ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକଙ୍କୁ ହତ୍ୟା ଅଭିଯୋଗରେ ଯୁବକ ଗିରଫ

ଡାବୁଗାଁ, ୧୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗରେ ଡାବୁଗାଁ ଥାନା ଅଧୀନ ବୋରିପଦର ଗ୍ରାମର ବିରଞ୍ଚି ଡଙ୍ଗରୀ (୨୫) କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ୫.୨.୨୩ ଦିନ ରାତ୍ରିରେ ଡାବୁଗାଁ ଥାନା ଅଧୀନ ବୋରିପଦର ଗ୍ରାମରେ ନାଟ (ଆଦିବାସୀ ନାଟକ) ହେଉଥିଲା | ରାତ୍ର ପ୍ରାୟ ୧୧ ଘ. ସମୟରେ ଡାବୁଗାଁ ର ରତନ ଗୌଡ (୪୫) ଓ ସେହି ଗ୍ରାମର ବିରଞ୍ଚି ଡଙ୍ଗରୀ ଓ ତା ସାଙ୍ଗ ଅଭି କର୍କରା ଙ୍କ ସହ କଥାବାର୍ତ୍ତା ହେବା ବେଳେ ବଚସା ହୋଇଥିଲା | ବଚସା ପରେ ସେଠାରୁ ୨ ସାଙ୍ଗ ମଦ୍ୟପାନ କରିବା ପାଇଁ ଅନ୍ୟତ୍ର ଚାଲିଯାଇଥିଲେ | ମଦ ପିଇ ଫେରିବା ବେଳେ ଦେଖିଥିଲେ ରତନ ଗଉଡ ସାହି ରେ ଥିବା ନଳକୂପ ପାଖରେ ଛିଡାହୋଇଛି | ରତନ ଗୌଡ ସହ ୨ ସାଙ୍ଗ ପୁଣି ଝଗଡା କରିବା ପରେ ୨ ଜଣ ମିଶି ମାଡ ମାରିଥିଲେ | ମାଡ ମାରିବା ଦ୍ଵାରା ରତନ ତଳେ ପଡି ବେହୋସ ହୋଇ ଯାଇଥିଲେ | ମାଡ ମାରୁଥିବା ୨ ସାଙ୍ଗ ରତନ ମରିଯାଇଥିବା ଭାବି ଟାଣି ନେଇ ଗ୍ରାମ ପାଖ ଜଙ୍ଗଲ ରେ ଫୋପାଡି ଦେଇଥିଲେ | ଏହା ସହ ତା ଲୁଗାପଟା ଓ ମୋଟରସାଇକେଲ କୁ ଗାଁ ପାଖ ପୋଖୋରୀ ଭିତରେ ଫୋପାଡି ଦେଇଥିଲେ | ପରଦିନ ୬.୨. ୨୩ ତାରିଖ ଦିନ ଅପରାହ୍ନ ରେ ଜଙ୍ଗଲ ମଧ୍ୟରେ ଯାଉଥିବା କିଛି ଲୋକେ ରତନକୁ ଆହତ ଅବସ୍ଥାରେ ଦେଖି ଡାବୁଗାଁ ପୋଲିସ କୁ ଖବର ଦେଇଥିଲେ | ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ରତନକୁ ଉଦ୍ଧାର କରି ବେହୋସ ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ପରେ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟନମରେ ଥିବା ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୩.୨.୨୩ ତାରିଖ ଦିନ ରତନ ଙ୍କ ମୃତ୍ୟୁ ଘଟିଥିଲା | ୧୩ ତାରିଖ ଦିନ ସନ୍ଧ୍ୟାରେ ମୃତକଙ୍କ ଝିଅ ପ୍ରିୟଙ୍କା ଗୌଡ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତିକରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ସଙ୍ଗେ ସଙ୍ଗେ ବିଶାଖାପାଟନମ ମେଡିକାଲ ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ | ୧୪ ତାରିଖ ପୋଲିସ ତଦନ୍ତ କରି ବୋରିପଦର ଗ୍ରାମର ବିରଞ୍ଚି ଡଙ୍ଗରୀ ଙ୍କୁ ଅଟକ ରଖି ପଚରାଉଚରା କରିଥିଲା | ପଚରାଉଚରା ପରେ ବିରଞ୍ଚି ପୋଲିସ ଆଗରେ ସବୁ ସତକଥା ମାନି ଯାଇଥିଲା | ପରେ ବିରଞ୍ଚି କୁ ଘଟଣାସ୍ଥଳକୁ ନେଇ ପୋଖରୀ ରୁ ମୃତକ ରତନ ର ମୋଟରସାଇକେଲ ଓ ଲୁଗାପଟା ଜବତ କରିଥିଲା | ପୋଲିସ ଶୁକ୍ରବାର ଅଭିଯୁକ୍ତ ବିରଞ୍ଚି ଡଙ୍ଗରୀ ଙ୍କୁ କୋର୍ଟ ଚାଲାଣ କରିଛି | ଏନେଇ ଥାନା କେସ ନଂ ୩୦/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଅନ୍ୟ ଅଭିଯୁକ୍ତ ଅଭି କର୍କରା ଫେରାର ଥିବା ବେଳେ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଛତିଶଗଡ ସୀମାନ୍ତରୁ ୩ଶହ ଗଞ୍ଜେଇ ଗଛ ଜବତ , ଅବକାରୀ ଓ ପୋଲିସ ମିଳିତ ଚଢ଼ଉ 

Sunil Chandra Nayak

ନୂଆପଡ଼ା ଜିଲ୍ଲା ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମିଳିତ ରୂପେ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜଳାନ୍ସ ଦ୍ବାରା ଗିରଫ

Sunil Chandra Nayak

ବହୁ ପରିମାଣର ଦେଶୀ ମଦ ଓ ବିଦେଶୀ ମଦ ଜବତ 

masiha

Leave a Comment

error: Content is protected !!