ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦେଇଛି ବିଜେପି ସରକାର – କୈଳାଶ ବିଜୟବର୍ଗୀୟ 

ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦେଇଛି ବିଜେପି ସରକାର – କୈଳାଶ ବିଜୟବର୍ଗୀୟ 

ରାଉରକେଲା: ପାନପୋଷ ସାଙ୍ଗଠନିକ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ସମ୍ବିଧାନ ଗୈାରବ ଅଭିଯାନର ସମ୍ମିଳନୀ ଛେଣ୍ଡ ସ୍ଥିତ ହକି ଭିଲେଜ ମେଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ ଙ୍କ ସଭାପତିତ୍ବ ଓ ମୁଖପାତ୍ର ଗଙ୍ଗାଧର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ସରକାରଙ୍କ ନଗର ବିକାଶ ଓ ଆବାସ ତଥା ସଂସଦୀୟ ମନ୍ତ୍ରୀ କୈଳାଶ ବିଜୟ ବର୍ଗୀୟ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ବିରମିତ୍ରପୁର ପ୍ରାକ୍ତନ ବିଧାୟକ ଶଙ୍କର ଓରାମ, ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ବିଜେପି ବୁଦ୍ଧିଜୀବୀ ସେଲର ସଂଯୋଜକ ଚନ୍ଦ୍ରଶେଖର ଶତପଥୀ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ ସିଂ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବିଜୟବର୍ଗୀୟ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ମତ ରଖି କହିଲେ ଯେ ଭାରତବର୍ଷ ସବୁଠାରୁ ବଡ ଗଣତନ୍ତ୍ର ଦେଶ। ପ୍ରତି ଦଶକୋଶ ଦୂରରେ ବେଶ ଓ ଭାଷା ବଦଳିଥାଏ। ତେବେ ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମର ଶକ୍ତି। ବାବା ସାହେବ ଆଂବେଦକର ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁଁ ସମ୍ବିଧାନ ପ୍ରସ୍ତୁତ କରିଥିଲେ। ଆମ ପ୍ରଧାନମନ୍ତ୍ରୀ ସେହି ସମ୍ବିଧାନ କୁ ସୁରକ୍ଷା ଦେବାରେ ପ୍ରତିଶ୍ରୁତିବଦ୍ଧ। ମାତ୍ର କଂଗ୍ରେସର ନେହେରୁଙ୍କ ଠାରୁ ରାହୁଲଙ୍କ ପର୍ଯ୍ୟନ୍ତ ସମ୍ବିଧାନକୁ ସମ୍ମାନ ଦେବା ଶିଖି ନାହାଁନ୍ତି। ଆମେ ସମ୍ବିଧାନକୁ ମୁଣ୍ଡ ଉପରେ ରଖୁଥିବାବେଳେ ରାହୁଳ ପକେଟରେ ରଖି ବୁଲୁଛନ୍ତି। ୧୯୫୦ ର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ୨୫ ବର୍ଷ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରି ସମ୍ବିଧାନ କୁ ଏକପ୍ରକାର ପଙ୍ଗୁ କରିଦେଇଥିଲେ। ସେହିପରି ବିରୋଧୀ ଦଳର ନେତା ଭାବେ ରାହୁଲ ବିଦେଶକୁ ଯାଇ ଭାରତକୁ ବଦନାମ କରିବା ପାଇଁ ଲାଗିଥାନ୍ତି। ଏହାସହ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହରାଓ ସମୟରେ ଅଟଳ ବିହାରି ବାଜପେୟୀ କିପରି ବିଶ୍ବ ଦରବାରରେ ଭାରତର ଗରିମାକୁ ବଜାୟ ରଖିଥିଲେ,ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପୂର୍ବତନ ପ୍ରଧାନ ମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ତୃଷ୍ଟିକରଣ ନୀତି ଯୋଗୁ ୩୭୦ ଧାରାକୁ ଯୋଡ଼ା ଯାଇ ଥିଲା ଯାହାଦ୍ଵାରା ଭାରତରେ ଜାମୁ ଓ କଶ୍ମୀରକୁ ସ୍ଵତନ୍ତ୍ର ଅଧିକାର ଦିଆ ଯାଇ ଏକ ଦେଶରେ ଦୁଇ ବିଧାନ, ଦୁଇ ପ୍ରଧାନ, ଦୁଇ ନିଶାନ ଲାଗୁ କରା ଯାଇ ଥିଲା ଯାହାକୁ ବିରୋଧ କରି ଜନସଂଘର ପ୍ରତିଷ୍ଠାତା ଡ ଶ୍ୟାମା ପ୍ରସାଦ ମୁଖାର୍ଜୀ ବିରୋଧ କରିଥିଲେ ଏବଂ ବନ୍ଦୀ ହୋଇ ସନ୍ଦେହ ଜନକ ଭାବେ ମୃତ୍ୟୁ ବରଣ କରିଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ସାହବାନୁ କେସରେ ଦେଇଥିବା ନିର୍ଣ୍ଣାୟକକୁ କଂଗେସ ସରକାର ବଦଳାଇ ଦେଇଥିଲେ । ଏହି ପରି ଭାବରେ ସମ୍ବିଧାନକୁ ବାରମ୍ବାର କଂଗ୍ରେସ ସରକାର ବଦଳାଇ ଦେଇଛନ୍ତି । ଏନ୍ ଡି ଏ ସରକାର କେନ୍ଦ୍ରରେ ଆସିବାପରେ ୩୭୦ ଧାରାକୁ ଉଚ୍ଛେଦ କରି ତା ସହିତ ସମ୍ବିଧାନକୁ ସମ୍ମାନ ଦେଇ ଆସୁଛନ୍ତି । ସେ ଡ ସର୍ଦ୍ଦାର ପଟେଲଙ୍କ ଭୂମିକା କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ବିଧାୟକ ଶ୍ରୀ ଆଚାର୍ଯ୍ୟ ଏଭଳି କାର୍ଯ୍ୟକ୍ରମ ପ୍ରାୟ ୫୦ଟି ସ୍ଥାନରେ ହେବାକୁ ଥିବା ବେଳେ ପ୍ରଥମେ ଭୁବନେଶ୍ୱର, ଏବେ ରାଉରକେଲା ଓ ପରେ ସମ୍ବଲପୁରରେ ହେବ ବୋଲି କହିବା ସହ କଂଗ୍ରେସର ସମ୍ବିଧାନ ବିରୋଧୀ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଇନ୍ଦିରା ଙ୍କ ଶାସନକାଳରେ ସର୍ବାଧିକ ସମ୍ବିଧାନ ବିରୋଧୀ କାର୍ଯ୍ୟକ୍ରମ ହୋଇଥିବା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବୁଦ୍ଧିଜୀବୀମାନେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ବିଧାୟକ ଶ୍ରୀ ତନ୍ତୀ ବିଜେପି ସମ୍ବିଧାନ କୁ ଅଧିକ ସମ୍ମାନ ଦେଉଥିବା ଦଳ ବୋଲି କହିବା ସହ ବାବା ସାହେବଙ୍କ ୫ଟି ସ୍ଥାନ ପବିତ୍ର ସ୍ଥାନ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ମତୀ ପଟ୍ଟନାୟକ ସ୍ବାଗତ ଭାଷଣ ଓ ସଂଯୋଜକ ଶ୍ରୀ ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଦଳିତ ସମାଜର ବ୍ୟକ୍ତିଙ୍କୁ ମୁଖ୍ୟଅତିଥି ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ସମସ୍ତ ପ୍ରକାର ସହଯୋଗ ଓ ମାର୍ଗ ଦର୍ଶନ କରିଥିବାରୁ ଜିଲ୍ଲା ତରଫରୁ ଅଶେଷ ଧନ୍ୟବାଦ୍ ଅର୍ପଣ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ର ବହୁ ବରିଷ୍ଠ କର୍ମକର୍ତ୍ତା, କର୍ମୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା ଓ ଜିଲ୍ଲା ଉପସଭାପତି ସରୋଜ ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗାଯୋଗ ଓ ସହୋଯୋଗ କରିଥିଲେ । ଶେଷରେ ସଭାନେତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲାଞ୍ଜିଗଡରୋଡ଼ଠାରେ ବିଜେଡିର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

masiha

ବନ୍ଧୁଗାଁ ବ୍ଲକରେ ବିଜେଡିରେ ମିଶିଲେ ୫ ଟି ପଞ୍ଚାୟତରୁ କଂଗ୍ରେସ ଦଳର ୧୭୧ ଜଣ ଓ ବିଜେପି ଦଳର ୧୪୩ ଜଣ କର୍ମୀ

masiha

ବିଜେପି ତାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ସକ୍ଷମ ହୋଇଛି – ମନ ମୋହନ ସାମଲ, ରାଜ୍ୟ ସଭାପତି

Sunil Chandra Nayak

Leave a Comment

error: Content is protected !!