ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

ରିଷିଡାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡ଼ା ସ୍ଥିତ ନୀଳ କଣ୍ଠେଶ୍ବର ଶିବମନ୍ଦିର ଠାରେ ମହାଶିବରାତ୍ରି ଉପଲକ୍ଷେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଆଧ୍ୟାତ୍ମିକ ପରିବେଶରେ ମଧ୍ୟରେ ଘଣ୍ଟ, ଶଙ୍ଖ, ହୁଳହୁଳି ଓ ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଜଗନ୍ନାଥ ମନ୍ଦିର ଠାରୁ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ l ଗ୍ରାମର ବଡ଼ ପୋଖରୀରୁ ଜଳ ଉଠାଇ ଏକ ବିରାଟ ଶୋଭା ଯାତ୍ରାରେ ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ l ଏଥିରେ ଗ୍ରାମର ସରପଞ୍ଚ ସେବତୀ ରଣା ସମିତି ସଭ୍ୟ ସିନୁ ବେହେରା ଯଜ୍ଞକର୍ତ୍ତା ଦାୟିତ୍ୱରେ ଶିବଲାଲ କେଡିଆ ଏବଂ ତାଙ୍କ ପତ୍ନୀ ଉଷା କେଡିଆ ରହିଥିବା ବେଳେ ପୂଜକ ରୁଦ୍ରମଣି ଦାସ, ମନୁ ଦାସ ପୂଜାକାର୍ଯ୍ୟ ସଂପାଦନ କରିଥିଲେ l ଏହି ଅବସରରେ ନୀଳ କଣ୍ଠେଶ୍ବର ପୂଜା କମିଟୀର ସଭାପତି ଦିଲିପ ରଣା, ଉପ-ସଭାପତି ପିତବାସ ସାହୁ ସମ୍ପାଦକ ଦୁଷ୍ମନ୍ତ ଲେଙ୍କା ସହ-ସମ୍ପାଦକ ଲିପୁନ ରଣା, ଶଡଯତି ସେବାୟତ ଦୁଃଖ ମଣି ସାହୁ, ସିତାରାମ ରଣା, ଫଟୁ ରଣା, କୈଳାସ ଚନ୍ଦ୍ର ସାହୁ, କମଳ ରଣା, ଲଛମନ ଭୋଇ, ପାର୍ଥ ସାହୁ ସୁଶାନ୍ତ ମଲ୍ଲିକ, ମହେନ୍ଦ୍ର ପ୍ରଧାନୀ, ନରୋତ୍ତମ ସେଲମା, ଭଜ ଶ୍ୟାମ ସାହୁ, କମ୍ବୁପାଣି ସାହୁ, ରମେଶ ବାରିକ, ସନୁ ରଣାଙ୍କ ସମେତ ଗ୍ରାମର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉପନ୍ୟାସ ” ଅନ୍ତିମ ପରୀକ୍ଷା” ଓ ” ମମତା ” ପାଇଁ ଔପନ୍ୟାସିକ ଭାଗିରଥି ଗିରିଙ୍କୁ ସାରସ୍ବତ ସମ୍ମାନ 

masiha

ଚିଲିଗୁଡା ୟୁ ପି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

Sunil Chandra Nayak

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଅଜିତ କୁମାର, ଆଇ.ଏ.ଏସଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!