପାଦନ କରିଥିଲେ 

କୋଇଡାରୁ ଅକ୍ଷୟ ବିଶ୍ବାଳ

Related posts

ମୁରିବାହାଳ ବ୍ଲକରେ ବିଜେଡି ର ସାଂଗଠନିକ ବୈଠକ

Sunil Chandra Nayak

ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ 

masiha

ମୂଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ବିଜେଡ଼ି ଜିଲ୍ଲା ସଭାପତି ଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!