ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପ୍ରଶଂସାପତ୍ର ପ୍ରଦାନ

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପ୍ରଶଂସାପତ୍ର ପ୍ରଦାନ

ଢେଙ୍କାନାଳ ( ମ ସୀ ହା )୦୭/୦୩_ନିକଟରେ ମୋ ସ୍କୁଲ୍ ଅଭିଯାନରେ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପ୍ରଶଂସାପତ୍ର ପ୍ରଦାନ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଢେଙ୍କାନାଳ ସଚେତନ ନାଗରିକ ଫୋରମର ଜିଲ୍ଲା ଶିକ୍ଷା ବିଭାଗର ପ୍ରାକ୍ତନ ସଭାପତି,ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ମୋ ସ୍କୁଲ ଅଭିଯାନର ଦଳମୁଖ୍ୟ ଡା. ଦେବୀ ପ୍ରସାଦ ମିଶ୍ର,’ମୋ ସ୍କୁଲ ଅଭିଯାନ’ର ଲକ୍ଷ୍ୟ,ଉଦ୍ଦେଶ୍ୟ,କାର୍ଯ୍ୟକାରିତା ଓ ଢେଙ୍କାନାଳ ଜିଲ୍ଲାରେ ଏହାର ସଫଳତା ପାଇଁ ବିଦ୍ୟାଳୟ ଗୁଡିକର ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ଏକକ ଅଥବା ଦଳଗତ ଭାବରେ ସ୍ବ ଅନୁଦାନ ଅର୍ଥ ରାଶିର ଦୁଇଗୁଣ ଅର୍ଥରାଶି ଓଡ଼ିଶା ସରକାରଙ୍କ ଏକ ଶହ କୋଟି ଟଙ୍କାର କର୍ପସ ଫଣ୍ଡରୁ ଅନୁଦାନ ପାଇ ମୋଟ ତିନିଗୁଣ ଅର୍ଥରାଶିରେ ନିଜେ ପଢିଥିବା ବିଦ୍ୟାଳୟ ଗୁଡିକର ଆବଶ୍ୟକତା ଅନୁସାରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ ।ଏହି ଅର୍ଥ ଦାନ ବ୍ୟତୀତ ସେମାନେ ଆବଶ୍ୟକୀୟ ଦ୍ରବ୍ୟ ଓ ସେବା ପ୍ରଦାନ କରି ପ୍ରତ୍ୟେକ ବିଦ୍ୟାଳୟ ଆଲୁମିନି ଆସୋସିଏସନର ସମସ୍ତ ସଭ୍ୟ,ସଭ୍ୟାମାନେ ମଧ୍ୟ ବିଦ୍ୟାଳୟର ସମ୍ପର୍କର ସେତୁବଂଧ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରି ଶିକ୍ଷା କ୍ଷେତ୍ରରେ ଆମ ଢେଙ୍କାନାଳ ଜିଲ୍ଲାକୁ ସର୍ବଶ୍ରେଷ୍ଠ କରିବା ପାଇଁ ସର୍ବଦା ଚେଷ୍ଟିତ ହେବାକୁ ସୁପରାମର୍ଶ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା କରିବାର ମୂଳ ଉଦ୍ଦେଶ୍ୟ ଥିଲା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଲୁମିନି ସଭାପତି ଗୁପ୍ରେଶ୍ଵର ମିଶ୍ର ସରକାରଙ୍କ ମୋ ସ୍କୁଲ୍ ଅଭିଯାନ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଢେଙ୍କାନାଳ ମାନ୍ୟବର ସାଂସଦ ମହେଶ ସାହୁଙ୍କର ସହଯୋଗ ଫଳରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇ ପାରିଛି ବୋଲି ଦୃଢ଼ ମତପ୍ରକାଶ କରିଥିଲେ । ଆଗାମୀ ଦିନରେ ଏହିଭଳି ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ। ମୋ ସ୍କୁଲ୍ ଅଭିଯାନ ଆରମ୍ଭ ସମୟରେ ଅନେକ ପ୍ରାକ୍ତନ ଛାତ୍ରୀ ଛାତ୍ର ବିଭିନ୍ନ ସହାୟତା ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଡା.ଦେବୀ ପ୍ରସାଦ ମିଶ୍ର ଓ ବିଦ୍ୟୁତଲତା ନାୟକ,ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କାଇମାଟି, ଢେଙ୍କାନାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦିକା ତଥା ପୂର୍ବତନ ଛାତ୍ରୀ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଢେଙ୍କାନାଳ ଉଭୟେ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ପ୍ରତ୍ୟେକ ପାଞ୍ଚହଜାର ଟଙ୍କାର ଚେକ ମୋଟ ଦଶ ହଜାର ଅର୍ଥରାଶି ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ହସ୍ତରେ ପ୍ରଦାନ କରିଥିଲେ । ଏହାର ଦୁଇଗୁଣ ସରକାରୀ ମ୍ୟାଚିଂଗ୍ରାଣ୍ଟ କୋଡ଼ିଏ ହଜାର ଟଙ୍କା ସ୍କୁଲ ମୋ ସ୍କୁଲ ସଞ୍ଚୟ ଅକାଉଣ୍ଟକୁ ଆସିବା ଫଳରେ ବିଦ୍ୟାଳୟକୁ ତାଙ୍କଦ୍ୱାରା ସମ୍ଭବ ହୋଇଥିବା ମୂଳ ଅନୁଦାନ ରାଶିର ତିନିଗୁଣ ମୋଟ ପନ୍ଦର ହଜାର ଟଙ୍କାର ଅର୍ଥରାଶିରେ ସ୍କୁଲର ସର୍ବାଙ୍ଗୀନ ଉନ୍ନତି କାର୍ଯ୍ୟରେ ବିନିଯୋଗ ହୋଇପାରିଥିଲା।