ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଲିଆପାଳରେ ବିଜେପିର ମହା ଜନ ସମ୍ପର୍କ ଅଭିଯାନ ଜନସଭା ଅନୁଷ୍ଠିତ

ବାଲେଶ୍ଵର,୧୦/୭/୨୩- ସମ୍ପ୍ରତି ଦେଶ ବ୍ୟାପି ବିଜେପିର ଚାଲିଥିବା ମହା ଜନ ସମ୍ପର୍କ ଅଭିଯାନ ପରି ପ୍ରେକ୍ଷୀରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ମଣ୍ଡଳ ପକ୍ଷରୁ ବାଲିଆପାଳ ସିମୁଳିଆ ଠାରେ ରବିବାର ମହା ଜନସମ୍ପର୍କ ଜନସଭା ଅନୁଷ୍ଠିତ ହୋଇଯାଇଛି । ନମାମି ଗଙ୍ଗେ ରାଜ୍ୟ ସହ ସଂଯୋଜକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହା ଜନ ସମ୍ପର୍କ ଜନସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେନ୍ଦ୍ରରେ ଯଶ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷର ସଫଳତା ଓ ଜନ ହିତରେ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ବ୍ୟାପକ ଆଲୋଚନା କରିବା ସହିତ ରାଜ୍ୟର ଅପାରଗ, ସ୍ଥାଣୁ ସରକାର ବିରୁଦ୍ଧରେ ବିଷଉଦଗାର କରିଥିଲେ । ରାଜ୍ୟରେ ଏକ ଛାୟା ଶାସନ ଚାଲିଥିବା କଥା ଶ୍ରୀ ଷଡଙ୍ଗୀ କହିବା ସହିତ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ବୁଲି ପାରୁ ଥିବାବେଳେ ରାଜ୍ୟରେ କାହିଁକି ଲୋକଙ୍କ ପାଖକୁ ଯିବା ପାଇଁ ଡରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ବ୍ୟକ୍ତିଗତ ସଚିବ ନିଜକୁ ମୁଖ୍ୟମନ୍ତ୍ରୀ କହି ରାଜ୍ୟସାରା ବୁଲିବାର ମାନେ କଣ ? ଏଥିରୁ ପ୍ରମାଣିତ ହେଉଛି ଯେ ସବୁ ମନ୍ତ୍ରୀ ଅଯୁଗ୍ୟ । ସଚିବଙ୍କ ପାଖରେ ରାଜ୍ୟର ମନ୍ତ୍ରୀମାନେ ଚାଟୁକାର ସାଜି ସଚିବ ପାଇଁ ମଞ୍ଚ ବାନ୍ଧୁ ଛନ୍ତି । ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କଡା ଭାଷାରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା, ସାଂସଦ ପ୍ରତିନିଧି ମହେଶ୍ୱର ଜେନା, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ପଣ୍ଡା, ଓବିସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ବିକାଶ ଗିରି, ଯୁବନେତା ଦେବାନନ୍ଦ ପିଳା, ଲଙ୍ଗଳେଶ୍ୱର ମଣ୍ଡଳ ସଭାପତି ଗଗନ ସାହୁ, ଖପରାପଦା ମଣ୍ଡଳ ସଭାପତି ଲକ୍ଷ୍ମୀଧର ପ୍ରଧାନ, କାଳିପଦା ମଣ୍ଡଳ ସଭାପତି ସତ୍ୟାନନ୍ଦ ମହାନ୍ତି, ଯୁବନେତା କ୍ଷିତିଶ କୁମାର ଜେନା, ରାଜକିଶ୍ୱର ପ୍ରଧାନ, ବରିଷ୍ଠ ନେତା ରବୀନ୍ଦ୍ର ଦତ୍ତ, କମଳ ଲୋଚନ ଭୂୟାଁ ଓ ଭୃଗୁରାମ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଲିଆପାଳ ମଣ୍ଡଳ ସଭାପତି କମଳ ଲୋଚନ ଦତ୍ତ ଧନ୍ୟବାଦ ଦେଇଥିଲେ । ବାଲିଆପାଳ ମଣ୍ଡଳ ଅଧୀନରେ ଥିବା ବାଲିଆପାଳ,ବିଷ୍ଣୁପୁର, ଜାମକୁଣ୍ଡା, ପ୍ରତାପପୁର, ମଧୁପୁରା ଓ ଦେଉଳା ଆଦି ପଞ୍ଚାୟତର କର୍ମୀମାନେ ଏହି ମହା ଜନ ସମ୍ପର୍କ ଅଭିଯାନରେ ଯୋଗଦେଇଥିବା ବେଳେ ସତ୍ୟରଞ୍ଜନ ମଣ୍ଡଳ, ସୁଦାମ ଚରଣ ଦାସ, ନୀଳକଣ୍ଠ ଜେନା, ନିତ୍ୟାନନ୍ଦ ସାହୁ, ସୁବାସ ସି, ଅମିତେଶ ବେହେରା, ହିମାଂଶୁ ଦାସ, ରଜତ ସାହୁ, ଅକ୍ଷୟ ପାତ୍ର, କବିତା ଜେନା, ମଧୁସୂଦନ ଜେନା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲା ବିଜେଡି ସଭାପତି ଓ ପ୍ରତିନିଧି ଦଳ

Sunil Chandra Nayak

ଅନାସ୍ଥା ପ୍ରସ୍ତାବ ଡ୍ରାମା  ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌,ହାରିଗଲେ ଅଧ୍ୟକ୍ଷା

masiha

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

Leave a Comment

error: Content is protected !!