ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତ ବ୍ୟକ୍ତିଙ୍କ ଶବ ସତ୍କାରରେ ବାଧା ସୃଷ୍ଟି କରି ଶବ ପ୍ରତି ଅସମ୍ମାନ ; ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ

ମୃତ ବ୍ୟକ୍ତିଙ୍କ ଶବ ସତ୍କାରରେ ବାଧା ସୃଷ୍ଟି କରି ଶବ ପ୍ରତି ଅସମ୍ମାନ ; ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ 

ରାଇରଙ୍ଗପୁର – ୩୦/୦୯ ମୟୁରଭଞ୍ଜ ଜିଲ୍ଲା, ଚାନ୍ଦୁଆ ଥାନା ଅନ୍ତର୍ଗତ ନୁହାମାଡ଼ିଆ ଗ୍ରାମର ନୀର ମାର୍ଣ୍ଡି (୪୭)ଙ୍କ ମାଆ ରିଣ୍ଟି ମାର୍ଣ୍ଡି (୮0), ଗତ ୨୮ତାରିଖ ସଂନ୍ଧ୍ୟା ସମୟରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଶବ ସତ୍କାର କରିବା ପାଇଁ ତା.୨୯/୦୯/୨୬ ରିଖ ଦିନ ସକାଳେ ୮.00 ଘଟିକା ସମୟ ପରେ ପରିବାରବର୍ଗ ଓ ସମ୍ପର୍କୀୟମାନେ ପ୍ରସ୍ତୁତ ହେଉଥିବା ସମୟରେ ଗ୍ରାମର ଗ୍ରାମମୁଖ୍ୟ ଧ୍ଯାନଚନ୍ଦ୍ର ହାଁସଦାଃ, କାନଗୟ ହାଁସଦାଃ, ନାମକ ମାଝୀ-ପାର୍ଗାନା-ନାୟକେଙ୍କ ନିର୍ଦେଶରେ ଗ୍ରାମବାସୀମାନେ ଗୋଟିଏ ହାଣ୍ଡିଆ ହାଣ୍ଡି, ତିନି ଗୋଟି କୁକୁଡ଼ା ଏବଂ ଦଶ ହଜାର ଟଙ୍କା ଜରିମାନା ଦେବା ପାଇଁ କହିଥିଲେ । ସେସବୁକୁ ଦେବା ପାଇଁ ମନା କରିବାରୁ ସେମାନେ ଜାଣିଶୁଣି ଶବ ସତ୍କାର କରିବାରେ ବାଧା ସୃଷ୍ଟି କରିଥିଲେ । ଶବ ଉପରେ ଅନ୍ୟାୟ, ଅତ୍ୟାଚାର କରିଥିବାର ସେ ଅଭିଯୋଗ କରିଛନ୍ତି ।

ଏହା ସହିତ, ଶବ ବାହାରକୁ ବାହାର କରିବା ବେଳେ ସେମାନେ ଅଟକାଇବା ସହିତ ପରିବାରବର୍ଗ ଏବଂ ବନ୍ଧୁବାନ୍ଧବଙ୍କୁ ପିଟି ପିଟି ମାରିଦେବାର ଧମକ ଦେଇଥିଲେ । ତତସହିତ ଅକଥନୀୟ ଅଶ୍ଳୀଳ ଭାଷା କହି ଅପମାନିତ କରିଥିଲେ ଏବଂ ଠେଙ୍ଗାବାଡି ଦେଖାଇ ବଳପୂର୍ବକ ବାଧା ଦେଇଥିଲେ । ଉକ୍ତ ଘଟଣା ସମୟରେ ପୋଲିସ ପ୍ରଶାସନ ସହିତ ବନ୍ଧୁବାନ୍ଧବ ମାଧବ ଚନ୍ଦ୍ର ମୁର୍ମୁ, କୁନା ମୁର୍ମୁ, ଚୈତନ୍ୟ ହେମ୍ବ୍ରମ ପ୍ରମୁଖ ଙ୍କ ଉପସ୍ଥିତିରେ ପରିବାରକୁ ଗାଁ ଦାଣ୍ଡରେ ଯିବାଆସିବା ଏବଂ ଗୋରୁଗାଈ, ଛେଳି, ଘୁଷୁରୀ ଚରାଇବାକୁ ଦେବେ ନାହିଁ ବୋଲି ଧମକ ଦେଇଥିଲେ ଏବଂ ନିଜର ବିଲବାଡ଼ି, ଜମି ଆଦି ଦେଖିବା ପାଇଁ ତାଙ୍କର ଜମି ହିଡରେ ଯିବାଆସିବାପାଇଁ ନଦେବାର ଧମକ ଦେଇଛନ୍ତି ।

 ଉକ୍ତ ଘଟଣା ଯୋଗୁଁ ମୃତ ବ୍ୟକ୍ତିଙ୍କ ଶବକୁ ସମ୍ମାନଜନକ ଭାବରେ ସତ୍କାର କରିବାରେ ପରିବାର ଲୋକେ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଣୁ ଶବ ସତ୍କାରରେ ବାଧା ସୃଷ୍ଟି କରିଥିବା ଏବଂ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ସେମାନେ ଦାବୀ କରିଛନ୍ତି ।

ଏହାଛଡା ଭବିଷ୍ୟତରେ ଏପରି ଘଟଣା ନଘଟିବା ପାଇଁ ପରିବାରର ସୁରକ୍ଷା ନିଶ୍ଚିତ କରାଯିବା, ଅଭିଯୋଗ ଉପରେ ଗ୍ରହଣ କରାଯାଇଥିବା ଆଇନଗତ ପଦକ୍ଷେପ ସମ୍ପର୍କରେ ଅଭିଯୋଗ କାରି ଙ୍କୁ ଅବଗତ କରାଯିବା ପାଇଁ ଏବଂ ଘଟଣାର ଗମ୍ଭୀରତାକୁ ବିଚାରକରି ନିରପେକ୍ଷ ତଦନ୍ତ କରି ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନାନୁସାରେ ଉଚିତ ପଦକ୍ଷେପ ନେବାକୁ ଅଭିଯୋଗ ପତ୍ର ରେ ନିର ମାରାଣ୍ଡି ଜଣାଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

୩୫ ବର୍ଷରେ ରିଞ୍ଜା ମା’ ଗଜଲକ୍ଷ୍ମୀ ପୂଜା,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Sunil Chandra Nayak

ଗଣେଶ ପୂଜା ପାଳନ

masiha

ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ

masiha

Leave a Comment

error: Content is protected !!