ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଓଡ଼ିଶାକୁ କେବେ ବି ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓଡ଼ିଶାକୁ କେବେ ବି ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବନି। ଏଥିଲାଗି ଅର୍ଥ କମିସନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି । ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏହା କହିଛନ୍ତି।

ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମନରେଗା ହେଉଛି ଚାହିଦାଭିତ୍ତିକ ଯୋଜନା। ଲୋକଙ୍କ ଚାହିଦା ବଢ଼ିଲେ, ବ୍ୟୟବରାଦ ବଢ଼ିବ। ମୋଦୀ ସରକାର ଆସିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ବିନିଯୋଗ ହେଉଛି, ଯାହା ପୂର୍ବ ସରକାର ହେଉ ନଥିଲା । କିଛି ରାଜ୍ୟ ଏହାକୁ ପ୍ରସଙ୍ଗ କରୁଛନ୍ତି। କିନ୍ତୁ ଏମିତି ବି ରାଜ୍ୟ ଅଛନ୍ତି। ଯେଉଁମାନଙ୍କୁ ଆର୍ଥିକ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ବି ଖର୍ଚ୍ଚ କରିପାରୁନାହାନ୍ତି । ଏହି ଯୋଜନାର ବ୍ୟବବରାଦ ଅତିରିକ୍ତ ବ୍ୟୟ ବରାଦ ଜରିଆରେ ବଢାଇବାର ବିକଳ୍ପ ରହିଛି । ଯାହାକି ଅତୀତରେ କରଯାଇଛି ।

ଆଦାନୀ ପ୍ରସଙ୍ଗରେ ସୀତାରମଣ କହିଛନ୍ତି, ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଜାରି ରହିଛି। ଷ୍ଟେଟ୍‌ ବ୍ୟାଙ୍କ ଓ ସେବି ଯାହା କହିବା କଥା କହି ସାରିଛନ୍ତି। ଏହି ପ୍ରସଙ୍ଗରେ ଅଧିକ କିଛି କହିବା ଠିକ୍ ହେବନି। ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟିରେ ସାମିଲ କରିବା ଲାଗି ଆରମ୍ଭରୁ ପ୍ରସ୍ତାବ ରହିଛି। କେବଳ କେଉଁ ହାରରେ ଜିଏସ୍‌ଟି ଲାଗିବ, ତାହା ଧାର୍ଯ୍ୟ ହୋଇପାରୁ ନାହିଁ। ଏ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ବ ଜିଏସ୍‌ଟି କାଉନସିଲର, ଯେଉଁଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି।

ଏଲ୍‌ପିଜି ପାଇଁ ମାତ୍ର ୨୦୦ କୋଟି ବ୍ୟୟ ବରାଦ ପ୍ରସଙ୍ଗରେ କହିଛନ୍ତି। ଏହା କେବଳ ନୂଆ ସଂଯୋଗ ପ୍ରଦାନ ଲାଗି ଉଦ୍ଦିଷ୍ଟ। ଏହା ଗ୍ରାହକଙ୍କୁ ସବସିଡ ପ୍ରଦାନ ପାଇଁ ନୁହେଁ। ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି କମାଯିବା ପ୍ରସଙ୍ଗରେ କହିଛନ୍ତି, ମୋଦୀ ସରକାରଙ୍କ ଅମଳରେ ଚାଷୀଙ୍କ ଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି ତାହା ପୁଣି ଏମ୍‌ଏସ୍‌ପି ଦରରେ। ୨୦୨୩-୨୪ରେ ପୁଞ୍ଜି ପ୍ରତ୍ୟାହାର ଲାଗି ପ୍ରସ୍ତୁତ ତାଲିକାରେ ନାଲକୋର ନାମ ନାହିଁ। ତେଣୁ ଏବର୍ଷ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ହେବନି ବୋଲି କହିଛନ୍ତି ସଚିବ ତୁହିନ କାନ୍ତ ପାଣ୍ଡେ।

ସମ୍ବଲପୁରୀ ଶାଢ଼ି ମୋତେ ବହୁତ ଭଲ ଲାଗେ।ମୋର ୱାର୍ଡରୋବରେ ଥିବା ଅଧିକାଂଶ ଶାଢ଼ି ସମ୍ବଲପୁରୀ। ବମକାଇ, କଟକି ଶାଢ଼ି ବି ମୋତେ ଭଲ ଲାଗେ । ଏବେ ବି ମୁଁ ଏସବୁ ଶାଢ଼ି କିଣୁଛି କହିଛନ୍ତି ନୀର୍ମଳା ସୀତାରମଣ।

ଆବାସ ଯୋଜନା, ହର ଘର୍ ନଲ ଯୋଜନାରୁ ଫାଇଦା ମିଳିବବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅମୃତ କାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ ବୋଲି ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବଜେଟ ଅମୃତ କାଳର ପ୍ରଥମ ବଜେଟ । ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ରାଜ୍ୟ ଗୁଡ଼ିକ ଲାଗି ୫୦ ବର୍ଷ ଲାଗି ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ୱ ଦିଆଯାଇଛି । ଆବାସ ଯୋଜନା, ହର ଘର୍ ନଲ ଆଦି ଯୋଜନାରୁ ସେମାନଙ୍କୁ ବହୁତ ଫାଇଦା ମିଳିବ । କେନ୍ଦ୍ର ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି MSME ।

ଦେଶର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ପୂର୍ବରୁ ଆକାଂକ୍ଷୀ ଜିଲ୍ଲା ଆରମ୍ଭ କରାଯାଇଥିଲା । ଚଳିତ ବଜେଟରୁ ଏହାକୁ ପୁନଶ୍ଚ ତୃଣମୂଳ ସ୍ତରକୁ ନେବାକୁ ୫ଶହ ଆକାଂକ୍ଷୀ ବ୍ଳକ୍ ଚିହ୍ନଟ କରାଯାଇଛି । ଏସବୁ ଅଞ୍ଚଳରେ ମୌଳିକ ସୁବିଧା ସହ ଭିତ୍ତଭୂମି ବିକାଶକୁ ଗୁରୁତ୍ଵ ଦିଆଯିବ । ଟେକ୍ନୋଲୋଜି ଭିତ୍ତିକ ବିକାଶ ଲାଗି ଶ୍ରମିକଙ୍କୁ ପ୍ରଶିକ୍ଷିତ କରାଯିବ । ଫଜିଲ ଫୁଏଲରୁ ଗ୍ରୀନ ଏନର୍ଜିକୁ ଟ୍ରାନସଫରମେସନ୍ ଲାଗି ବଜେଟରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ସୀତାରମଣ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିବେଶକୁ ବେଖାତିର, ଡ୍ରେନ୍ ରେ ଭର୍ତ୍ତି ଅସନା ପାଣି ଓ ପେଜ ତୋରାଣୀ ଯୋଗୁଁ ମଶାମାଛି ର ପ୍ରାଦୁର୍ଭାବ ! 

Sunil Chandra Nayak

ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଓ ଭଲକାମ କରିଥିବା ବ୍ଲକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପୁରସ୍କୃତ କରାଯିବ ବୋଲି ୫ଟି ସଚିବଙ୍କ ଘୋଷଣା

ଆସନ୍ତାକାଲି ୭୪ତମ ସାଧାରଣତନ୍ତ୍ର ଦିବସ ,  ଓଡ଼ିଶାରୁ ୨୧ଜଣ ପୁଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort