ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ରେ ବିଶ୍ଵ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

ମ.ରାମପୁର ରେ ବିଶ୍ଵ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

ମ.ରାମପୁର,୧୧/୦୮(ମସୀହା): ମହାଶକ୍ତି ଫାଉଣ୍ଡେସନ ବଲାଙ୍ଗିର ଓ ଏଲଟିଆଇ ମାଇଣ୍ଡ ଟ୍ରି ଫାଉଣ୍ଡେସନ ର ମିଳିତ ଆନୁକୁଲ୍ୟରେ ମଦନପୁର ରାମପୁର ବ୍ଲକ ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ -୨୦୨୪ ପାଳିତ ହୋଇଛି l 

ଏହି ଉପଲକ୍ଷେ ସମ୍ମାନିତ ଅତିଥି ଭାବରେ ଡମ୍ବ କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସ୍ନିଗ୍ଧାରାଣୀ ରଣା ଏବଂ ମହାଶକ୍ତି ଫାଉଣ୍ଡେସନ ର ସ୍ବାସ୍ଥ୍ୟ ପୁଷ୍ଟି ବିଶେଷଜ୍ଞ ପ୍ରଜ୍ଞାରାଣୀ ବାରିକ, ପ୍ରକଳ୍ପ ପରିଚାଳକ ଫିରୋଜ କୁମାର ଠାଠୀ ପ୍ରଭୁତି ଉପସ୍ଥିତ ରହି ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା ମାନଙ୍କୁ ଜନ୍ମରୁ ୬ ମାସ ମା କ୍ଷୀର ଏବଂ ୬ ମାସ ପରେ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ର ମହତ୍ତ୍ଵ ବୁଝାଇଥିଲେ। “ଜୀବନର ପ୍ରଥମ ୧୦୦୦ ଦିନ ର ମହତ୍ତ୍ଵ” ବିଷୟରେ ମହାଶକ୍ତି ଫାଉଣ୍ଡେସନ ର ସ୍ବାସ୍ଥ୍ୟ-ପୁଷ୍ଟି ବିଶେଷଜ୍ଞ ପ୍ରଜ୍ଞାରାଣୀ ବାରିକ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସେ ଉପସ୍ଥିତ ମା ମାନଙ୍କୁ ଶିଶୁ ଓ ମା ମାନଙ୍କପାଇଁ ପୁଷ୍ଟିକର ଖାଦ୍ୟ କିପରି ତିଆରି କରାଯାଏ l ସେ ବିଷୟରେ ବୁଝାଇ ଥିଲେ ଏବଂ ଦେଖାଇଥିଲେ ।

ମହାଶକ୍ତି ଫାଉଣ୍ଡେସନ ଏବଂ ଏଲ ଟି ଆଇ ମାଇଣ୍ଡ ଟ୍ରୀ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ଆସନ୍ତା ଚାରିବର୍ଷ ମଧ୍ୟରେ ମ.ରାମପୁର ବ୍ଲକ ରେ ଥିବା ପାଞ୍ଚଗୋଟି ଗ୍ରାମ ପଞ୍ଚାୟତ ରେ ସମନ୍ୱିତ ଗ୍ରାମ୍ୟ ବିକାଶ ଯୋଜନା ର ପରିକଳ୍ପନା କରାଯାଇଛି। ଏହି ଯୋଜନା ମାଧ୍ୟମରେ ପାଞ୍ଚଗୋଟି ଗ୍ରାମ ପଞ୍ଚାୟତ ରେ ପରିବେଶ ସଂରକ୍ଷଣ, ଜୀବନ ଜୀବିକା, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଓ ପୁଷ୍ଟି ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯିବ l ସ୍ଥାନୀୟ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ସ୍ବାସ୍ଥ୍ୟ ଏବଂ ପୁଷ୍ଟି ର ଉନ୍ନତି ପାଇଁ ଭାରତ ଏବଂ ଓଡ଼ିଶା ସରକାରଙ୍କ ସହାୟତା ରେ ବିଭିନ୍ନ ପଦକ୍ଷେପ ମାନ ହାତକୁ ନିଆଯାଇଛି।

ଉପରୋକ୍ତ କାର୍ଯ୍ୟକ୍ରମକୁ ସମନ୍ୱିତ ଗ୍ରାମ୍ୟ ଉନ୍ନୟନ ଯୋଜନା ର ମ.ରାମପୁର ବ୍ଲକ ସଂଯୋଜକ ଭାଗ୍ୟଶ୍ରୀ ରାଉତ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ

Related posts

୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ , ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

ହେଁସଡା(ସାମିଲ ଗିଦିଘାଟୀ) ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ତାଲା ଓ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ଗୁରୁ ଭକ୍ତ ସମ୍ମିଳନୀ ରେ ଦଶ ହଜାର ଭକ୍ତ ଯୋଗ ଦେଲେ 

Sunil Chandra Nayak

Leave a Comment

error: Content is protected !!