ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ସୁବିଧାରୁ ବଞ୍ଚିତ ଖୋଲିଭିତର ଗାଁ ; ପ୍ରଶାସନର ସହାୟତାକୁ ଅପେକ୍ଷା

ନୂଆପଡ଼ା : ଗାଁର ଚାରିପଟେ ଘେରି ରହିଛି ଜଙ୍ଗଲ । ପ୍ରତିଦିନ ବିପଦ ସଂଙ୍କୁଳ ରାସ୍ତା ଦେଇ ପାର୍‌ ହେଉଛନ୍ତି ଲୋକେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସୁବିଧା କଥା ନକହିବା ଭଲ । ଦୁର୍ବିସହ ଅଭିଶପ୍ତ ଜୀବନ କାଟୁଛନ୍ତି ଏହି ଦୁର୍ଗମ ଅଞ୍ଚଳ ବାସୀ । ଏଭଳି ଏକ ଗାଁ ହେଉଛି ବୋଡେ଼ନ ବ୍ଲକର ଖୋଲିଭିତର ।

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ନାଗପଡା ପଞ୍ଚାୟତର ଖୋଲିଭିତରରେ ବସବାସ କରୁଛନ୍ତି ୫୦ ରୁ ୬୦ ପରିବାର । ହେଲେ ଏହି ଗାଁରେ ଗମନାଗମନ, ଶିକ୍ଷା, ପାନୀୟଜଳ, ବିଦ୍ୟୁତ ଭଳି ମୌଳିକ ସୁବିଧା ସତେ ଯେମିତି ସାତ ସପନ । ତିନି କିଲୋମିଟର ପାଦ ଚଲା ରାସ୍ତା କିମ୍ବା କଷ୍ଟେ ମଷ୍ଟେ ବାଇକ ଯୋଗେ ଝରଣାମାଲ ଗାଁ କୁ ପହଞ୍ଚିଲେ ଭଲ ରାସ୍ତା ମିଳିଥାଏ । ବର୍ଷା ହେଲେ ଛଅ ମାସ ପର୍ଯ୍ୟନ୍ତ ଜଳବନ୍ଦୀରେ କାଟନ୍ତି ଜୀବନ । ଭଲ ରାସ୍ତାଟିଏ ନଥିବାରୁ ଗର୍ଭବତୀ ହେଉ ଅବା ସାଧାରଣ ରୋଗୀ ଖଟିଆରେ ବୁହା ହୋଇ ଦୀର୍ଘ ଚାରିରୁ ପାଞ୍ଚ କିଲୋମିଟର ନେଲେ ଆମ୍ବୁଲାନ୍ସ ସେବା ମିଳିଥାଏ । କେବଳ ରାସ୍ତା ସମସ୍ୟା ନୁହେଁ ପାନୀୟଜଳ ସମସ୍ୟା ମଧ୍ୟ ଉତ୍କଟ ।

ସରକାର ଯୋଜନା କରିଛନ୍ତି ସତ ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ଦୀର୍ଘ ଦିନ ହେବ ପାଣି ଟାଙ୍କି ଅଧା ହୋଇ ପଡି ରହିଛି । ଫଳରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଆଉ ବିଦ୍ୟୁତ ସେବା ନକହିବା ଭଲ । କିଛି ବର୍ଷ ତଳେ ସୋଲାର ପ୍ଲାଣ୍ଟ କରି ବିଦ୍ୟୁତର ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାର ମରାମତି ଅଭାବରୁ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ।

ସରକାରଙ୍କ ବିକାଶ ସ୍ଲୋଗାନ ‘‘ଗାଁକୁ ଚାଲ ଗାଁକୁ ଗଢ଼’’ ସତେ ଯେମିତି ଏଠାକାର ବାସ୍ତବ ଚିତ୍ର ଦେଖିଲେ ସ୍ଲୋଗାନଟି ଫିକା ଲାଗେ । ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଥିବା ଏହି ଗ୍ରାମବାସୀଙ୍କ ପାଇଁ ସରକାରୀ ଯୋଜନା ହେଉଛି । ମାସମାସ ଧରି ପିଡିଏସ ଠାରୁ ନେଇ ବିଧବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ଏଠାକାର ହିତାଧିକାରୀ । ନିର୍ବାଚନ ସମୟରେ ଭୋଟ ପାଇଁ ଅନେକ ରାଜନେତା ଆସି ବିଭିନ୍ନ ପ୍ରତିଶୃତି ଦିଅନ୍ତି ହେଲେ ନିର୍ବାଚିତ ହୋଇସାରିଲା ପରେ ଦୁଃଖ ଶୁଣିବା ତ ଦୂରର କଥା ସେମାନଙ୍କୁ ଦେଖା ମିଳେନି । ଅପରପକ୍ଷରେ ପ୍ରଶାସନିକ ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ଏହି ଗାଁକୁ ପାଦ ଦେଇନଥାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଏହି ଗାଁକୁ ପ୍ରଶାସନ ଦୃଷ୍ଟି ଦେଇ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗାଁ କୁ ରାସ୍ତା ନାହିଁ , ଖଟିଆରେ ବୋହିଲେ ୩ କିମି, ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

masiha

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

Sunil Chandra Nayak

ଓକିଲ ସଂଘ ତରଫରୁ ମଧୁ ବାବୁ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!