ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା କର୍ମଶାଳା ଉଦଯାପିତ

କଟକ : ସବୁଜିମା ର ସ୍ୱର ସାହିତ୍ୟ ପରିବାର ତରଫରୁ ଆୟାଜିତି ହୋଇଥିବା ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳାର ଉଦଯାପନ ସଭା ଆବାସିକ ସରସ୍ଵତୀ ବିଦ୍ୟାମନ୍ଦିର କେଶବ ଧାମ ଗତିରାଉତ ପାଟଣା ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି । ସ୍କୁଲର ଛାତ୍ରଛାତ୍ରୀ ମାନେ ପରିବେଶ ସୁରକ୍ଷା ସମ୍ପର୍କିତ ପ୍ରାରମ୍ଭିକ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଉକ୍ତ ସମାରୋହରେ ଅନୁଷ୍ଠାନର ପ୍ରିନ୍ସିପାଲ୍ ସନ୍ତୋଷ କୁମାର ପଣ୍ଡା ମୁଖ୍ୟ ଅତିଥି , ପଣ୍ଡିତ ନୀଳକଣ୍ଠ ରାଉତ୍ ବିଶିଷ୍ଟ ଅତିଥି, ଅଶ୍ଵିନୀ କୁମାର ସେଠୀ ମୁଖ୍ୟ ବକ୍ତା, ଲଳିତେନ୍ଦୁ ପଲାଉରି ବରିଷ୍ଠ ସ୍ତମ୍ବକାର ସମ୍ମାନିତ ବକ୍ତା , ସତ୍ୟନାରାୟଣ ପଣ୍ଡା ଶିକ୍ଷାବିତ୍ , ଚୈତନ୍ୟ ରାଉତ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ର ସ୍ଥାୟୀ ସମାଧାନ ଉପରେ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିଥିଲେ । ସବୁଜିମାର ସ୍ୱର ସାହିତ୍ୟ ପରିବାରର ପ୍ରତିଷ୍ଠାତା ଓ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଛାତ୍ର ଛାତ୍ରୀ ମାନକୁ ପରିବେଶ ବିଜ୍ଞାନର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରି ପାଞ୍ଚଶହ ପ୍ରଶ୍ନ ପଚାରିଥିଲେ । ଛାତ୍ରଛାତ୍ରୀ ମାନେ ସେହି ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ଯେଉଁ ମାନେ ଦୁଇଟି ପ୍ରଶ୍ନରୁ ଅଧିକ ଉତ୍ତର ରଖିଥିଲେ ସେମାନଙ୍କୁ ଓଡ଼ିଶା ଗ୍ରୀନ ଷ୍ଟାର ଆୱାର୍ଡ଼ ୨୦୨୩ ପ୍ରଦାନ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ କବିତା ପାଠ କରାଯାଇଥିଲା । କବୟିତ୍ରୀ ମାନେ ସଭା ମଣ୍ଡନ କରିଥିଲେ । ଶିକ୍ଷାବିତ୍ ଏବଂ କବୟିତ୍ରୀ ଗୀତାଞ୍ଜଳି ପୃଷ୍ଟି ଦ୍ଵିତୀୟ ଅଧିବେଶନରେ ସଭାପତିତ୍ବ କରିଥିଲେ । କବି ଜନ ରଞ୍ଜନ ପ୍ରଧାନ ଏବଂ କବି ବିଦ୍ୟାଧର ଖଟୁଆ କବିତା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଶେଷ ଭାଗରେ ସ୍କୁଲର ଛାତ୍ର ସମବେତ ଭାବେ ଅତିଥି ମାନଙ୍କ ସହିତ ମିଳିତ ହୋଇ ନଡ଼ିଆ, ଗୁଆ ଏବଂ ଅନ୍ୟ ବୃକ୍ଷ ରୋପଣ କରିଥିଲେ । ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳାରେ ତିନୋଟି ସ୍କୁଲରେ ଛଅ ଶହ ଛାତ୍ରଛାତ୍ରୀ , କବି ଓ କବୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶାର ପ୍ରଥମ ଅନୁଷ୍ଠାନ ଭାବେ ପରିବେଶ ସୁରକ୍ଷା ସହିତ ସାହିତ୍ୟକୁ ଯୋଡ଼ିଥିବାରୁ ଓଡ଼ିଶାର କୋଣ ଅନୁକୋଣରୁ ବୁଦ୍ଧିଜୀବୀ ମାନେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ସୁଚରିତା ସିଲେଇ ଶିକ୍ଷା କେନ୍ଦ୍ର ଉଦଘାଟିତ

Sunil Chandra Nayak

ମୁନିସିପାଲ ମହାବିଦ୍ୟାଳୟରେ “ନବସୃଜନ ଏବଂ ନୂତନ ଉଦ୍ୟମ ପ୍ରତିଯୋଗିତା” ଅନୁଷ୍ଠିତ 

Sunil Chandra Nayak

ଆଭାସୀ ମାଧ୍ୟମରେ 14ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦଘାଟନ

masiha

Leave a Comment

error: Content is protected !!