ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୯୭ତମ ଶ୍ରାଦ୍ଧ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଲେ ସାଂସଦ ନବଚରଣ 

୯୭ତମ ଶ୍ରାଦ୍ଧ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା
ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଲେ ସାଂସଦ ନବଚରଣ 

ମୟୂରଭଂଜ -୨୩।୬ — ସ୍ଥାନୀୟ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଉପଲକ୍ଷେ ‘ଗୋପବନ୍ଧୁଙ୍କ ସ୍ୱପ୍ନର ଓଡିଶା’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦୈନିକ ସମାଜର ରାଇରଙ୍ଗପୁର ପ୍ରତିନିଧି ସୌରଭ ପଟ୍ଟନାୟକ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଦୈନିକ ସମାଜ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପ୍ରଥମେ ଲୋକ ସେବକ ମଣ୍ଡଳ ର ଆଜୀବନ ସଦସ୍ୟ ଓ ରାଷ୍ଟ୍ରୀୟ ସମ୍ପାଦକ ସ୍ବର୍ଗତ ନିରଞ୍ଜନ ରଥଙ୍କ ପରଲୋକରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝି ଯୋଗ ଦେଇ ଉପସ୍ଥିତ ଛାତ୍ରଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ପାଠ ପଢି କେବଳ ଡାକ୍ତର, ଇଞ୍ଜିନିଅର, ପ୍ରଶାସନିକ ଅଧିକାରୀ, ନେତା ମନ୍ତ୍ରୀ ହେବା ବଡ କଥା ନୁହେଁ। ବରଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ଜଣେ ମହାପୁରୁଷ ହୋଇ ସମାଜର ଦିନଦୁଃଖୀ ଙ୍କ ସେବା କରିବା ଓ ସର୍ବୋପରି ଭଲ ମଣିଷ ଟିଏ ହେବା ପାଇଁ ଲକ୍ଷ୍ୟ ରହିବା ଉଚିତ ବୋଲି କହିଥିଲେ। ଆଜି ପ୍ରତିଯୋଗୀ ମାନଙ୍କ ସମେତ ମୋଟ ୪୫ଜଣ ଛାତ୍ର ଉପସ୍ଥିତ ଥିଲେ। 

 ଏହି ବକ୍ତୃତା ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁରର ଛାତ୍ର କିରଣ କୁମାର ମହାନ୍ତ(ଦଶମ ଶ୍ରେଣୀ) ପ୍ରଥମ, ପିୟୁଷ କୁମାର ମହାନ୍ତ (ଦଶମ) ଦ୍ଵିତୀୟ ଓ ରଜତ କୁମାର ମହାନ୍ତ (ନବମ) ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଦ୍ୱାରା ନଗଦ ଅର୍ଥ ରାଶି, ପ୍ରଶଂସା ପତ୍ର ଓ ଟ୍ରଫି ରେ ପୁରସ୍କୃତ ହୋଇଥିଲେ। ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପରିକ୍ରମାର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ଯୋଗଗୁରୁ ପ୍ରଶାନ୍ତ ପରୀକ୍ଷା, ସାହିତ୍ୟିକ ଓ ସ୍ତମ୍ଭକାର ଲଳିତ ମହାନ୍ତ,ଶିକ୍ଷାବିତ ଦିଲ୍ଲୀପ କୁମାର ମହାନ୍ତି, ସରସତ୍ଵ ସାଧକ ତିମିର ରଞ୍ଜନ ପଣ୍ଡା, ଅଧ୍ୟାପକ ବିଜୟ କୁମାର ରାମ, ବିଶିଷ୍ଟ ସମାଜସେବୀ ଶିବକୁମାର ଅଗ୍ରୱାଲ, ଦୁଷ୍ମନ୍ତ କୁମାର ଦାସ, ସୁନୀଲ ମହାନ୍ତ ଓ ଛୁଟୁପଦ ମୋଦକ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ଓ ସରସତ୍ଵ ସାଧକ ରଞ୍ଜନ କୁମାର ନନ୍ଦ ସରଗର୍ଭକ ବକ୍ତବ୍ୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ଦୈନିକ ସମାଜର ରାଇରଙ୍ଗପୁର ପ୍ରତିନିଧି ସୌରଭ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର. ମୋଟ ୧୨୩ ଟି ଅଭିଯୋଗର ହେଲା ଶୁଣାଣୀ

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!