ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଦୁର୍ଘଟଣା ରେ ଡ୍ରାଇଭର ମୃତ

ଚନ୍ଦାହାଣ୍ଡି (ମନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ମୋତିଗାଁ ନିକଟସ୍ଥ ଭଣ୍ଡାରନଦୀ ପୋଲ ନିକଟରେ ଭାରସାମ୍ୟ ହରାଇ ସାଲେଭଟା ଗ୍ରାମର ସି ଜି -04 ଏମ. ଏନ 2373 ନମ୍ବର ଯୁକ୍ତ ଟ୍ରାକ୍ଟର ଖସି ପଡିବାରୁ ଗାଡିର ଡ୍ରାଇଭର ତେଜରାଜ ପୂଜାରୀ (୨୩) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅଗ୍ନିଶମ ଅଧିକାରୀ ବୁଡୁ ଶବର ଙ୍କ ନେତୃତ୍ୱ ରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଶବ ଉଦ୍ଧାର କରିଥିଲେ।l ମୃତକ ଡ୍ରାଇଭର ତେଜେ ଶ୍ୱର ପୂଜାରୀ ଙ୍କ ନିଜ ଘର ବେହେରାମୁଣ୍ଡା ପଂଚାୟତ ଅଧିନସ୍ଥ ବେଲମାଝୀଗୁଡା ର ରୂପସିଂ ପୂଜାରୀ ଙ୍କ ପୁଅ ବୋଲି ଜଣା ପଡିଛି l ଉକ୍ତ ଟ୍ରାକ୍ଟର ଭେଣ୍ଡିଆ ଗ୍ରାମରୁ ସିମେଣ୍ଟ ଛାଡି ଆସୁଥିବା ବେଳେ ମୋତିଗାଁ ପୋଲ ନିକଟରେ ଭାରସାମ୍ୟ ହରେଇ ଓଲଟି ପଡିଥିଲା । ଘଟଣା ସ୍ଥଲ କୁ ଚନ୍ଦାହାଣ୍ଡି ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ଙ୍କ ନିର୍ଦେଶ କ୍ରମେ ଏସ ଆଇ ଖଗେଶ୍ୱର ଖୋସଲା ଓ ଏ ଏସ ଆଇ ବସନ୍ତ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏନେଇ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୧୨/୨୩ ପ୍ରକାରେ ଏକ ଦୁର୍ଘଟଣା ମାମଲା ରୁଜୁ କରିବା ସହ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର କୁ ଜବତ କରି ତଦନ୍ତ ଜାରି ରଖିଥିବା ଏଏସଆଇ ବସନ୍ତ ସ୍ବାଇଁ ପ୍ରକାଶ କରିଛନ୍ତି।

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କଲେକ୍ଟେଟ୍ ରେ ଆଇନ ସଚେତନତା ଶିବିର

masiha

କଳସି ଦେଖିବା ହେଲା କାଳ

Sunil Chandra Nayak

ହାଟବାଦଡାରେ ଲଞ୍ଚ ୱାଇଣ୍ଡୋ ଏଡୁକେଶନ ଟ୍ରଷ୍ଟ ଆନୁକୂଲ୍ୟରେ କମ୍ପ୍ୟୁଟର ସେଣ୍ଟର୍ ଉଦ୍ଘାଟିତ 

masiha

Leave a Comment

error: Content is protected !!