ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ୁମା ଡଙ୍ଗର ଠାରେ ଷ୍ଟେଟ ବେଙ୍କ ର ନୂତନ ଲିଙ୍କ ଶାଖା ଉଦ୍ଘାଟନ

ଡ଼ୁମା ଡଙ୍ଗର ଠାରେ ଷ୍ଟେଟ ବେଙ୍କ ର ନୂତନ ଲିଙ୍କ ଶାଖା ଉଦ୍ଘାଟନ 

ବନ୍ଧୁଗାଁ ତା, ୩୦/୧୨/୨୪ ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତର ଡୁମା ଡଙ୍ଗର ଠାରେ ଷ୍ଟେଟ ବେଙ୍କର ନୂତନ ଶାଖାକୁ କୁମ୍ଭାରି ପୁଟ ଷ୍ଟେଟ ବ୍ୟାଙ୍କର ମେନେଞ୍ଜର ଶ୍ରୀ ବିଜୟ କୁମାର ବେହେରା ଙ୍କଦ୍ୱାରା ଆଜି ରିବନ କଟାଯାଇ ଶୁଭ ଉଦ୍ଘାଟନ କରିଥିଲେ I ଏହି ଶାଖାର ସି.ଏସ.ପି ଲିଙ୍କ ବ୍ରାଞ୍ଚ ର ଅଧିକାରୀ କୁନ୍ତଲା କାଣ୍ଡ ଏଠାର ଦାୟୀତ୍ୱ ତୁଳାଇବେ I 

ଏହି ଲିଙ୍କ ଶାଖା ଦ୍ୱାରା ଉପାନ୍ତ ଅଞ୍ଚଳରେ ହାତପାହାନ୍ତାରେ ଲୋକ ପାଇବେ ଏବେ ବ୍ୟାଙ୍କ ସେବା I ବାରମ୍ବାର ଗ୍ରାମବାସୀ ଏଠାରେ ଲିଙ୍କ ଶାଖା ପାଇଁ ଦାବୀ କରିଆସୁଥିଲେ । ଆଜି ଅପରାହ୍ନ ୪ଟା ସମୟରେ ଦେଖିବାକୁ ମିଳିଛି ଷ୍ଟେଟ ବ୍ୟାଙ୍କର ନୂତନ ସାଖା ଖୋଲିଛି । ଆଖପାଖ ଅଞ୍ଚଳର ଲୋକ ଏବେ ହାତପାହାନ୍ତାରେ ପାଇପାରିବେ ବ୍ୟାଙ୍କ ସେବା । ଗ୍ରାମବାସୀ ବହୁ ଖୁସି ହୋଇଥିବା ଦେଖିବାକୁ ମିଳିଛି । ଉଦ୍ ଘାଟନ ସମୟରେ ବିଜେଡି ଦଳର କର୍ଡିନେଟର ଦୋଷମତି ପ୍ରାସ୍କା, ଗାରିଡି ପଞ୍ଚାୟତର ସରପଞ୍ଚ ମତି ମାଣ୍ଡିଙ୍ଗ, ଗୋପୀନାଥ ବିଡ଼ିକା, ଲକି କଞ୍ଜାକା, ଓ ଅଞ୍ଚଳର ଅନେକ ବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ I 

   ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ରାସାୟନିକ ସଙ୍କଟ ପରବର୍ତ୍ତୀ ପରିଚାଳନାକୁ ନେଇ ବୈଠକ

Sunil Chandra Nayak

ରାଉରକେଲା ପାୱାର ହାଉସ୍ ରୋଡ୍ ପାର୍କିଂର ଏକ ବନ୍ଦ କିଓସ୍କରୁ ମୃତଦେହ ଠାବ

Sunil Chandra Nayak

ରାଇରଙ୍ଗପୁରରେ ଡିକେଏମସି କ୍ଳବ୍ ତରଫରୁ ନଵ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଉତ୍ସ୍ବଷିତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!