ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଜନ ସଂଗ୍ରାମ ସମିତି ତରଫରୁ ସ୍ଵାଧୀନତା ଦିବସ ପାଳିତ

ଜୁନାଗଡ଼,୧୬/୮(ମ ନି ସ)ଜୁନାଗଡ ବହୁଜନ ସଂଗ୍ରାମ ସମିତି ପକ୍ଷ୍ୟରୁ ସମାରୋହ ରେ ୭୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସର ରେ ସ୍ତାନୀୟ ନୂଆ ବସ ଷ୍ଟାଣ୍ଡ ରେ ଥିବା ଡାଃ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟ ରେ ସଂଗଠନ ର କର୍ମ କର୍ତ୍ତା ଏକତ୍ରୀତ ହୋଇ ସ୍ଵାଧୀନତା ଦିବସ ପାଳନ କରିଥିଲେ l ଡାଃ ବି ଆର୍ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟ ପ୍ରଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲେ l ଏହା ପରେ ସାଂଗଠନ ର ସଭାପତି ରଞ୍ଜନ ଜାଲ ଦ୍ଵାରା ଜାତୀୟ ପତକା ଉତ୍ତୋଳନ କରାଯଇଥିଲା l ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରିଥିଲେ l ସ୍ଵାଧୀନତା ସଂଗ୍ରାମ ରେ ସହିଦ୍ ବୀର୍ ଯବlନ ଓ ମହା ପୁରୁଷ ଙ୍କ ବଳିଦାନ ଦ୍ଵାରା ଆଜି ଭାରତ ସ୍ଵାଧୀନ ହୋଇଛି ଏବଂ ଆମ୍ଭେ ସମସ୍ତେ ସମ୍ଭିଧାନ ର ମୂଳ ଦୁଆ ପକେଇ ଦେଶ କୁ ଆଗେଇ ନେଲେ ସାମାଜ ର ଉନ୍ନତି ସାଧିତ ହେବ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟ ରେ ଜୁନାଗଡ ନଗର୍ ପାଲ ମୁକେଶ୍ ଅଗ୍ରୱାଲ କାର୍ଯ୍ୟ ନିର୍ବାହୀ ପ୍ରେମଲାଲ ହିଅlଲ ଏନ୍ ଏ ସି ଉପାଧ୍ୟକ୍ଷl ହିମାଦ୍ରି ନାଏକ୍ ଏବ୍ଂ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ନେପାଲ ବାଗ ସହକାରୀ ଶିକ୍ଷକ ମଳୟ ମୁଣ୍ଡ ପ୍ରମୂଖ ସାମିଲ ହୋଇଥିଲେ l ପରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ ସଂଗଠନ ର କାର୍ଯ୍ୟକlରି ସଭାପତି ନରେନ୍ଦ୍ର କ୍ଷିତି। କାର୍ଯ୍ୟକ୍ରମରେ ନିଲୁ ମାଝୀ, ମୀନୁ କନ୍ଦପାନ, ସୁଶାନ୍ତ ନାଏକ, ଶିବ ମହାନନ୍ଦ, ଅଞ୍ଜନ କ୍ଷିତି, ରିଷି କ୍ଷିତି ପ୍ରମୂଖ ସହ ଅନେକ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜମ୍ବୁଦ୍ବୀପ ରେ ବୋଇତ ବନ୍ଦାଣ ଉତ୍ସବ 

Sunil Chandra Nayak

ସରକାରି ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ 

masiha

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

masiha

Leave a Comment

error: Content is protected !!