ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳି ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣା ,୩ ବର୍ଷର ଅସହାୟ ଶିଶୁକୁ ବିଜେଡିର ଆର୍ଥୀକ ସହାୟତା

ହିଞ୍ଜିଳି ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣା ,୩ ବର୍ଷର ଅସହାୟ ଶିଶୁକୁ ବିଜେଡିର ଆର୍ଥୀକ ସହାୟତା

ଭୁବନେଶ୍ୱର,(ଲିପିକା ରାଣୀ ରାଉତ);୦୭/୦୫/୨୦୨୬: ହିଞ୍ଜିଳିର ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣାରେ ଜୀବିତ ୩ ବର୍ଷର ଶିଶୁଙ୍କୁ ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଶିଶୁ ରହୁଥିବା ବ୍ରହ୍ମପୁର ସ୍ଥିତ ଉକ୍ରଳ ବାଳାଶ୍ରମ ଗସ୍ତ କରି ଦଳର ଏକ ପ୍ରତିନିଧିମଣ୍ଡଳୀ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ଶିଶୁ ନାମରେ ବ୍ୟାଙ୍କରେ ସ୍ଥାୟୀ ଜମା ଆକାରରେ ଏହି ଅର୍ଥ ରାଶି ରଖିବା ପାଇଁ ବାଳାଶ୍ରମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଡ. ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ ଓ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ପ୍ରମୁଖ ରହିଥିଲେ ।

Related posts

ସାଂସଦ ଶ୍ରୀ ନିରଞ୍ଜନ ବିଶି ରାଜ୍ୟସଭାରେ ବିପିଏଲ ରାସନ କାର୍ଡ ହିତାଧିକାରୀଙ୍କ ସମ୍ପର୍କରେ କଲେ ପ୍ରଶ୍ନ 

masiha

ମାଜିଷ୍ଟ୍ରେଟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

masiha

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ?

Leave a Comment

error: Content is protected !!