ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ – ବିଭିନ୍ନ ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ପାଇଁ ତାଲିକା ଚୂଡ଼ାନ୍ତ

ଆସନ୍ତା ଅଗଷ୍ଟ ୧୫ତାରିଖରେ ଭୁବନେଶ୍ୱରରେ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିଭାଦନ ଗ୍ରହଣ କରିବେ । ସେହିପରି ରାଜ୍ୟର ୨୦ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ, ରାଉରକେଲା ଓ ବ୍ରହ୍ମପୁରରେ ୨ଜଣ ଆରଡିସି ଏବଂ ୧୦ଟି ଜିଲ୍ଲାରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ସଂଗ୍ରାମ ସମାରୋହରେ ପରେଡ୍ ଅଭିବାଦନ ଗ୍ରହଣ କରିବେ ।

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ଓ ପରେଡ୍ ଅଭିବାଦନ ଗ୍ରହଣ କରିବେ । ସେହିପରି ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳ, ନିରଞ୍ଜନ ପୂଜାରୀ ପୁରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ କୋରାପୁଟ, ପ୍ରଦୀପ କୁମାର ଅମାତ ଗଞ୍ଜାମ, ପ୍ରମିଳା ମଲ୍ଲିକ ବରଗଡ଼, ଉଷା ଦେବୀ ସମ୍ବଲପୁର, ପ୍ରଫୁଲ୍ଲ କୁମାର ମଲ୍ଲିକ କେନ୍ଦୁଝର, ପ୍ରତାପ କେଶରୀ ଦେବ ଅନୁଗୁଳ, ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ା, ଟୁକୁନି ସାହୁ ଜଗତସିଂହପୁର, ଅଶୋକ ଚନ୍ଦ୍ର ପଣ୍ଡା ବଲାଙ୍ଗିର, ରାଜେନ୍ଦ୍ର ଢ଼ୋଲକିଆ ସୁନ୍ଦରଗଡ଼, ବିକ୍ରମ କେଶରୀ ଆରୁଖ କଟକ, ସୁଦାମ ମାରାଣ୍ଡି ବାଲେଶ୍ୱର, ଶାରଦା ପ୍ରସାଦ ନାୟକ ଝାରସୁଗୁଡ଼ା, ଅଶ୍ୱିନୀ କୁମାର ପାତ୍ର ମୟୂରଭଞ୍ଜ, ପ୍ରୀତିରଞ୍ଜନ ଘଡ଼ାଇ କଳାହାଣ୍ଡି, ତୁଷାରକାନ୍ତି ବେହେରା ମାଲକାନଗିରି, ରୀତା ସାହୁ ସୋନପୁର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଢେଙ୍କାନାଳ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟପତାକା ଉତ୍ତୋଳନ ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ।

ସେହିପରି ଭଦ୍ରକ,ବୌଦ୍ଧ, ଦେବଗଡ଼,ଗଜପତି, ଯାଜପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଯଥାକ୍ରମେ ଦକ୍ଷିଣାଂଚଳ ଆରଡିସି ଓ ଉତ୍ତରାଂଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

Sunil Chandra Nayak

ମଧୁବାବୁ ପେନସନ୍ ଯୋଜନାରେ ଅତିରିକ୍ତ ୪.୧୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା

Sunil Chandra Nayak

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ ପ୍ରସ୍ତାବକୁ ମୋହର: ଗ୍ରାଣ୍ଟ୍-ଇନ୍-ଏଡ୍ ସ୍କୁଲ୍‌ ପାଇଁ ଲାଗୁ ହେଲା ସପ୍ତମ ବେତନ କମିସନ

Sunil Chandra Nayak

Leave a Comment

error: Content is protected !!