ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

ବାଲେଶ୍ଵର,୦୧/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛି । ହ୍ଵାଟ୍ସଆପ୍ ଗୃପରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସାହିତ୍ୟ ବନ୍ଧୁ ମାନଙ୍କ ପ୍ରତିଭା ବିକାଶ ପାଇଁ ସମସ୍ତଙ୍କୁ ପ୍ରେରଣାର ଯୋଗାଉଛି । ଏହି ପରିପ୍ରେକ୍ଷୀରେ ଗତ ତା ୨୬/୫/୨୪ ରିଖ ରବିବାର ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ମୋ ପାଇଁ ମୋ ବାପା ମାଆ ବଡ଼ ଦେବତା “। ଏଥିରେ (୧) ଗୋଲାପ କୁମାରୀ ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା (୨) ଅନିରୁଦ୍ଧ ରଣା, ସର୍ଗୁଲ, ସୁବର୍ଣ୍ଣପୁର (୩) ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା, ସୁନ୍ଦରଗଡ

୪) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୫) ସରସ୍ୱତୀ ମିଶ୍ର, ଆନନ୍ଦନଗର, ବଲାଙ୍ଗୀର (୬) ରାମଚନ୍ଦ୍ର ବେହେରା, ତେନ୍ତୁଳିପଦା, ଜଗତସିଂହପୁର (୭) ନର୍ମଦା ନାୟକ, ରାଉରକେଲା, ସୁନ୍ଦରଗଡ (୮) ସୁମିତ୍ରା ସାହୁ, ପାଣିକୋଇଲି, ଯାଜପୁର (୯) ସୌଭାଗ୍ୟ ମଞ୍ଜୁରୀ ଦାଶ, ଗୁଣୁପୁର, ରାୟଗଡା (୧୦) ଡଃ ନିର୍ମଳ ନାୟକ, ନାଗପୁର, ମହାରାଷ୍ଟ୍ର (୧୧) ମମତା ବେହେରା, କଟକ (୧୨) ପଦ୍ମାବତୀ ଆଚାର୍ଯ୍ୟ, କଣ୍ଟାମାଳ, ବୌଦ୍ଧ (୧୩) ଲୀନା ଶତପଥୀ, ଭୁବନେଶ୍ୱର, ଖୋର୍ଦ୍ଧା (୧୪) ସାଇ ସମୀକ୍ଷା ରଥ, ଧୂଷୁରି, ଭଦ୍ରକ (୧୫) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୬) ଚପଳା ବାଳା ପଣ୍ଡା, ନୂଆବଜାର, ବାଲେଶ୍ଵର ୧୭) ବନ୍ଦନା ମହାପାତ୍ର, ବ୍ରହ୍ମପୁର, ଗଞ୍ଜାମ (୧୮) ଆନନ୍ଦିନୀ ମିଶ୍ର, ଝାରସୁଗୁଡା ପ୍ରମୁଖ ।

        ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡକ୍ଟର ତାନଶ୍ରୀ ପାଣିଗ୍ରାହୀ, ଯିଏକି ପେଷାରେ ଜଣେ ଶିକ୍ଷୟିତ୍ରୀ ଓ ନିଶାରେ ଜଣେ ସୁ-ସାହିତ୍ୟ ସାଧିକା, ଘର ବାଲେଶ୍ଵର । ଯାହାର ଫଳାଫଳ ପ୍ରକାଶ ପାଇଛି । ତାଙ୍କ ସମୀକ୍ଷାରୁ ସଞ୍ଜୁକ୍ତା ସାହୁ ପ୍ରଥମ, ପଦ୍ମାବତୀ ଆଚାର୍ଯ୍ୟ ଦ୍ବିତୀୟ ଓ ଆନନ୍ଦିନୀ ମିଶ୍ରଙ୍କୁ ତୃତୀୟ ସ୍ଥାନ ମିଳିଛି । ଏଥିପାଇଁ ନିର୍ଦ୍ଦିଷ୍ଟ ଶବ୍ଦ ସଂଖ୍ଯା ଦିଆଯାଇଥିଲା । ଲେଖା ସୁନ୍ଦର ହେଲେ ଶବ୍ଦ ସଂଖ୍ଯା ଅଧିକ ତାଙ୍କ ଲେଖାକୁ ବିଚାରକୁ ନିଆ ଯାଇନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ସୂଚନାଟିକୁ ଭଲ ଭାବେ ପଢି ଲେଖା ପଠାନ୍ତୁ । ତା ମଧ୍ୟରୁ ଉଚ୍ଚକୋଟୀର ଲେଖାକୁ ନିଶ୍ଚୟ ସ୍ଥାନ ମିଳିବ । ଏ ଫଳାଫଳ ନେଇ କେହି ବିଚଳିତ ନହୋଇ ସାହିତ୍ୟର ଉନ୍ନତି ତଥା ପ୍ରତିଭାର ବିକାଶ ପାଇଁ ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ସ୍ଥାନ ମିଳିବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମ. ରାମପୁର ସହର ରେ ମାଙ୍କଡ ଙ୍କ ଆତଙ୍କରାଜ

Sunil Chandra Nayak

ଝରିଗୁମ୍ମା ଠାରେ ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ 

masiha

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!