ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡିଘାଟ ଓ ଚିକଲବାହାଲ ପଞ୍ଚାୟତରେ ରେ ଆମ ବ୍ୟାଙ୍କ୍ ଶୁଭାରମ୍ଭ

ବିଡିଘାଟ ଓ ଚିକଲବାହାଲ ପଞ୍ଚାୟତରେ ରେ ଆମ ବ୍ୟାଙ୍କ୍ ଶୁଭାରମ୍ଭ

ବଲାଂଗୀର, ୨୮/୧୧, ଡିକେ ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ବିଡ଼ିଘାଟ ଏବଂ ଚିକଲବାହାଲ ପଞ୍ଚାୟତରେ ଆମ ବ୍ୟାଙ୍କ୍ ଶୁଭ ଉଦ୍ଘାଟନ । ବିଡିଘାଟ ପଂଚାୟତରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ କରିଥିଲେ । ଆମ ବ୍ୟାଙ୍କ୍ ଶୁଭାରମ୍ଭ ହେବା ଦ୍ବାରା ଏଣିକି ହାତପାଆନ୍ତିରେ ମିଳିବ ବ୍ୟାଙ୍କ ସେବା। ରାଜ୍ୟରେ ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ। ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କି ସେବା ଯୋଗାଇ ଦେବାକୁ ଆଜି ଐତିହାସିକ ‘ ଆମ ବ୍ୟାଙ୍କ’ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଆମ ବ୍ୟାଙ୍କ ସେବା ମିଳିବ।ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶାର ୪୩୭୩ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ‘ସିଏସ୍‌ପି ପ୍ଲସ୍’ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ ଖୋଲିବା ନେଇ ମିଳିଥିବା ମଞ୍ଜୁରୀ ଆଧାରରେ ଗତିଶୀଳ ହୋଇଛି ‘ଆମ ବ୍ୟାଙ୍କ’ ଖୋଲାଯିବା କାର୍ଯ୍ୟକ୍ରମ। ଏଥିପାଇଁ ସରକାର ୫ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡିକୁ ଗୃହ ଯୋଗାଇ ଦେବେ। ଏଥୂସହ ଓଡ଼ିଶା ସରକାର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ଆବର୍ଷୀ ଖର୍ଚ୍ଚ ବହନ କରିବେ। ଏହା ଦ୍ବାରା ଗ୍ରାମାଞ୍ଚଳର ଲୋକେ ବିଶେଷକରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ନିଜ ଘର ପାଖରେ ବ୍ୟାଙ୍କ ସେବା ପାଇବାକୁ ସକ୍ଷମ ହେବେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

Sunil Chandra Nayak

୧୯୮୩ ବରିଷ୍ଠ ବ୍ୟାଚର ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ଡୁର୍କାଡଙ୍ଗରିରେ ପଥର ଖସି ୨ ମୃତ

Leave a Comment

error: Content is protected !!