ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଚଏମଏସ୍‌‍ର ନେତୃତ୍ଵରେ ଏସବିଆଇରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ନେଇ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ଆଲୋଚନା

ଏଚଏମଏସ୍‌‍ର ନେତୃତ୍ଵରେ ଏସବିଆଇରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ନେଇ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ଆଲୋଚନା

ବ୍ରହ୍ମପୁର,1/6 : ଭାରତ ବର୍ଷରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମଧ୍ୟରେ ଷ୍ଟେଟ୍‌‍ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ବ୍ୟବସାୟୀକ ବ୍ୟାଙ୍କ ବାର୍ଷିକ ହଜାର ହଜାର କୋଟି ଟଙ୍କା ଲାଭ କରୁଥିଲେ ମଧ୍ୟ ଏହି ବ୍ୟାଙ୍କ ଅଧିନରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ଅତି ନଗଣ୍ୟ ହୋଇଥିବାରୁ ଏହି ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ହିନ୍ଦ୍‌‍ ମଜଦୁର ସଭା (ଏଚଏମଏସ) ଓଡ଼ିଶା ରାଜ୍ୟ ଶାଖା ଉପସଭାପତି ରବି ରଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଭୁବନେଶ୍ଵରସ୍ଥିତ କେନ୍ଦ୍ରୀୟ ଶ୍ରମ ବିଭାଗର ଡେପୁଟି ଶ୍ରମ କମିଶନର ପି.କେ ରଣାଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷ, ଏସବିଆଇର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ପଣ୍ଡା, ସ୍ଵାଗତ ପାଢ଼ୀ, ଏଚଏମଏସର ଉପସଭାପତି ରବି ରଥ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ଉପସ୍ଥିତିରେ ତ୍ରିପାକ୍ଷୀକ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଶ୍ରମ ବିଭାଗ ଅଧିକାରୀ ଶ୍ରୀ ରଣା ଆଉଟସୋର୍ସିଂ କର୍ମଚାରୀଙ୍କ ନିଯୁକ୍ତି ଦେଇଥିବା ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଚୁକ୍ତିନାମା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଗଠନକୁ ପରାମର୍ଶ ଦେଇଥିଲେ ଏବଂ କର୍ମଚାରୀ ସଂଗଠନକୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କର୍ମଚାରୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ କହିଥିଲେ ।

  ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଶ୍ରମି କମିଶନର ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ସର୍ବନିମ୍ନ ମାସିକ 30 ହଜାର ପାରିଶ୍ରମିକ ପ୍ରଦାନ, କର୍ମଚାରୀଙ୍କୁ ସିଧାସଳଖ ବ୍ୟାଙ୍କ ଜରିଆରେ ପ୍ରାପ୍ୟ ପ୍ରଦାନ, ଠିକା ସଂସ୍ଥାର ମାଲିକମାନଙ୍କ କବଳରୁ ମୁକ୍ତ କରାଯିବା, ସମାନ କାମକୁ ସମାନ ଦରମା, ଏସବିଆଇ ଶାଖାମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦରମା ଗୋଟିଏ ପ୍ରକାର ନିର୍ଦ୍ଧାରଣ କରାଯିବା, ଓଡ଼ିଶାର 4ଟି ମୁ୍ୟନିସିପାଲ କର୍ପୋରେସନରେ କାର୍ଯ୍ୟରତ ଏସବିଆଇ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଏକ ପ୍ରକାର ପ୍ରାପ୍ୟ ପ୍ରଦାନ କରାଯାଉ, ଶୃଙ୍ଖଳିତ ଓ ସଠିକ୍‌‍ ତାରିଖରେ ଇପିଏଫ୍‌‍ ଏବଂ ଇଏସଆଇ ପ୍ରାପ୍ୟରୁ କଟାଯିବା ପାଇଁ ସମସ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଉ, ପ୍ରତି ମାସରେ ଦରମା ପ୍ରଥମ ସପ୍ତାହ ମଧ୍ୟରେ ପ୍ରଦାନ କରାଯାଉ, ଠିକା ସଂସ୍ଥା ଜରିଆରେ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ଝାଡ଼ୁଦାର (ସଫେଇ କର୍ମଚାରୀ) ଭାବେ ନିଯୁକ୍ତି ଦିଆଯାଉଥିବା ବେଳେ ବ୍ୟାଙ୍କର ମେସେଞ୍ଜର ସହିତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଛି । ତେଣୁ ଏହା ପାଇଁ ଅଧିକା କିଛି ପ୍ରାପ୍ୟ ପ୍ରଦାନ କରାଯାଉ ଇତ୍ୟାଦି ଉଲ୍ଲେଖ ରହିଛି ।  

  ଆଲୋଚନା ବେଳେ ଆଉଟସୋର୍ସିଂ କର୍ମଚାରୀ ସଂଗଠନ ପକ୍ଷରୁ ଗୁନାର ମହାନନ୍ଦ, ଉପେନ୍ଦ୍ର ଭୋଇ, ଦେବରାଜ ମଲିକ, ଦ୍ଵାରିକା ନାୟକ, ଘନଶ୍ୟାମ ସଟ୍ଟଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ।

ରବି ରଥ

ଉପସଭାପତି

Related posts

କରଚଲା ବ୍ରିଜ କାମ ର ଅସ୍ଥାୟୀ ବାଇପାସ ରାସ୍ତା କାଟିବାରୁ ଯାନବାହନ ଚଳାଚଳ ଠପ 

masiha

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ଏନ୍ଏସି ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!