ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ନୂତନ ସିଡିପିଓଙ୍କ ଯୋଗଦାନ

ବନ୍ଧୁଗାଁ ତା ୨୭/୧/୨୩ ଆଜି ବନ୍ଧୁଗାଁ ସମ୍ମନିତ ଶିଶୁ ବିକାଶ କାର୍ଯ୍ୟଳୟ ଠାରେ ନୂତନ ସିଡିପିଓ ଶ୍ରୀମତୀ ନମିତା ପାଲ ନୂତନ ଭାବରେ ଯୋଗଦେଇଛନ୍ତି । ସେ ପ୍ରଥମେ ଆଇସିଡିଏସ ସୁପରଭାଇଜର ଭାବେ ଦୀର୍ଘ ୯ ବର୍ଷ ଧରି ରହି ପାଦରେ ଚାଲି ଚାଲି ବଣ ଜଙ୍ଗଲ ଘେରା ଗାଁ ଗୁଡିକରେ ଯାଇ କାମ କରିଥିଲେ । ଆଜକୁ ପ୍ରାୟ ୬ ମାସ ତଳେ ନୂତନ ସିଡିପିଓ ଭାବେ ପଦନ୍ନତି ପାଇ ସେ ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକରେ କାର୍ଯ୍ଯ କରୁଥିଲେ । ଆଜି ବନ୍ଧୁଗାଁ ବ୍ଲକର ଆଇସିଡିଏସ କାର୍ଯ୍ୟାଳୟ ଠାରେ ନୂତନ ସିଡିପିଓ ଙ୍କୁ ସୁପରଭାଇଜର ମାନେ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କୁ ଆମ ବନ୍ଧୁଗାଁ ବ୍ଲକର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଯାଇ ସାକ୍ଷାତ କରି ସ୍ଵାଗତ କରିବା ପରେ ବନ୍ଧୁଗାଁ ବ୍ଲକର କିଛି ଭଲ କାମ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଗୋଲାମୁଣ୍ଡା ରେ କୁରାଲ ପୂଜା ଅନୁଷ୍ଠିତ 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, କେନ୍ଦ୍ରାପଡା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

Leave a Comment

error: Content is protected !!