ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଙ୍କେଶ୍ବର ଝାନ୍ସୀରାଣୀ ଗାଇଡ ବିଦ୍ୟାର୍ଥିଙ୍କ ଦ୍ବାରା ଜଳ ସେବା ଶିବିର 

ବାଲୁଙ୍କେଶ୍ବର ଝାନ୍ସୀରାଣୀ ଗାଇଡ ବିଦ୍ୟାର୍ଥିଙ୍କ ଦ୍ବାରା ଜଳ ସେବା ଶିବିର 

କଟକ : କଟକ ସଦର ରାଉତରାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ବୁଥ୍ ନଂ ୯୩ ରେ ଭୋଟ ଦେବାକୁ ଖରାରେ ଆସୁଥିବା ଭୋଟର ମାନଙ୍କୁ ବାଲୁଙ୍କେଶ୍ଵର ବିଦ୍ୟାପିଠ ଦେଉଳିର ଝାନ୍ସୀରାଣୀ ଗାଇଡ୍ ଛାତ୍ରୀ ମାନଙ୍କ ଦ୍ଵାରା ଜଳ ଦାନ ସେବା ଶିବିର ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଦାଶଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଛାତ୍ରୀମାନେ ଜଳ ସହିତ ଦହିପାଣି ଲେମ୍ବୁ ସରବତ ପ୍ରଭୃତି ପ୍ରଦାନ କରୁଥିଲେ । ଏହି କାର୍ଯ୍ୟକ୍ରମକୁ ଦକ୍ଷ ସଂଗଠକ ପ୍ରାଧ୍ୟାପକ ଡଃ.ସେକ୍ କଲିମୁଲ୍ଲା, ବେଣ୍ଟକାର ଥାନାର ଅଧିକାରୀ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ମହାରଣା, ଆୟୁବ୍ ଖାଁ,ସେକ୍ ଓବେଦୁଲ୍ଲା,ପ୍ରକାଶ ମାଝୀ, ମିର୍ଜା ଇର୍ଶାଦ ବେଗ୍,ଅବଦୁଲ ମୋଫିଦ୍ ଖାଁ,ଅଙ୍କନ ମାଝୀ,ବିଗିନା ମାଝୀ,କିଶୋର ମାଝୀ,ଅମଜାଦ୍ ଖାଁ, ଫୟାଜୁଲ ହକ୍ ପ୍ରମୁଖ ଯୋଜଦେଇ ଛାତ୍ରୀମାନଙ୍କ ସେବାକୁ ପ୍ରସଂଶା କରିଥିଲେ । କାର୍ଯ୍ୟକ୍ରମକୁ ଜସ୍ମିନ ବେଗମ୍‌,ଗୁଲସନ୍ ଆରା,ବର୍ଷାରାଣୀ ବେହାରା,ଖୁସବୁ ପରବିନ୍,ଅସୀମା ନସ୍‌ରିନ୍‌ ପ୍ରମୁଖ ଜଳ ସେବା ଶିବିରକୁ ପରିଚାଳନା କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ : ଆବାସ ଯୋଜନା ଓ ମୋ ଘର ସଚେତନତା କର୍ମଶାଳା 

ଜାତୀୟ ରାଜପଥ-୧୪୩ର ଚାନ୍ଦିପୋଷ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା ପ୍ରମିଳା ବସ୍ ସହ ଲୁହାପଥର ବୋଝେଇ ଟିପର ଧକ୍କାରେ ୪ ମୃତ ଏବଂ ୨୦ରୁ ଅଧିକ ଆହତ

Sunil Chandra Nayak

ଓଡ଼ିଶା ଲେବର କୋ-ଅପରେଟିଭ ସୋସାଇଟି ଆରମ୍ଭ କଲା ନୂଆ ସେବାକେନ୍ଦ୍ର 

masiha

Leave a Comment

error: Content is protected !!