ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାମ୍ବାଦିକ କଲେ ମତଦାନ

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାମ୍ବାଦିକ କଲେ ମତଦାନ

ବାଲେଶ୍ଵର,୦୧/୬/୨୪- ସମଗ୍ର ଦେଶରେ ଆଜି ଥିଲା ଚତୁର୍ଥ ପର୍ଯ୍ଯାୟ ଅର୍ଥାତ ଶେଷ ସାଧାରଣ ନିର୍ବାଚନର ଶେଷ ଦିବସ । ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଭୋଟର ମାନେ ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଖୀ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି ୨ ସାମ୍ବାଦିକ । ଉକ୍ତ ସାମ୍ବାଦିକ ୨ ଜଣଙ୍କ ଘର ଖଇରା ବ୍ଲକ ଖଇରା ପଞ୍ଚାୟତରେ । ସେମାନେ ହେଲେ ଆଳଦା ଗ୍ରାମର ନରେନ୍ଦ୍ର ପ୍ରସାଦ ବେହେରା ଏବଂ ପୁରସ୍ତମପୁର ଓରଫ ଖଇରା ଗ୍ରାମର ଧରଣୀଧର ପଣ୍ଡା । ମତଦାନ ନାଗରିକର ଅଧିକାର । ଦେଶର ନାଗରିକ ହିସାବରେ ଯେହେତୁ ଭୋଟ ଦେବାର ଅଧିକାର ଅଛି ତେଣୁ ନିଜର ବହୁ ମୂଲ୍ୟ ଭୋଟ ଖଣ୍ଡକୁ ସୁଚିନ୍ତିତ ପ୍ରାର୍ଥୀଙ୍କୁ ପ୍ରଦାନ କରି ସରକାର ଗଠନରେ ସହାୟକ ହୋଇଛନ୍ତି । ସରକାରଙ୍କ ସମସ୍ତ ପ୍ରକାର ନୀତି ଓ ନିୟମକୁ ସମ୍ମାନ ଜଣାଇ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ମତଦାନ କରିଛନ୍ତି । ଏଥିପାଇଁ ବାହାରେ କିମ୍ବା ପରିସର ଭିତରେ କୌଣସି ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇ ନଥିଲେ କିମ୍ବା କାହାରି ପ୍ରରୋଚନାରେ ପଡିନଥିଲେ । ଧୀରସ୍ଥିର ଚିତ୍ତରେ ନିଜ ସ୍ବ ଇଚ୍ଛାରେ ମତଦାନ କରି ନିଜକୁ ଧନ୍ୟ ମନେ କରିଛନ୍ତି ସାମ୍ବାଦିକ ବନ୍ଧୁ ୨ ଜଣ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ରେ ପ୍ରକୃତ ହିତାଧିକାରୀ ନାମ ବାଦ ପଡ଼ିଥିବାରୁ କେସିଙ୍ଗା ଭାରତୀୟ ଜନତା ପାର୍ଟି ବ୍ଲକ୍ ସମ୍ମୁଖରେ ଧାରଣା 

Sunil Chandra Nayak

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ 

masiha

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ

masiha

Leave a Comment

error: Content is protected !!