ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ

ଲାଞ୍ଜିଗଡ଼,୨୯/୦୫(ମନିସ)-ଗାଁ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀପଲ ଦଳିଦେବାରୁ ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କ ଦୁଃଖଦ ମ୍ରୁତ୍ୟୁ ଘଟିଛି ! ମ୍ରୁତ ବ୍ୟକ୍ତି ଜଣକ ହେଲେ ଲାଞ୍ଜିଗଡ଼ ବ୍ଲକ ବସନ୍ତପଡ଼ା ଗାଁର ବାଙ୍ଗରା ମାଝୀ(୫୪) ! ସେ ଆଜି ସକାଳୁ ଗାଁ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀପଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ! ହାତୀ ପଲ ଦଳିଦେବାରୁ ତାଙ୍କ ଶରୀର ସଂପୂର୍ଣ୍ଣ ଭାବେ ଖିନଭିନ ହୋଇଯାଇଛି ! ଏ ସଂପର୍କରେ ଖବର ପାଇ ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ବନ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି ! ମ୍ରୁତ ବାଙ୍ଗରାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ରାଶି ଯୋଗାଇଦେବାକୁ ଦାବି ହେଉଛି ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ 

masiha

ରାତି ଅଧରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ

ଥାନା ନିକଟରେ ଜୁଆ ଖେଳାଳୀଙ୍କ ଆଡ୍ଡାସ୍ଥଳୀ

Sunil Chandra Nayak

Leave a Comment

error: Content is protected !!