ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କୁରାଳ ସମାଜର ନୂତନ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ବ୍ଲକ କୁରାଳ (କୁମ୍ଭକାର) ସମାଜ ସଭାପତି ମୁରଲୀଧର ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ ମହୀଧର ରଣା, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ରିଷିଡା ସରପଞ୍ଚ ସେବତୀ ରଣା, ତେରେସିଂହା ସମିତି ସଭ୍ୟା ଚନ୍ଦ୍ରମା ରଣା ଯୋଗ ଦେଇଥିଲେ l ଏହି ଅବସରରେ ଭବନ ନିର୍ମାଣ ପାଇଁ ଜମିଦାନ କରିଥିବା ଚାରିଜଣ ବ୍ୟକ୍ତି ଦିଲୀପ କୁମାର ରଣା, ନାରାୟଣ ରଣା, ବିଦେଶୀ ରଣା ଓ ଚନ୍ଦ୍ର ରଣାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା l ଏଥିସହ ଭବନ ନିର୍ମାଣ ପ୍ରାରମ୍ଭିକ ଭାବେ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ରିଷିଡାର ରୋହିତ କୁମାର ରଣା ଓ ତାଙ୍କ ପତ୍ନୀ ମଞ୍ଜୁ ରଣାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ରିଷିଡାର ନନ୍ଦକିଶୋର ରଣା ‘କ’ ଓ ନନ୍ଦକିଶୋର ରଣା ‘ଖ’ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା l କାର୍ଯ୍ୟକ୍ରମକୁ ବ୍ଲକ କୁମ୍ଭକାର ସମାଜର ପୂର୍ବତନ ସଭାପତି ରୋହିତ କୁମାର ରଣା ସଂଯୋଜନା କରିଥିବା ବେଳେ ବ୍ଲକ ସମ୍ପାଦକ ଗୌର କିଶୋର ରଣା ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍,୨୫ ଜ‌ଣଙ୍କ ଅବସ୍ଥା ଗୁରୁତର

Sunil Chandra Nayak

ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର : ୪ ଆହତ 

masiha

ଏବିଭିପି କଳାହାଣ୍ଡି ର ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!