ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପିୟୁଟି ପୁଣି ରଚିଲା ଇତିହାସ : ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ପ୍ରକାଶ କଲା ପରୀକ୍ଷା ଫଳ

ବିପିୟୁଟି ପୁଣି ରଚିଲା ଇତିହାସ : ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ପ୍ରକାଶ କଲା ପରୀକ୍ଷା ଫଳ

ରାଉରକେଲା ୧୧/୬, ଦକ୍ଷତା, ବୈଷୟିକ ଉତ୍କର୍ଷତା ଏବଂ ଛାତ୍ରକୈନ୍ଦ୍ରିକ ପ୍ରଶାସନ ପ୍ରତି ପ୍ରତିବଦ୍ଧତାର ଆଉ ଏକ ଅନନ୍ୟ ନିଦର୍ଶନ ସ୍ୱରୂପ, ଓଡିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପୁଣିଥରେ ଚୂଡ଼ାନ୍ତ ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ୟୁଗ୍ମ ସେମିଷ୍ଟାର ପରୀକ୍ଷା ୨୦୨୫–୨୬ର ଫଳ ପ୍ରକାଶ କରିଛି। ଏଥିସହିତ ବିଶ୍ୱବିଦ୍ୟାଳୟ ପୂର୍ବ ଅଯୁଗ୍ମ ସେମିଷ୍ଟାର ପରୀକ୍ଷା ସମୟରେ ସ୍ଥାପନ କରିଥିବା ନିଜର ରେକର୍ଡକୁ ସଫଳତାର ପୁନରାବୃତ୍ତି କରାଯାଇଛି। 

    ବିପିୟୁଟି ପକ୍ଷରୁ ବି.ଟେକ୍ , ବି.ଆର୍କ , ବି.ଫାର୍ମ, ବିସିଏ , ବିବିଏ, ଏମ.ଏସ୍‌.ସି. , ଏମ.ଟେକ୍ , ଏମବିଏ ଏବଂ ଏମସିଏ ପାଠ୍ୟକ୍ରମର ୟୁଗ୍ମ ସେମିଷ୍ଟାର ପରୀକ୍ଷାଗୁଡ଼ିକ ୨୦୨୬ ଏପ୍ରିଲ ୨୯ରୁ ଆରମ୍ଭ ହୋଇ ୨୦୨୬ ଜୁନ୍ ୮ ତାରିଖରେ ଶେଷ ହୋଇଥିଲା। ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପରିଚାଳିତ ଏହି ପରୀକ୍ଷାରେ ସମୁଦାୟ ୯୩,୩୬୨ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ରାଜ୍ୟସାରା ଚିହ୍ନିତ ହୋଇଥିବା ୫୨ ନୋଡାଲ୍ କେନ୍ଦ୍ର ମାଧ୍ୟମରେ ସମୁଦାୟ ୫,୦୯,୫୧୫ ଉତ୍ତରଖାତାର ଡିଜିଟାଲ୍ ମୂଲ୍ୟାଙ୍କନ ୧୫୪୧ ଜଣ ପଞ୍ଜୀକୃତ ଅଧ୍ୟାପକଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା।

    ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ ହେବା ପରେ, ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ୨୦୨୬ ଜୁନ୍ ୧୦ ତାରିଖରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ପରିଚାଳନା ବୋର୍ଡର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡିନ୍ ଏବଂ ମନୋନୀତ ସଦସ୍ୟମାନଙ୍କୁ ନେଇ ଗଠିତ ବୋର୍ଡ ବିଶ୍ୱବିଦ୍ୟାଳୟର ନିୟମାବଳୀର ପ୍ରାବଧାନ ଅନୁଯାୟୀ ପରୀକ୍ଷା ଫଳାଫଳର ସମୀକ୍ଷା କରିବା ସହ ଏହାକୁ ଅନୁମୋଦନ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ, ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ପରେ ଅର୍ଥାତ୍ ୨୦୨୬ ଜୁନ୍ ୧୦ ତାରିଖ ସନ୍ଧ୍ୟାରେ ୨୦୨୫-୨୬ର ୟୁଗ୍ମ ସେମିଷ୍ଟାର ପରୀକ୍ଷା ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା।

       ଏଠାରେ ସ୍ମରଣଯୋଗ୍ୟ ଯେ, ବିପିୟୁଟି ପୂର୍ବରୁ ୨୦୨୫-୨୬ର ଅଯୁଗ୍ମ ସେମିଷ୍ଟାର ପରୀକ୍ଷା (ଫେଜ୍–୨) ସମୟରେ ମଧ୍ୟ ଏଭଳି ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲା। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ଫଳାଫଳ ପ୍ରକାଶ କରିଥିଲା। ପରୀକ୍ଷା ପରିଚାଳନାରେ ଏହି ଅସାଧାରଣ ଦକ୍ଷତା ପାଇଁ ବିଶ୍ୱବିଦ୍ୟାଳୟକୁ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ ଏବଂ ‘ଏସିଆ ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ ମିଳିବା ସହ ଏହି ସଫଳତା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଥିଲା।

ଏହି ସଫଳତା ବିପିୟୁଟିର ପ୍ରଯୁକ୍ତିବିଦ୍ୟା-ଆଧାରିତ ପରୀକ୍ଷା ପରିଚାଳନା ଓ ଡିଜିଟାଲ୍ ମୂଲ୍ୟାଙ୍କନ ବ୍ୟବସ୍ଥାର ଦକ୍ଷତାକୁ ପ୍ରମାଣିତ କରୁଛି। ଏହି ପରୀକ୍ଷା ଫଳ ପ୍ରକାଶ ପ୍ରକ୍ରିୟାକୁ ଅଧିକ ଦ୍ରୁତ, ସ୍ୱଚ୍ଛ ଏବଂ ବିଶ୍ୱସନୀୟ କରିବା ସହ ଉଚ୍ଚଶିକ୍ଷା ପ୍ରଶାସନ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ସେହିପରି, ଏହା ସ୍ୱଚ୍ଛତା, ଶିକ୍ଷାଗତ ଉତ୍ତରଦାୟିତ୍ୱ ଏବଂ ଦକ୍ଷ ଓଡିଶା ରାଉରକେଲା ଠାରେ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୩୯ତମ ବର୍ଷାନ୍ତ ‘ର ସମ୍ମାନ ଘୋଷଣା ଗୀତାରାଣୀ, କାଞ୍ଚନ,ଜ୍ୟୋତି ଓ ପ୍ରଶାନ୍ତ ସମ୍ମାନିତ ହେବେ

masiha

ଡି.ଏ.ଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଗ୍ରନ୍ଥIଗାର ଦିବସ ପାଳନ ସମାରୋହ 

Sunil Chandra Nayak

ଆରୋଗ୍ୟ ଲାଭ କଲେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା

masiha

Leave a Comment

error: Content is protected !!