ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାରମ୍ବାର ସଂଗଠନ ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକ ଅଧ୍ୟକ୍ଷ ଙ୍କ କର୍ମୀ ଙ୍କୁ ଗୁରୁମନ୍ତ୍ର, ଚିନ୍ତାରେ ବିରୋଧୀ ଶିବିର

ବାରମ୍ବାର ସଂଗଠନ ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକ ଅଧ୍ୟକ୍ଷ ଙ୍କ କର୍ମୀ ଙ୍କୁ ଗୁରୁମନ୍ତ୍ର, ଚିନ୍ତାରେ ବିରୋଧୀ ଶିବିର

ଗୋଲାମୁଣ୍ଡା,୭।୯: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଲାଣି। ଏହି କ୍ରମରେ ଗୋଲାମୁଣ୍ଡା ବ୍ଲକରେ ଭାରତୀୟ ଜନତା ପାର୍ଟି ନିଜର ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ଶକ୍ତିଶାଳୀ ଏବଂ ସଶକ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ଦଳୀୟ କର୍ମୀ ଓ ସଂଗଠନକୁ ସକ୍ରିୟ ରଖିବା ପାଇଁ ଯୁବ ମୋର୍ଚ୍ଚା ରାଜ୍ୟ କାରିଣୀ ସଦସ୍ୟ, କେଗାଁ ମଣ୍ଡଳ ବିଜେପି ପ୍ରଭାରୀ,ନୂଆପଡା ଜିଲ୍ଲା ଯୁବମୋର୍ଚ୍ଚା ଇନଚାର୍ଜ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ବାରମ୍ବାର ଗୁରୁତ୍ୱପୂର୍ଣ୍ଣ ବୈଠକମାନ ଆୟୋଜନ କରାଯାଉଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ବଡ଼ ବିଜୟ ପାଇଁ ଏବେ ବ୍ଲକରେ ଲଗାତାର ଭାବେ ‘ରୁଦ୍ରଦ୍ୱାର ବୈଠକ’ ମାନ ଚାଲିଥିବା ବେଳେ, ବିଜେପିର ଏହି ଆକ୍ରମଣାତ୍ମକ ରଣନୀତିକୁ ଦେଖି ବିରୋଧୀ ଦଳ ମାନଙ୍କ ମଧ୍ୟରେ ଏବେ ଛାନିଆ ପଶିଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଗୋଲାମୁଣ୍ଡା ବ୍ଲକ ଉପକଣ୍ଠରେ ଥିବା ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ବିଶାଳ ରୁଦ୍ରଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ବିଜେପି ଦଳର ଛାମୁଆ ଯୁବ ସଂଗଠନର କର୍ମକର୍ତ୍ତା ଏବଂ ଶତାଧିକ ସକ୍ରିୟ କର୍ମୀ ସାମିଲ ହୋଇଥିଲେ। ବୈଠକରେ ଯୁବ ଶକ୍ତିର ଭୂମିକା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ମୁଖ୍ୟ ପୁରୋଧା ସାଜି ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଉପସ୍ଥିତ ଛାମୁଆ ଯୁବ ସଂଗଠନକୁ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଶେଷ ଗୁରୁମନ୍ତ୍ର ଦେଇଛନ୍ତି। ସେ ନିଜ ଅଭିଭାଷଣରେ କହିଛନ୍ତି ଯେ, “ଯୁବ ସମାଜ ହେଉଛି ଦଳର ମେରୁଦଣ୍ଡ। ପ୍ରତ୍ୟେକ ପଞ୍ଚାୟତ ଓ ୱାର୍ଡ ସ୍ତରକୁ ଯାଇ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ସହ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ।” ଏଥିସହିତ ଆଗାମୀ ଦିନରେ ବିରୋଧୀଙ୍କ ସମସ୍ତ ଅପପ୍ରଚାରର ଦୃଢ଼ ଜବାବ ଦେଇ ଗୋଲାମୁଣ୍ଡା ବ୍ଲକର ପ୍ରତ୍ୟେକଟି ଆସନରେ କିପରି ପଦ୍ମ ଫୁଟିବ, ସେନେଇ ସେ କର୍ମୀମାନଙ୍କୁ ସଂକଳ୍ପବଦ୍ଧ କରାଇଛନ୍ତି। ଏହି ବୈଠକ ରେ ସଦର ମଣ୍ଡଳ ରୁ ସଭାପତି ବୈଶାଖୁ କେତକୀ, ଗଙ୍ଗା ବିଷ୍ଣୁ ମୁଣ୍ଡ, ମୁରଲୀ ମାଝୀ, ହେମନ୍ତ ବାଗ, ନକୁଳ ରାଉତ ଯୋଗଦାନ ଦେଇଥିଲେ । ଦଶପୁର ମଣ୍ଡଳରୁ ସଭାପତି ପ୍ରମୋଦ ପ୍ରଧାନ, ଭାଗ୍ୟବାନ ବାଗ,ଅନନ୍ତ ରାମ ବେହେରା, ଲଳିତ ପ୍ରଧାନ ଯୋଗଦାନ ଦେଇଥିଲେ । ସେହିପରି ବ୍ଲକ ର କେଗାଁ ମଣ୍ଡଳ ରୁ ସଭାପତି ଜୟକୃଷ୍ଣ ସାହୁ, ଜୟନ୍ତ ସିଂ, ମନୋଜ ଅଗ୍ରୱାଲ, ଦୁରୁଦାକ୍ଷ୍ୟ ପୁଟେଲ, ଜୟରାମ ସାହୁ, ଚମ୍ପାବତୀ ସାହୁ ସମେତ ଶତାଧିକ ବିଜେପି କର୍ମୀ ଯୋଗଦାନ ଦେଇଥିଲେ । ବିଜେପିର ଏହି ଘନ ଘନ ବୈଠକ ଏବଂ କର୍ମୀମାନଙ୍କ ଉତ୍ସାହ ସ୍ଥାନୀୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ବିଜେପିର ଏହି ସଂଗଠନ ଗତିବିଧି ଯୋଗୁଁ ବିରୋଧୀ କ୍ୟାମ୍ପରେ ଏବେଠାରୁ ନିଜ ଗଡ଼ ରକ୍ଷା କରିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଆଜିର ଏହି ରୁଦ୍ରଦ୍ୱାର ବୈଠକ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ମୂଳଦୁଆ ସାଜିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।ଜନୈତିକ ଉଷ୍ଣତା ପ୍ରକାଶ ପାଇଲାଣି। ଏହି କ୍ରମରେ ଗୋଲାମୁଣ୍ଡା ବ୍ଲକରେ ଭାରତୀୟ ଜନତା ପାର୍ଟି ନିଜର ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ଶକ୍ତିଶାଳୀ ଏବଂ ସଶକ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ଦଳୀୟ କର୍ମୀ ଓ ସଂଗଠନକୁ ସକ୍ରିୟ ରଖିବା ପାଇଁ ଯୁବ ମୋର୍ଚ୍ଚା ରାଜ୍ୟ କାରିଣୀ ସଦସ୍ୟ, କେଗାଁ ମଣ୍ଡଳ ବିଜେପି ପ୍ରଭାରୀ,ନୂଆପଡା ଜିଲ୍ଲା ଯୁବମୋର୍ଚ୍ଚା ଇନଚାର୍ଜ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ବାରମ୍ବାର ଗୁରୁତ୍ୱପୂର୍ଣ୍ଣ ବୈଠକମାନ ଆୟୋଜନ କରାଯାଉଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ବଡ଼ ବିଜୟ ପାଇଁ ଏବେ ବ୍ଲକରେ ଲଗାତାର ଭାବେ ‘ରୁଦ୍ରଦ୍ୱାର ବୈଠକ’ ମାନ ଚାଲିଥିବା ବେଳେ, ବିଜେପିର ଏହି ଆକ୍ରମଣାତ୍ମକ ରଣନୀତିକୁ ଦେଖି ବିରୋଧୀ ଦଳ ମାନଙ୍କ ମଧ୍ୟରେ ଏବେ ଛାନିଆ ପଶିଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଗୋଲାମୁଣ୍ଡା ବ୍ଲକ ଉପକଣ୍ଠରେ ଥିବା ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ବିଶାଳ ରୁଦ୍ରଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ବିଜେପି ଦଳର ଛାମୁଆ ଯୁବ ସଂଗଠନର କର୍ମକର୍ତ୍ତା ଏବଂ ଶତାଧିକ ସକ୍ରିୟ କର୍ମୀ ସାମିଲ ହୋଇଥିଲେ। ବୈଠକରେ ଯୁବ ଶକ୍ତିର ଭୂମିକା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ମୁଖ୍ୟ ପୁରୋଧା ସାଜି ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଉପସ୍ଥିତ ଛାମୁଆ ଯୁବ ସଂଗଠନକୁ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଶେଷ ଗୁରୁମନ୍ତ୍ର ଦେଇଛନ୍ତି। ସେ ନିଜ ଅଭିଭାଷଣରେ କହିଛନ୍ତି ଯେ, “ଯୁବ ସମାଜ ହେଉଛି ଦଳର ମେରୁଦଣ୍ଡ। ପ୍ରତ୍ୟେକ ପଞ୍ଚାୟତ ଓ ୱାର୍ଡ ସ୍ତରକୁ ଯାଇ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ସହ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ।” ଏଥିସହିତ ଆଗାମୀ ଦିନରେ ବିରୋଧୀଙ୍କ ସମସ୍ତ ଅପପ୍ରଚାରର ଦୃଢ଼ ଜବାବ ଦେଇ ଗୋଲାମୁଣ୍ଡା ବ୍ଲକର ପ୍ରତ୍ୟେକଟି ଆସନରେ କିପରି ପଦ୍ମ ଫୁଟିବ, ସେନେଇ ସେ କର୍ମୀମାନଙ୍କୁ ସଂକଳ୍ପବଦ୍ଧ କରାଇଛନ୍ତି। ଏହି ବୈଠକ ରେ ସଦର ମଣ୍ଡଳ ରୁ ସଭାପତି ବୈଶାଖୁ କେତକୀ, ଗଙ୍ଗା ବିଷ୍ଣୁ ମୁଣ୍ଡ, ମୁରଲୀ ମାଝୀ, ହେମନ୍ତ ବାଗ, ନକୁଳ ରାଉତ ଯୋଗଦାନ ଦେଇଥିଲେ । ଦଶପୁର ମଣ୍ଡଳରୁ ସଭାପତି ପ୍ରମୋଦ ପ୍ରଧାନ, ଭାଗ୍ୟବାନ ବାଗ,ଅନନ୍ତ ରାମ ବେହେରା, ଲଳିତ ପ୍ରଧାନ ଯୋଗଦାନ ଦେଇଥିଲେ । ସେହିପରି ବ୍ଲକ ର କେଗାଁ ମଣ୍ଡଳ ରୁ ସଭାପତି ଜୟକୃଷ୍ଣ ସାହୁ, ଜୟନ୍ତ ସିଂ, ମନୋଜ ଅଗ୍ରୱାଲ, ଦୁରୁଦାକ୍ଷ୍ୟ ପୁଟେଲ, ଜୟରାମ ସାହୁ, ଚମ୍ପାବତୀ ସାହୁ ସମେତ ଶତାଧିକ ବିଜେପି କର୍ମୀ ଯୋଗଦାନ ଦେଇଥିଲେ । ବିଜେପିର ଏହି ଘନ ଘନ ବୈଠକ ଏବଂ କର୍ମୀମାନଙ୍କ ଉତ୍ସାହ ସ୍ଥାନୀୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ବିଜେପିର ଏହି ସଂଗଠନ ଗତିବିଧି ଯୋଗୁଁ ବିରୋଧୀ କ୍ୟାମ୍ପରେ ଏବେଠାରୁ ନିଜ ଗଡ଼ ରକ୍ଷା କରିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଆଜିର ଏହି ରୁଦ୍ରଦ୍ୱାର ବୈଠକ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ମୂଳଦୁଆ ସାଜିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ରାଜ୍ୟପାଳଙ୍କ ଉଦ୍ୟେଶ୍ୟରେ ଦାବିପତ୍ର

Sunil Chandra Nayak

ପକ୍କା ରାସ୍ତା କରାଯାଉନଥିବାରୁ ଖୁଣ୍ଟିଆଗୁଡ଼ାବାସୀଙ୍କ ଭୋଟ ବର୍ଜନ : ପୋଲିଂ କର୍ମଚାରୀ ଓ ଅଧିକାରୀ ବସି ରହିଲେ

masiha

ନର୍ଲା : ବିଜେପିର ନିର୍ବାଚନ ପ୍ରସ୍ତୁତି 

masiha

Leave a Comment

error: Content is protected !!