ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବତନ୍ତ୍ର ସଘନ ସଂଶୋଧନ (SIR) କାଯ୍ୟକ୍ରମରେ ଉପୁଜିଥିବା ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ସ୍ମାରକପତ୍ର

ସ୍ବତନ୍ତ୍ର ସଘନ ସଂଶୋଧନ (SIR) କାଯ୍ୟକ୍ରମରେ ଉପୁଜିଥିବା ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ସ୍ମାରକପତ୍ର

ରାଉରକେଲା ୧୦/୬, ବିଜୁ ଜନତା ଦଳ ତରଫରୁ ସ୍ବତନ୍ତ୍ର ସଘନ ସଂଶୋଧନ ବା (ଏସ୍ଆଇଆର)କୁ ନେଇ ଉପୁଜିଥିବା ସମସ୍ଯା ସମ୍ପର୍କରେ ଆଜି ପାନପୋଷ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। 

    ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲୁଥିବା ସମୟରେ କେତେଗୁଡିଏ ଅସୁବିଧା ସୃଷ୍ଟି ହେଉଛି। ବିଜେଡିର ଉଦ୍ଦେଶ୍ୟ ହେଉଛି ୧୦୦ ପ୍ରତିଶତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ରଖାଯାଉ । ଏହି ପରିପ୍ରେକ୍ଷିରେ ବିଜେଡି ପକ୍ଷରୁ କେତେକ ଉପୁଜିଥିବା ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ଯଥାଶୀଘ୍ର ବିହିତ ପ୍ରତିକାର ପାଇଁ ଦାବି କରାଯାଇଛି। 

     ପ୍ରତି ବୁଥର ବାଉଣ୍ଡ୍ରି ଲାଇନ ବା ସୀମା ସମ୍ପର୍କରେ ବିଏଲଓମାନେ (BLO) ସ୍ପଷ୍ଟ କରିପାରୁନାହାନ୍ତି। ବୁଥର ସୀମା ନିର୍ଦ୍ଧାରଣ ହୋଇ ନଥିବାରୁ ଭୋଟର ସଂଶୋଧନ କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ଅନୁଭବ କରାଯାଉଛି। ତେଣୁ ପ୍ରଥମେ ସୀମା ନିର୍ଧାରଣ କରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ କରିବା ପାଇଁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି। 

     ସେହିପରି ଅନେକ BLO ପରିଗଣନା ଫର୍ମ ଦେବା ଏବଂ ସଂଗ୍ରହ ପାଇଁ ଘରକୁ ଘର ଯାଉ ନାହାନ୍ତି । ବୁଥ କେନ୍ଦ୍ରରେ ବସି ରହି ଫର୍ମ ବଣ୍ଟନ ଓ ସଂଗ୍ରହ କରୁଛନ୍ତି । ଯାହାଫଳରେ ବରିଷ୍ଠ ନାଗରିକ ତଥା ସଚେତନ ନଥିବା ନାଗରିକମାନଙ୍କ ପାଇଁ ବିଶେଷ ସମସ୍ୟା ସୃଷ୍ଟି ହେଉଛି। ଏହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଛି। 

     ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାଇ ରାଉରକେଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ୨୦୯ ବୁଥ ପାଇଁ BLA ତାଲିକା ପ୍ରଦାନ କରାଯାଉଛି। ଯାହାକି ପାନପୋଷ ଉପଜିଲ୍ଲାପାଳଙ୍କ ଅନୁମୋଦନ ଲାଭ କରିଅଛି । କିନ୍ତୁ ସମ୍ପ୍ରତି ପୂର୍ବରୁ ଥିବା ୧୯୭ ବୁଥରେ ସଂଶୋଧନ କାର୍ଯ୍ୟ ହେଉଥିବାରୁ ବିଜେଡି ଦ୍ବାରା ପ୍ରଦତ୍ତ BLAଙ୍କ ନାମ ସମ୍ପୃକ୍ତ ବୁଥ ସହିତ ମେଳ ଖାଉନାହିଁ । ଯାହାଫଳରେ ସଂଶୋଧନ କାର୍ଯ୍ୟରେ BLOମାନଙ୍କୁ ସହଯୋଗ କରିବାରେ ଗୁରୁତର ବିଭ୍ରାଟ ସୃଷ୍ଟି ହେଉଛି।

    କେତକ BLO ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ସହଯୋଗ ପାଇଁ ଦଳ ତରଫରୁ ନିଯୁକ୍ତି BLAମାନଙ୍କୁ ସାଙ୍ଗରେ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

     ବିଜେଡି ପକ୍ଷରୁ ଏହି ସମସ୍ତ ସମସ୍ୟାଗୁଡିକ ପ୍ରତି ଅତିଶୀଘ୍ର ଗୁରୁତ୍ବ ଦେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯିବା ସହିତ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନହେଲେ ବିଜେଡି ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

       ବିଜେଡି ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ସମୟରେ ରାଉରକେଲା ବିଜେଡି ସଭାପତି ଗଗନ ପଣ୍ଡା, ଜ୍ଯୋସ୍ନାରାଣୀ ନାୟକ, ସୁଶାନ୍ତ କୁମାର ରାୟ, ବିରେନ ସେନାପତି, ଜୟନ୍ତ କୁମାର ମିଶ୍ର, ପଙ୍କଜ ଜୈସ୍ବାଲ, ଛବି ମହାନ୍ତି, ଶ୍ଯାମସୁନ୍ଦର ପଣ୍ଡା, ସଂଜୁକ୍ତ ଛୋଟରାୟ, କୃଷ୍ଣ ପ୍ରସାଦ ସିଂହ, ସନ୍ତୋଷ କୁମାର ଶର୍ମା, ଜୟଶ୍ରୀ ପାଣିଗ୍ରାହୀ ପ୍ରମୁଖ। ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅମଲାଙ୍କ ସାମୁହିକ ଛୁଟି ଓ ଆନ୍ଦୋଳନ:  ସରକାରୀ ଯୋଜନା ପ୍ରଭାବିତ: ଗରିବ ହିତାଧିକାରୀ ହଟହଟା

Sunil Chandra Nayak

ମସିହା ନିଉଜ ପ୍ରସାରଣ ପରେ ପ୍ରଶାସନ ର ଚେତା ପଶିଲା ! କାକୁଡିରୁମା ବସୁଧା ଯୋଜନା କାମ ଆରମ୍ଭ

masiha

ଭଟାଙ୍ଗ ପଦର ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା

masiha

Leave a Comment

error: Content is protected !!