ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିନ ଦ୍ଵିପ୍ରହରରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ 

ଦିନ ଦ୍ଵିପ୍ରହରରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ 

ଡ଼ାବୁଗାଁ,୨୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦମହକୁମାରେ ପାତ୍ର ସାହି ରେ ଏକ ବଡ ଧରଣର ଚୋରି ହୋଇଥିବା ନେଇ ଡାବୁଗାଁ ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ସୋମବାର ଡ଼ାବୁଗାଁ ପାତ୍ର ସାହି ର ଅଭିନ କୁମାର ପାତ୍ରଙ୍କ ସହପରିବାର ସକାଳୁ ମେଡିକାଲ କାମରେ ଛତିଶଗଡ ରାଜ୍ୟର ଜଗଦଲପୁର ଯାଇଥିଲେ । ସନ୍ଧ୍ୟା ପ୍ରାୟ ୭.୩୦ ଘ. ସମୟରେ ଘରେ ପହଞ୍ଚି ଦେଖିବାକୁ ପାଇଥିଲେ ତାଙ୍କ ଘର କବାଟ ସାମନା ପଟୁ ତାଲା ଭାଙ୍ଗି ଯାଇଛି ଓ ଭିତରପଟୁ ଗକବାଟ ବନ୍ଦ ରହିଛି । ଘର ପଛ ପଟକୁ ଯାଇ ଦେଖିବାକୁ ପାଇଥିଲେ ଯେ ପଛପଟ କବାଟ ଖୋଲା ରହିଛି । ଘରେ ତାଲା ଭାଙ୍ଗିବା ଦେଖି ଅଭିନ ପାଟି କରିବାରୁ ପାଖ ପଡୋଶୀ ରୁଣ୍ଡ ହୋଇଥିଲେ । ଘର ଭିତର୍କୁ ଯାଇ ଦେଖିଥିଲେ ଯେ ଆଲମାରୀ ଲକର ଭାଙ୍ଗିଯାଇଛି ଓ ଆଲମାରୀ ଖୋଲା ଅଛି । ସେ ଭିତରେ ଥିବା ସୁନା ହାର ମୁଦି ରୂପା ଅଳଂକାର ଗୁଡ଼ିକ ସହ ନଗଦ ଦଶହଜାର ଟଙ୍କା ଚୋରି ଯାଇଛି । ଏ ନେଇ ଅଭିନ କୁମାର ପାତ୍ର ସଙ୍ଗେ ସଙ୍ଗେ ଥାନା କୁ ଫୋନ କରି ଜଣାଇଥିଲେ | ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ | ମଙ୍ଗଳବାର ସକାଳ ୯ ଘ. ସମୟ ରେ ତାଙ୍କର ଘରୁ ୪ଟି ସୁନା ହାର, ୧୨ଟି ସୁନା ମୁଦି, ୨୫୦ ଗ୍ରାମର ରୂପା ଓ ନଗଦ ୧୦ ହଜାର ଟଙ୍କା ଚୋରୀ ହୋଇଛି ବୋଲି ଥାନାରେ ଏତେଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଆଇଆଇ ସି ସୁନୀଲ କୁମାର ପ୍ରଧାନ, ସବ୍ଇନସ୍ପେକ୍ଟର ବିଜୁରାମ ବାଗ ଓ ଚନ୍ଦନ ସାହୁ ଏବଂ ସାଇଣ୍ଟିଫିକ ଦଳ ସହ ସନ୍ଧାନୀ କୁକୁର ଘଟଣାସ୍ଥଳ ରେ ପାହଞ୍ଚି ତଦନ୍ତ କରିଥିଲେ । ଏନେଇ ଥାନା କେସ ନଂ ୨୧୧/ ୨୮.୧୧.୨୩ ରେ ଏକ ମାମଲା ରୁଜୁ କରାଯାଇଛି | ବର୍ତ୍ତମାନ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବହୁ ଚର୍ଚ୍ଚିତ ନିଖୋଜ ଦେଢ଼ ବର୍ଷ ର ଶିଶୁ କନ୍ୟା ଵର୍ଷାର ମୃତଦେହ ଉଦ୍ଧାର

Sunil Chandra Nayak

ଦାଣ୍ଡବୋଷ ରାସ୍ତା ପାର୍ଶ୍ବ ଘର ଉପରେ ଚଢ଼ିଗଲା ଟ୍ରକ; ବୃଦ୍ଧା ମୃତ; ଉତ୍ୟକ୍ତ ଲୋକଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ

masiha

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!