ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯନ୍ତ୍ରଣାରେ ଛଟପଟ କର୍କଟ ରୋଗୀ |ସ୍ୱାସ୍ଥ୍ୟ ବୀମା କାର୍ଡରେ ନାମ ନଥିବା ଯୋଗୁଁ ଚିକିତ୍ସା ପାଇଁ ଅର୍ଥ ଅଭାବ 

ଯନ୍ତ୍ରଣାରେ ଛଟପଟ କର୍କଟ ରୋଗୀ |ସ୍ୱାସ୍ଥ୍ୟ ବୀମା କାର୍ଡରେ ନାମ ନଥିବା ଯୋଗୁଁ ଚିକିତ୍ସା ପାଇଁ ଅର୍ଥ ଅଭାବ 

ନବରଙ୍ଗପୁର:(୩୧/୦୫)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚାୟତ ଅନ୍ତର୍ଗତ ରେଖାମାଲ ଗ୍ରାମରେ ଜଣେ ଯୁବକ କର୍କଟ ରୋଗରେ ପୀଡିତ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ନାମ ନଥିବା ଯୋଗୁଁ ଉନ୍ନତ ଚିକିତ୍ସା କରିବାରେ ସମର୍ଥ ହୋଇପାରୁ ନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।ପରିବାର ଲୋକଙ୍କ କହିବା ପ୍ରକାରେ ରେଖାମାଲ ଗ୍ରାମର ଶିବ ସାନ୍ତା(୪୫)ଙ୍କୁ ଗତ ତିନି ମାସ ତଳେ ଡାହାଣ ପଟ ପାଟିରେ ଏକ ଫୋଟକା ହେବା ସହ ଘା ହୋଇଥିଲା।ପରେ ସଚେତନତା ଅଭାବ ଯୋଗୁଁ ପରିବାର ଲୋକ ସ୍ଥାନୀୟ କ୍ବାକ ହାତରେ ଚିକିତ୍ସା କରାଇଥିଲେ।ତେବେ ଘା ଧୀରେ ଧୀରେ ବଡିବାରେ ଲାଗିଲା।ଶେଷରେ ପରିବାର ଲୋକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସେଠାରେ କର୍କଟ ରୋଗ ହୋଇଥିବା ସନ୍ଦେହ କରି କୋରାପୁଟ ମେଡ଼ିକାଲ କଲେଜ ନେବା ପାଇଁ ପରାମର୍ଶ ଦେଇଥିଲେ।କୋରାପୁଟ ମେଡିକାଲରେ କର୍କଟ ରୋଗ ହୋଇଥିବା ଜାଣିବା ପରେ ବିଶାଖାପାଟଣା ନେବା ପାଇଁ ପରାମର୍ଶ ଦେଇଥିଲେ।ପାଖରେ ଅର୍ଥ ଅଭାବ ଯୋଗୁଁ ପରିବାର ଲୋକେ ଘରକୁ ନେଇ ଆସିଲେ।ଘରେ ଦୁଇ ଦିନ ରହି ଟଙ୍କା ଯୋଗାଡ କରି ବିଶାଖାପାଟଣା ନେଇଥିଲେ।ସେଠାରେ ସ୍ୱାସ୍ଥ୍ୟ ବୀମା କାର୍ଡରେ ଚିକିତ୍ସା ପାଇଁ ପରିବାର ଲୋକ କହିବା ପରେ ସ୍ବାସ୍ଥ୍ୟ ବୀମା କାର୍ଡରେ ଶିବ ସାନ୍ତାଙ୍କ ନାମ ନଥିବା ଯୋଗୁଁ ସ୍ୱାସ୍ଥ୍ୟ ବୀମା କାର୍ଡରେ ଚିକିତ୍ସା ହୋଇ ପାରିବ ନାହିଁ ବୋଲି ମେଡିକାଲରେ କହିଥିବା ପରିବାର ଲୋକ କହିଥିଲେ।ବିଶାଖାପାଟଣାରେ ଶିବଙ୍କ ମାଂସ କାଢି ପରୀକ୍ଷା ପାଇଁ ପଠାଇ ଥିବା ବେଳେ ତିନି ଦିନ ପରେ ଶିବଙ୍କୁ ଆଣିବା ପାଇଁ କୁହାଯାଇଥିଲା।ବିଶାଖାପାଟଣାରୁ ଘରକୁ ଆସିବାର ପ୍ରାୟ ସାତ ଦିନ ପରେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ଯାଇପାରୁନଥିବା ପରିବାର ଲୋକେ କହିଛନ୍ତି।ଏବେ ଶିବ ଯନ୍ତ୍ରଣାରେ କଲବଲ ହେଉଛି, ତେଣୁ ପ୍ରଶାସନ ପକ୍ଷରୁ ଶିବର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରାତ୍ରି ଉପଲକ୍ଷେ ପାର୍ବଣ ଉତ୍ସବ-୨୦୨୫ ଉଦ୍ ଯାପିତ

Sunil Chandra Nayak

ସୁନ୍ଦରଗଡ ଲେଖକ ସାମୁଖ୍ଯର* *ମାସିକ ସାହିତ୍ଯ ଆସର

Sunil Chandra Nayak

ରାଜନଗରରେ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!