ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନର୍ଲା ବିଧାୟକ ପ୍ରାର୍ଥୀ ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ହାତେଇଲେ ଟିକେଟ୍ 

ନର୍ଲା ବିଧାୟକ ପ୍ରାର୍ଥୀ ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ହାତେଇଲେ ଟିକେଟ୍ 

ସ୍ଥାନୀୟ ପ୍ରାର୍ଥୀ ଭାବରେ ଟିକେଟ୍ ପାଇଥିବାରୁ ଅଞ୍ଚଳରେ ଖୁସିର ଲହରୀ 

ରୁପ୍ରା, ୧୧/୪ (ମନିସ) : ଗୁରୁବାର ସନ୍ଧ୍ୟାରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଶେଷରେ ବିଜେଡି ନର୍ଲା ବିଧାନସଭା ପାଇଁ ସ୍ଥାନୀୟ ପ୍ରାର୍ଥୀ ତଥା ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ୍ ପ୍ରଦାନ କରିଛନ୍ତି। ଟିକେଟ୍ ପାଇବା ଦୌଡରେ ଅନେକ ଆଶାୟୀ ଥିବାବେଳେ ଚଳିତ ନିର୍ବାଚନରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ୍ ପ୍ରଦାନ କରିବାକୁ ଅଞ୍ଚଳରେ ଦାବୀ ହୋଇ ଆସୁଥିଲା। ବିଜେପି ଓ କଂଗ୍ରେସ ନିର୍ବାଚନ ମଣ୍ଡଳୀ ବାହାର ପ୍ରାର୍ଥୀ ଅନିରୁଦ୍ଧ ପଧାନ ଓ ଭକ୍ତଚରଣ ଦାସଙ୍କୁ  ଟିକେଟ୍ ପ୍ରଦାନ କରିଥିବା ବେଳେ ବିଜେଡି ସ୍ଥାନୀୟ ପ୍ରାର୍ଥୀ ଦେବାକୁ ଦାବି ହେଉଥିଲା । ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଉପରେ ଆସ୍ଥା ଭାଜନ କରି ଟିକେଟ୍ ପ୍ରଦାନ କରିଥିବା ଜଣାପଡିଛି। ଶ୍ରୀମତୀ ମହାନ୍ତି ଲଗାତାର୍ ଭାବରେ ୨୦୧୭ ମସିହାରୁ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇ ଲୋକଙ୍କ ସେବାକରି ଆସୁଛନ୍ତି। ଟିକେଟ୍ ପାଇବା ପରେ ନିଜର ପ୍ରତିକ୍ରିୟାରେ ଶ୍ରୀମତୀ ମହାନ୍ତି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତଥା ୫ଟି ଅଧ୍ୟକ୍ଷ ପାଣ୍ଡିଆନ୍ ନର୍ଲା ବିଧାନସଭାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ ଭାବରେ ଚୟନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ

masiha

ପାଠ୍ୟପୁସ୍ତକ ବିଭ୍ରାଟ ପ୍ରସଙ୍ଗ, ୧୪ରେ ବିଜେଡିର ଆନ୍ଦୋଳନ 

ଭାରତୀୟ ଜନତା ପାର୍ଟି ତରଫ ରୁ ସେବା ପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!