ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ସଂଘ ଆମର, ଆମେ ସବୁ ସଂଘର : ବରିଷ୍ଠ କଳାକାର ମହାସଂଘ

ଆମ ସଂଘ ଆମର, ଆମେ ସବୁ ସଂଘର : ବରିଷ୍ଠ କଳାକାର ମହାସଂଘ

ନେଟଙ୍ଗା (ବେଲଗୁଣ୍ଠା), ତା. ୧୬/୯/୨୪ – କଳା ଓ କଳାକାର ହିତୈଷୀ ମହାମଞ୍ଚ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ” ବେଲଗୁଣ୍ଠା ଶାଖାର ଏକ ବନ୍ଧୁ ମିଳନ ଉତ୍ସବ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନେଟଙ୍ଗା ଗ୍ରାମ ସ୍ଥିତ ଶ୍ରୀଶ୍ରୀ ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏବଂ ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନାଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଶୋଭାଯାତ୍ରାରେ ସାରିଆପଲ୍ଲୀ ବଜରଙ୍ଗବାଲୀ ଘଣ୍ଟମୃଦଙ୍ଗ ସଂଘ, ନେଟଙ୍ଗା ଶ୍ରୀଶ୍ରୀ ରଘୁନାଥ ସ୍ବାମୀ ଘଣ୍ଟମୃଦଙ୍ଗ ସଂଘ, ବରପଲ୍ଲୀ ନାମ ସଂକୀର୍ତ୍ତନ ସଂଘ, ଲୁଦୁଲୁଦି ପ୍ରହଲ୍ଲାଦ ନାଟକ ଦଳ ସମେତ ନେଟଙ୍ଗା ଗ୍ରାମ ପଞ୍ଚାୟତ, ଗୋବରା, ବେଣୀପଲ୍ଲୀ, ଇଙ୍ଗିନାଠି, ବଡ ପଡା, ଆମ୍ବପୁଆ, ମଙ୍ଗଳପୁର ଆଦି ଗ୍ରାମାଞ୍ଚଳର କଳାକାର ମାନେ ଅଂଶ ଗ୍ରହଣ କରିଥିଲେ । 

                ବ୍ଳକ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାକୁ ମହାସଂଘ ମହାସଚିବ ରୋଶନ୍ ବିଧିବତ୍ ଉଦ୍ଘାଟନ କରିବା ସହ ‘ଆମ ସଂଘ ଆମର : ଆମେ ସବୁ ସଂଘର’ ମର୍ମରେ ଉପସ୍ଥିତ କଳାକାରମାନଙ୍କୁ ଉଦ୍ ବୋଧନ ଦେଇଥିଲେ । ଉପଦେଷ୍ଟା ନାଟ୍ୟକାର ଜେନା ସବୁ କଳାକାର ଏକ ପରିବାରରେ ଆମେ ବିଶ୍ବାସ ରଖୁ ବୋଲି ମତବ୍ୟକ୍ତ କରିଥିଲେ । ସଂଘ କାର୍ଯ୍ୟକାରୀ ସଭାପତି ନାରାୟଣ ଗୌଡ, ଉପସଭାପତି ଶିବରାମ ରାଉତ, ଉପଦେଷ୍ଟା ପ୍ରଶାନ୍ତ କୁମାର ଜେନା ଓ ଜୁରେଶ୍ବର ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ । ସଂପାଦକ ରଂଜିତ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଈଶ୍ବର ଚନ୍ଦ୍ର ଗୌଡ ସଂଯୋଜନା କରିଥିଲେ । 

          ଆଗାମୀ ଅକ୍ଟୋବର ୬ ତାରିଖରେ ବେଲଗୁଣ୍ଠା ବ୍ଳକ ଶାଖାର ବାର୍ଷିକୋତ୍ସବ ବେଲଗୁଣ୍ଠା ସ୍ଥିତ ଗେଷ୍ଟ୍ ହାଉସ୍ ପରିସରରେ ପାଳନ କରାଯିବା ନେଇ ଆପାତତଃ ସ୍ଥିର କରାଯାଇଥିଲା । ଉକ୍ତ ଦିନ ସାଧାରଣ ସାଂସ୍କୃତିକ ସଭା ବ୍ୟତିରେକେ କଳାକାର ଶୋଭାଯାତ୍ରା ଓ ବିଭିନ୍ନ ଅଞ୍ଚଳର ଲୋକକଳା/ଲୋକନାଟକ ପ୍ରଦର୍ଶନ ନିମନ୍ତେ ସ୍ଥିର କରାଗଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ରାଜେନ୍ଦ୍ର ଗୌଡ, ରମେଶ ଗୌଡ, ପ୍ରଫୁଲ୍ଲ ଭୂୟାଁ, ଗନ୍ଧର୍ବ ସ୍ବାଇଁ, ଗଣେଶ ରାଉତ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଲୋକନାଟକ ଗୁରୁ କାହ୍ନୁଚରଣ ଷଡଙ୍ଗୀ ଆନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସହିଦ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା

Sunil Chandra Nayak

ବୁଗୁଡ଼ା ବାର ଏସୋସିଏସନ ନିର୍ବାଚନ ଫଳାଫଳ  ମାନସ ସଭାପତି ଓ ଶ୍ୟାମ ସମ୍ପାଦକ 

Sunil Chandra Nayak

Leave a Comment

error: Content is protected !!