ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକ୍ନୋୱାର୍ଲଡ ଉଚ୍ଚ ମାଧ୍ୟାମିକ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

 ମୟୂରଭଞ୍ଜ :- ( ମସିହା) ରାଇରଙ୍ଗପୁର ସ୍ଥିତ ଅଗ୍ରଣୀ ଆବାସିକ ଶିକ୍ଷା ଅନୁଷ୍ଠାନ ଟେନକୋୱାର୍ଲଡ ଗ୍ରୁପ ଅଫ ଇନ୍ଷ୍ଟିଚ୍ୟୁଟ ଟେକ୍ନୋୱାର୍ଲଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବାଗତ ଛାତ୍ର ଛାତ୍ରୀ ଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ଏକା ଉତ୍ସବ ର ଆୟୋଜନ କରାଯାଇଥିଲା | ଅଧକ୍ଷ ପ୍ରଫେସର ଲଳିତ ମୋହନ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାରୋହ ରେ ଦ୍ୱିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ଫୁଲତୋଡ଼ା ଓ ଲେଖନୀ ଉପହାର ଦେଇ ସ୍ୱାଗତ ଜଣାଇଥିଲେ | ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ରେ ସ୍ତମ୍ଭକାର ଲଳିତ ମହାନ୍ତ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ ଏକାଗ୍ରତା, ଧ୍ୟାନ ଓ ବିନମ୍ରତା କୁ ପାଥେୟ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ | ସ୍ୱତନ୍ତ୍ର ବରଣ୍ୟ ଅତିଥି, ଅନୁଷ୍ଠାନ ର ଚେୟାରମ୍ୟାନ ଇଂ ଦୀନବନ୍ଧୁ ମହାନ୍ତ ଅଧୟନ କ୍ଷେତ୍ର ରେ ଅଗ୍ରସର ହେବ ପାଇଁ ଉପଦେଶ ଦେଇଥିଲେ | ସଂମାନିତ ଅତିଥି ଇଂରାଜୀ ଭାଷା ସାହିତ୍ୟ ର ଅଧ୍ୟାପକ ସୂର୍ଯ୍ୟକାନ୍ତ ଘଣା ଆଜିର ଶିକ୍ଷା ରେ ଶୃଙ୍ଖଳା ଓ ଆଧ୍ୟାତ୍ମିକତା ବେଶ ଜରୁରୀ ହୋଇପଡିଛି ବୋଲି ମତ୍ତ ବ୍ୟକ୍ତ କରିଥିଲେ | ଅନ୍ୟତମ ସଂମାନୀତ ଅତିଥି ପ୍ରାକ୍ତନ ନିର୍ଦେଶକ ଇଂ ଉମାକାନ୍ତ ମହାନ୍ତ ଓ ଆଇନଜୀବୀ ଭବାନୀ ଶଙ୍କର ମହାନ୍ତି ପ୍ରମୁଖ ସ୍ୱାଗତ ଜଣାଇ ବକ୍ତବ୍ୟ ପ୍ରଦାନ କରିଥିଲେ | ଓଡ଼ିଆ ଭାଷା ସାହିତ୍ୟ ର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ ପରିଚାଳନା ରେ ତାପସ ମହାନ୍ତ, ଅଜୟ ମହାପାତ୍ର, ପ୍ରଦ୍ୟୁମ୍ନ ଦତ୍ତ, ରମାକାନ୍ତ ମହାନ୍ତ, ସିପୁନ ମହାନ୍ତି, ସୁନାରାମ ଟୁଡୁ, ଆଶିଷ ବେହେରା, ଶଶିକାନ୍ତ ନନ୍ଦ, ଖେଳୁନଦେବ ଗିରି,ରୋହିତ ନନ୍ଦ, ଅବିନାଶ ବାରିକ,ସମୀର ମହାନ୍ତ,ଡଃ. ସସ୍ମିତା ଦାସ, ନିକିତା ବାନରା, ପ୍ରଜ୍ଞା ପରମିତା ମହାନ୍ତ,ରଂଜିତା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳନ

Sunil Chandra Nayak

ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟର ଅତ୍ୟାଧୁନିକ ରୋଷେଇ ଗୃହ ଓ ଭୋଜନଶାଳା ଉଦ୍ଘାଟିତ

Sunil Chandra Nayak

ବିନା ଫଳକ ରେ କାକୁଡିରୁମା ଅଙ୍ଗନବାଡ଼ି କେନ୍ଦ୍ର ରେ ମରାମତି କାମ ଚାଲିଛି

masiha

Leave a Comment

error: Content is protected !!