ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ନେଇ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଦାବୀ

ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ନେଇ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଦାବୀ

ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଇନ୍ଦ୍ରାବତୀ ଜଳସେଚନ ଯୋଜନାରୁ ଚଳିତ ରବି ଚାଷ ପାଇଁ ତେଲ ନଦୀ ଅପର ପାର୍ଶ୍ୱରେ ଥିବା କନା ଗାଁ, ଡୁମେର ଗୁଡା, ସନ୍ଧି କୁଲିହାରି, କାଙ୍କେରି, ଟିପିଗୁଡା ଓ ତମ୍ବାଛଡ଼ା ଗ୍ରାମ ପଞ୍ଚାୟତର କେନାଲ ରେ ଜଳ ଯୋଗାଣ ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଥିଲା। ଏନେଇ ଚାଷୀ ମାନେ ଚାଷ କାମ ଆରମ୍ଭ କରିଥଲେ କିନ୍ତୁ ସଂପୃକ୍ତ ଅଞ୍ଚଳରେ ଚାଷୀ ମାନଙ୍କ ଧାନ କେଣ୍ଡା ଧରିବା ସମୟରେ ହଠାତ କେନାଲ ରେ ଜଳ ଯୋଗାଣ ବନ୍ଦ କରି ଦେଇଥିବାରୁ ସଂପୃକ୍ତ ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତର ଚାଷ ସମ୍ପୂର୍ଣ ନଷ୍ଟ ହେବାକୁ ଯାଉଛି। ନୀରିହ ଚାଷୀ ମାନେ ଋଣ କରି ଧାନ ଚାଷ କରିଥିବା ବେଳେ ଜଳ ବିହୁନେ ଚାଷ ନଷ୍ଟ ହୋଇଯାଉଥିବାରୁ ଚାଷୀ ସଂପୂର୍ଣ୍ଣ ହତାଶ ହୋଇପଡିଛନ୍ତି। ଏଣୁ ନଷ୍ଟ ଚାଷ ର ଆକଳନ କରାଯାଇ ଚାଷୀଙ୍କୁ କ୍ଷତି ପୂରଣ ଦିଆ ଯିବା ସହ ସଂପୃକ୍ତ ଅଞ୍ଚଳରେ କେନାଲ ପାଣି ଜଣାଇବା ପାଇଁ ଆଜି ଧର୍ମଗଡ଼ ବ୍ଲକ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଧର୍ମଗଡ଼ ବ୍ଲକ କଂଗ୍ରେସ ସଭାପତି ପ୍ରେମଲାଲ ସାଗର ଙ୍କ ନେତୃତ୍ୱରେ କଂଗ୍ରେସ ନେତା ଫକୀର ଚନ୍ଦ୍ର ନାଏକ, ସୁରେଶ ଅଗ୍ରୱାଲ, ସୁରେଶ ଚନ୍ଦ୍ର ଭଏଁସାଲ ସମେତ ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ୍ ….

Related posts

ଅଲ୍ ଓଡ଼ିଶା ସିଡ୍ୟୁଲଡ଼୍ କାଷ୍ଟ ଫେଡେରେସନ (ଏଓଏସସିଏଫ୍ ) ଦ୍ୱାରା ସମ୍ବିଧାନ ଦିବସ ପାଳିତ 

masiha

” ଅଣୁ ନାଟକ ” ର ଶୁଭ ଉନ୍ମୋଚନ

masiha

୧୫ଫୁଟ ମାଟି ପୋତି ହେଲାଣି ପୁରାତନ ଭତ୍ରାଡ୍ୟାମ ୭୫ ବର୍ଷ ପରେ ମଧ୍ୟ ହୋଇ ପାରିନି ପୁନରୁଦ୍ଧାର

Sunil Chandra Nayak

Leave a Comment

error: Content is protected !!