ସେହିଭଳି ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଇଂ ସୂର୍ଯ୍ୟ ନାରାୟଣ ମିଶ୍ର ମୂଲ୍ୟବାନ ଆଲୋକ ଓ ଗୁଡ଼ିଏ ପଙ୍ଖାର ବ୍ୟବସ୍ଥା କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜି ପାରିଛନ୍ତି। ଉପସ୍ଥିତ ସମସ୍ତେ ପ୍ରାକ୍ତନ ଛାତ୍ରୀ ଛାତ୍ର ଓ ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କର ଏହି ବଦାନ୍ୟତାକୁ ଉଚ୍ଚ ପ୍ରଶଂସା କରି ସାଧୁବାଦ ଜଣାଇବା ସଂଗେ ସଙ୍ଗେ ଅନ୍ୟମାନେ ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କରି ତାଙ୍କପରି ଉଦାହରଣ ସୃଷ୍ଟି କରିପାରିବେ ବୋଲି ଆମର ଦୃଢ଼ ଆଶା ଓ ବିଶ୍ୱାସ ରହିଛି ବୋଲି ଦୃଢ଼ ମତପୋଷଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ସିଂ ଓ ପ୍ରାକ୍ତନ ଛାତ୍ର ସଂଗ୍ରାମ କେଶରୀ ପାଣି ତାଙ୍କ ଭାଷଣ ପ୍ରସଙ୍ଗରେ ବିଦ୍ୟାଳୟରେ ଗୋଟିଏ ସ୍ମାର୍ଟ କ୍ଲାସ୍ ପାଇଁ ସରକାରଙ୍କୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଆଲୁମିନି ସଭାପତି ଗୁପ୍ରେଶ୍ଵର ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ର,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ସିଂହ,ବିଦ୍ୟାଳୟ ଆଲୁମିନି ଆସୋସିଏସନର ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର, ବିଦ୍ୟୁତଲତା ନାୟକ,ସୁଦର୍ଶନ ମାଟି,ସଂଗ୍ରାମ କେଶରୀ ପାଣି,ସି.ଆର୍.ସି.ସି.ପ୍ରଭାତୀ ବେହେରା ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରତିମା ସ୍ଵାଇଁ,କଲ୍ୟାଣୀ ସାହୁ,ସନ୍ଧ୍ୟାରାଣୀ ମିଶ୍ର, ସୁଜାତା ପଣ୍ଡା, ସୌମିତ୍ରି ମହାନ୍ତି ତଥା ଏସ୍.ଏମ୍.ସି. ସଦସ୍ୟମାନଙ୍କ ସହଯୋଗରେ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।ଆଲୁମିନି ସଦସ୍ୟ ରୁଦ୍ରନାରାୟଣ ନନ୍ଦ ବିଦ୍ୟାଳୟର ଆବଶ୍ୟକତା ପୂରଣ ପାଇଁ ଆଉ ୨ ଜଣ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଅନୁରୋଧ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ର ସ୍କୁଲ୍‌ର ଅପୂରଣୀୟ କାମଗୁଡିକୁ ପୂରଣ କରିବା ପାଇଁ ଯାହା ଭିତ୍ତିଭୂମି ଆବଶ୍ୟକ ତାହା ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିବା ପାଇଁ ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ସି.ଆର୍.ସି.ସି.ପ୍ରଭାତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତେ ସ୍କୁଲ୍ ପରିସର ମଧ୍ୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ସେଠାରେ ବୃକ୍ଷରୋପଣ କରିଥିଲେ ଓ ଉପସ୍ଥିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଢେ଼ଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘ ର କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ 

masiha

“ରଙ୍ଗ ମସ୍କାର” ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

Sunil Chandra Nayak

ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ୪୮ ଅଦିବାସୀ ଛାତ୍ରଛାତ୍ରୀ ସମ୍ମାନିତ

masiha

Leave a Comment

error: Content is protected !!