ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଦିଲ୍ଲୀରେ ଆଦିବାସୀ-ଦଳିତ ସ୍ୱାଭିମାନ ସମ୍ମିଳନୀ ସାମାଜିକ ନ୍ୟାୟ, ସମାନ ଅଧିକାର ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ

ନୂଆଦିଲ୍ଲୀରେ ଆଦିବାସୀ-ଦଳିତ ସ୍ୱାଭିମାନ ସମ୍ମିଳନୀ

ସାମାଜିକ ନ୍ୟାୟ, ସମାନ ଅଧିକାର ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ

ନୂଆଦିଲ୍ଲୀ, ୨୯/୦୯: ରାଜଧାନୀ ନୂଆଦିଲ୍ଲୀସ୍ଥିତ ସାଂସଦ ସଭାଗାର ହଲ୍‌ରେ ୨୯ ସେପ୍ଟେମ୍ବର ୨୦୨୬ରେ ଆଦିବାସୀ-ଦଳିତ ସମାଜର ଏକ ମିଳିତ ‘ସ୍ୱାଭିମାନ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଏସ୍‌ସି/ଏସ୍‌ଟି ସାଂସଦ ମଞ୍ଚ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ-ଦଳିତ ଜନପ୍ରତିନିଧି, ସାମାଜିକ କର୍ମୀ ଓ କଂଗ୍ରେସ ନେତାମାନେ ଯୋଗଦେଇଥିଲେ।

ସମ୍ମିଳନୀରେ ସାମାଜିକ ନ୍ୟାୟ, ସମାନ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ରାଜନୈତିକ ପ୍ରତିନିଧିତ୍ୱ ଓ ସମାବେଶୀ ବିକାଶ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବଞ୍ଚିତ ବର୍ଗଙ୍କ ଅଧିକାର ସୁରକ୍ଷା ଏବଂ ସାମାଜିକ ଭେଦଭାବ ଦୂରୀକରଣ ପାଇଁ ସମସ୍ତେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ବକ୍ତାମାନେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ, ସାମାଜିକ ସମାନତା ଓ ନ୍ୟାୟର ସୁରକ୍ଷା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମିଳନୀରେ ମହିଳା କଂଗ୍ରେସ ଓ ଯୁବ କଂଗ୍ରେସର ପ୍ରତିନିଧିମାନେ ମଧ୍ୟ ସକ୍ରିୟ ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ସମସ୍ତ ଉପସ୍ଥିତ ପ୍ରତିନିଧି ଭାରତୀୟ ସମ୍ବିଧାନର ସୁରକ୍ଷା, ସାମାଜିକ ନ୍ୟାୟ ଓ ସମରସତାକୁ ଆଗେଇ ନେବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ସମ୍ମିଳନୀଟି ଶାନ୍ତିପୂର୍ଣ୍ଣ ଭାବେ ସଫଳତାର ସହ ସମାପ୍ତ ହୋଇଥିଲା।

ଓଡ଼ିଶାରୁ ଜାତୀୟ ଆଦିବାସୀ କଂଗ୍ରେସର ଓଡ଼ିଶା ପ୍ରଭାରୀ ସମନ୍ୱୟକ ଶ୍ରୀ ଗଣେଶ ସିଂ ଧ୍ରୁବ, ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସ ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ଯଶବନ୍ତ ନାରାୟଣ ସିଂହ ଲାଗୁରୀ, ଜାତୀୟ ଆଦିବାସୀ କଂଗ୍ରେସ ସମନ୍ୱୟକ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି, ଚାଇବାସାରୁ ଜାତୀୟ ଆଦିବାସୀ କଂଗ୍ରେସ ସମନ୍ୱୟକ ଶ୍ରୀ ଦୀନବନ୍ଧୁ ବୋଇପାଇ ଏବଂ କେନ୍ଦୁଝରର ପୂର୍ବତନ ସାଂସଦ ଶ୍ରୀମତୀ ଶକୁନ୍ତଳା ଲାଗୁରୀ ପ୍ରମୁଖ ଯୋଗଦେଇଥିଲେ।

ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ 

Sunil Chandra Nayak

ରାଜନୈତିକ ଦଳଙ୍କ ସହ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ନେଇ ଏକ ସଭା 

masiha

ଟ୍ୱିନ ସିଟି ପ୍ରେସ୍ରକ୍ଲବର ଅଧକ୍ଷ ତଥା ଜାତୀୟ ଦୁର୍ନୀତି ନିବାରଣ ତଥା ମାନବାଧିକାର କମିଟି ଅଫ ଇଣ୍ଡିଆର ଓଡିଶା ଶାଖା କାର୍ଯ୍ୟକାରୀ ସଭାପତି ସାମ୍ୱାଦିକ ପ୍ରଣବ ବିଶ୍ଵାଳ ସମ୍ବର୍ଦ୍ଧିତ

Leave a Comment

error: Content is protected !!