ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରମା କଂଗ୍ରେସ ନା ବିଜେଡି ଦଳର?

ରମା କଂଗ୍ରେସ ନା ବିଜେଡି ଦଳର?

ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ମାଝୀ ।ଏକ ଖବର କାଗଜ ର ଶୁଭେଛା ବାର୍ତ୍ତା ପ୍ରକାଶ ପରେ ରମା ଏବେ କଂଗ୍ରେସ ଦଳର ନା ବିଜେଡି ଦଳର ବୋଲି ପଦ୍ମପୁର ରେ ବେଶ୍ ଚର୍ଚ୍ଚା ଚାଲିଛି।ସୂଚନା ଯୋଗ୍ୟ ଯେ ରମାକାନ୍ତ ୨୦୧୭ ମସିହା ରେ ରାଜନୀତି ରେ ପାଦ ପକାଇବା ସହ ତତ୍କାଳୀନ ବିଜେଡି ବିଧାୟକ ତ୍ରିନାଥ ଗମାଙ୍ଗ ଙ୍କ ସହାୟତା ରେ ବ୍ଲକ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ।ପରେ ୨୦୨୨ ମସିହା ରେ ମଧ୍ୟ ପଦ୍ମପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ରେ ରମା ଙ୍କ ସହଯୋଗ ରହିଥିଲା।ଏହା ପରେ ସେ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସମ୍ପାଦକ ପଦବୀ ରେ ଅବସ୍ଥାପିତ ଥିଲେ। ୨୦୨୪ ନିର୍ବାଚନ ରେ ଗୁଣପୁର ଆସନ ପାଇଁ ଆଶାୟୀ ପ୍ରାର୍ଥୀ ନିମନ୍ତେ ଆବେଦନ କରିଥିଲେ ରମାକାନ୍ତ।ବିଜୁ ଜନତା ଦଳ ୨୦୨୪ ନିର୍ବାଚନ ରେ ପରାସ୍ତ ପରେ ରମା କଂଗ୍ରେସ ମୁହାଁ ହୋଇଥିଲେ ଏବଂ ରାଜ୍ୟ ସଭାପତି ଭକ୍ତ ଦାସ ଙ୍କ ଉପସ୍ଥିତି ରେ କଂଗ୍ରେସ ରେ ସାମିଲ ହେବା ନେଇ ସାମାଜିକ ଗଣମାଧ୍ୟମ ରେ ଏକ ଫଟୋ ଭାଇରାଲ ହୋଇଥିଲା।ତେବେ ଏହା ପୂର୍ବରୁ ସେ ନିର୍ବାଚନ ରେ ବିଜୁ ଜନତା ଦଳର ବିଭୀଷଣ ସାଜିଥିବା ନେଇ ଅଭିଯୋଗ ହୋଇଥିଲା।ତେବେ କଂଗ୍ରେସ ରେ ଯୋଗ ଦେଲା ପରେ ଆଜି ଏକ ଖବର କାଗଜ ର ଶୁଭେଛା ବାର୍ତ୍ତା ରେ ବିଜୁ ଜନତା ଦଳ ର ସଦସ୍ୟ ଭାବେ ପ୍ରକାଶିତ ହେବ ପରେ ସାଧାରଣ ରେ ଚର୍ଚ୍ଚା ଜୋର୍ ଚାଲିଛି ରମା ବାବୁ ଙ୍କ ବିଜେଡି ପ୍ରୀତି ଯାଇନାହିଁ କି? ରମା ଏବେ ବିଜେଡି ର ନା କଂଗ୍ରେସ ଦଳର! 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୧୪ଟିରେ ସ୍ଥାୟୀ କୁଳପତି ନଥିବା ପ୍ରସଙ୍ଗ , ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

Sunil Chandra Nayak

ଦୁର୍ନୀତି ବିରୋଧରେ ବିଜେପିର ଵହଳଦା ବ୍ଳକ ଘେରାଉ ସହ ରାଜରାସ୍ତାକୁ ଓହ୍ଲାଇଲା

masiha

ବିଜେଡି ର ମୋଟରସାଇକଲ ଶୋଭାଯାତ୍ରା 

masiha

Leave a Comment

error: Content is protected !!