ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆସନ୍ତା ୧୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ତୁଳସୀ ସତ୍ୟାଗ୍ରହ

ଆସନ୍ତା ୧୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ତୁଳସୀ ସତ୍ୟାଗ୍ରହ

ଭବାନୀପାଟଣା :ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟ ନାୟକ ଙ୍କ ନିର୍ଦେଶ କ୍ରମେ ଓଡିଶା ରୁ ତୁଳସୀ ସତ୍ୟାଗ୍ରହ ଚାଲିଛି.ଏହାର ମୁଖ୍ୟ ଉଦେଶ୍ୟ ହେଲା ଜଗନ୍ନାଥ ମନ୍ଦିର ର ୪ ଟି ଦ୍ୱାର ଖୋଲିବା,ମହା ପ୍ରସାଦ କୁ ମାଗଣା ରେ ଯୋଗାଇଦେବା,ମହାପ୍ରଭୁ ଙ୍କ ରତ୍ନ ଭଣ୍ଡାର ର ସମ୍ପତ୍ତି କୁ ଗଣନା କରି ଲୋକ ଲୋଚନ କୁ ଅଣାଯାଉ ଆଦି ଦାବୀ ନେଇ ରାଜ୍ୟ ର ସମସ୍ତ ଗ୍ରାମ,ବୁଥ ସ୍ତରରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ତୁଳସୀ ପତ୍ର ସଂଗ୍ରହ କରାଯିବ.ବ୍ଲକ ସ୍ତରରୁ ଜିଲ୍ଲା ସଭାପତି ,ଜିଲ୍ଲା ସଭାପତି ରୁ ରାଜ୍ୟ ସଭାପତି ଙ୍କ ପର୍ଯ୍ୟନ୍ତ ତୁଳସୀ ପତ୍ର ସଂଗ୍ରହ କରାଯାଇ ଡିସେମ୍ବର ୧ ତାରିଖ ରେ ପ୍ରଭୁ ଜଗନ୍ନାଥ ମନ୍ଦିର କୁ ନିଆଯାଇ ସମର୍ପିତ କରାଯିବ .ପ୍ରତି ଘରେ ପ୍ରତି ଗ୍ରାମର ଲୋକେ କଂଗ୍ରେସ ଦଳ ଆହ୍ୱାନ କରିଥିବା ଗୋଟିଏ ଲେଖାଏଁ ତୁଳସୀ ପତ୍ର ଦେଇ ପ୍ରଭୁ ଙ୍କ ଠାରେ ସମର୍ପିତ କରାନ୍ତୁ ବୋଲି କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି.ପ୍ରତି ପରିବାର ତରଫରୁ ଗୋଟିଏ ଲେଖାଏଁ ତୁଳସୀ ପତ୍ର ଦେବାକୁ ଶ୍ରୀ ବେମାଲ ଆହ୍ୱାନ କରିଛନ୍ତି.ଏହି ସମ୍ମିଳନୀ ରେ ଜିଲ୍ଲା କମିଟି ଉପ ସଭାପତି ମହମ୍ମଦ ଅଲ୍ଲ୍ଲୀ, ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ଯୋଶୀ,ରାଜୀବ ଗାନ୍ଧୀ ପଂଚାୟତ ସଂଘଠନ ସଂଯୋଜକ ସରୋଜ ବାଗ,ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ,ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀ ଓ ସେବା ଦଳ ସଭାପତି ଗଗନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

 

Related posts

ବିଜୁ ଜନତା ଦଳ ତରଫରୁ ଧାମନାଗୁଡ଼ା ପଞ୍ଚାୟତ ବାସୀଙ୍କ ଆନ୍ଦୋଳନ

Sunil Chandra Nayak

ହରେକୃଷ୍ଣ ମହତାବ ଭବନ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହା ଅଭିଯାନ

ରାଇରଙ୍ଗପୁର ରେ ପ୍ରାକ୍ତନ ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!