ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ ଠାରେ ବିଜେପି ପକ୍ଷରୁ ବଳିଦାନ ଦିବସ ପାଳିତ

ଜୁନାଗଡ ଠାରେ ବିଜେପି ପକ୍ଷରୁ ବଳିଦାନ ଦିବସ ପାଳିତ

ଜୁନାଗଡ଼,୨୩/୬(ମନୀସ) ଜୁନାଗଡ ବିଜେପି ପକ୍ଷ୍ୟରୁ ସହର୍ ସ୍ଥିତ ପାର୍ଟୀ କାର୍ଯ୍ୟାଳୟରେ ବଳିଦାନ ଦିବସ ପାଳିତ ହୋଇଯାଇଛି l ଡାଃ ଶ୍ଯାମ ପ୍ରସାଦ ମୂଖାର୍ଜୀ ଙ୍କ ୭୨ ତମ ପୁଣ୍ଯ ତିଥିରେ ସାରା ଦେଶ ରେ ଜୁନ ୨୩ କୁ ବଳିଦାନ ଦିବସ ରୂପେ ପାଳନ କରୁଥିବା ବେଳେ ଜୁନାଗଡ ବିଜେପି ପକ୍ଷରୁ ମଧ୍ୟ ବଳିଦାନ ଦିବସ ପାଳିତ ହୋଇଯାଇଛି lଏହି ବଳିଦାନ ଦିବସ ରେ ଡାଃ ଶ୍ୟାମ ପ୍ରସାଦ ମୂଖାର୍ଜୀ ଙ୍କ ଫଟୋ ରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l 

ଏହି କାର୍ଯ୍ୟକ୍ରମରେ ବିଜେପି ଯୁବ କାର୍ଯ୍ୟ କର୍ତ୍ତା ହିମାଂଶୁ ଶେଖର ବରାଡ଼, ପୂର୍ବତନ ଏନ୍ ଏ ସି ନଗର୍ ପାଲ ମୁକେଶ୍ ଅଗ୍ରୱାଲ, ସୁଧାଂଶୁ ବରାଡ଼, ରଞ୍ଜନ ରାଉତ, ଶିବ ରାମ ରାଉତ, କାଳନ୍ଦି ପାଣିଗ୍ରାହୀ, ବିକ୍ରାନ୍ତ ପଟ୍ଟନାୟକ ଓ ବହୁ ବିକେପି କର୍ମୀ ଉପସ୍ଥିତ ରହି ଡାଃ ଶ୍ୟାମl ପ୍ରସାଦ ମୂଖାର୍ଜୀ ଙ୍କ ଦେଶ ପାଇଁ ଦେଇଥିବା ବଳିଦାନ କୁ ମନେପକାଇ ସ୍ମୃତି ଚାରଣ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୭ତମ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଉଦଘାଟିତ

Sunil Chandra Nayak

ରାଜ୍ୟପାଳଙ୍କ ଉଦ୍ୟେଶ୍ୟରେ ଦାବିପତ୍ର

Sunil Chandra Nayak

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!