ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଶିକ୍ଷକ ଦୟାନିଧି ପଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବରିଷ୍ଠ ଶିକ୍ଷକ ଦୟାନିଧି ପଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନର୍ଲା (ମନିସ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୟାନିଧି ପଧାନ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ତଥା କଳାକାର ଜଗୁଲାଲ ଭୋଇ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରାଜେଶ ବେନିଆଁ, ସମାଜସେବୀ ବିଜୟ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀ ପଧାନଙ୍କ ଶିକ୍ଷକତା ଜୀବନ ଉପରେ ଆଲୋକପାତ କରିଥିଲେ। ଶ୍ରୀ ପଧାନ ୧୯୮୯ ମସିହା ସେପ୍ଟେମ୍ବର ୨୮ ତାରିଖରୁ ଶିକ୍ଷକତା ଆରମ୍ଭ କରିଥିବାବେଳେ ୨୦୧୨ ମସିହା ଅଗଷ୍ଟ ୧୮ ତାରିଖ ଦିନ ଏହି ବିଦ୍ୟାଳୟରେ ଯୋଗଦେଇ ୨୦୨୪ ମସିହା ମେ’ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଧାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଶିକ୍ଷକ ବାସୁଦେବ ବାଗ ସଭା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ୟାଙ୍କ୍ ଅଧିକାରୀ ସୁଶୀଲ ଗଡ଼ତିଆ। ସଭା ପରେ ଉପସ୍ଥିତ ଶିକ୍ଷାପ୍ରେମୀ ବିଦାୟୀ ଶିକ୍ଷକଙ୍କୁ ଏକ ବିରାଟ ପଟୁଆରରେ ନେଇ ତାଙ୍କ ବରଗାଁ ସ୍ଥିତ ବାସଭବନରେ ଛାଡ଼ି ଆସିଥିଲେ। ଶିକ୍ଷକ ବଳଭଦ୍ର ହରିଜନ, କିଶୋର ତ୍ରିପାଠୀ, ସୁଧୀର ରାଉତ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ୍

Related posts

ଗାଁ କୁ ନାହିଁ ପକ୍କା ରାସ୍ତା:ନାହିଁ ନ ଥିବା ହଇରାଣ ହେଉଛନ୍ତି ଗ୍ରାମବାସୀ , କାଦୁଅ ରାସ୍ତାରେ ଗର୍ଭବତୀଙ୍କୁ ବୋହି ଆଣିଲେ ପରିବାର

masiha

ଉତ୍କଳ ଆଲୁମିନା ତରଫୁର ମହାଡ଼ମ୍ବରରେ ବିଶ୍ୱ ପରିବେଶ ଦିବସ ପାଳିତ 

masiha

ନମିତା ବୁଖରା : ଶିକ୍ଷା ପାଇଁ ସମର୍ପିତ ପ୍ରାଣ ଟିଏ

Sunil Chandra Nayak

Leave a Comment

error: Content is protected !!