ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ ସପ୍ତାହ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ପରିବହନ ବିଭାଗ ତରଫରୁ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ ସପ୍ତାହ ତା ୦୧/୦୪/୨୦୨୩ ଠାରୁ ତା ୦୭/୦୪/୨୦୨୩ ପର୍ଯ୍ୟନ୍ତ କଡାକଡି ଭାବେ କରାଯାଉଛି। ଏହି ସମୟ ମଧ୍ୟରେ ୦୧ ତାରିଖ ଦିନ ୪୬୮ ଗୋଟି ୦୨ ତାରିଖ ଦିନ ୮୦୬ ଗୋଟି ୦୩ ତାରିଖ ଦିନ ୬୩୪ ଓ ୦୪ ତାରିଖ ଦିନ ୫୮୯ ଗୋଟି ଏପରି ସର୍ବମୋଟ ୨୪୯୭ ଇ ଚାଲାନ କରାଯାଇ ଅମାନିଆ ମାନଙ୍କ ଠାରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ଯର ଜରିମାନା କରାଯାଇଛି। ସେହିପରି ପୋଲିସ ଓ ପରିବହନ ବିଭାଗ ମିଳିତ ଭାବେ ହେଲମେଟ୍ ପିନ୍ଧିନଥିବା,ଦୃତଗତିରେ ଗାଡି ଚଳାଉଥିବା,ସିଟବେଲ୍ଟ ପିନ୍ଧିନଥିବା,ଗାଡି ଚାଳାଉଥିବା ସମୟରେ ଫୋନ ବ୍ଯବହାର କାରୀ ଓ ନାବାଳକ ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯାଉଛି।

         ଅନ୍ଯପଟେ ଦୁର୍ଘଟଣା ରେ ଆହତ ବ୍ଯକ୍ତିଙ୍କୁ ମେଡ଼ିକାଲରେ ପହଞ୍ଚାଇଥିବା ସାହାର୍ଯ୍ଯକାରୀ ଙ୍କୁ ୨୦୦୦ ଟଙ୍କା ପୁରସ୍କୃତ କରାଯିବ ଏବଂ ଗାଡିଭଡା ମଧ୍ୟ ସଙ୍ଗେ ସଙ୍ଗେ ପ୍ରଦାନ କରାଯିବା ପାଇଁ ବିଭାଗ ତରଫରୁ ବ୍ଯବସ୍ଥା କରାଯାଇଅଛି। ସେହିପରି ୨୬ ଜଣ ନାବାଳକ ଚାଳକଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଛି ଓ ଆବଶ୍ୟକ ସ୍ଥଳେ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏହାର ପ୍ରଭାବରେ ଜିଲ୍ଲାରେ ସଡକ ଦୁର୍ଘଟଣା ଦ୍ରୃତ ଗତିରେ ହ୍ରାସ ପାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ଦିନ ମାନଙ୍କରେ ମଧ୍ୟ ଚାଲୁରହିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ତେଣୁ କଳାହାଣ୍ଡି ବାସୀ ସଚେତନ ହୋଇ ଗାଡି ଚଳାଇବା ପାଇଁ ବିଭାଗ ତରଫରୁ ପରିବନ ଅଧିକାରୀ ଶ୍ରୀ ଗତିକୃଷ୍ଣ ସାମନ୍ତରାୟ ଏବଂ ମଟର ଯାନ ନିରୀକ୍ଷକ ଶ୍ରୀବତ୍ସ ଦଲାଇ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ

Sunil Chandra Nayak

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!