ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ , ମୋ ଘର ଯୋଜନା ଉପରେ ମୋହର 

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ।

ଶେଷ ହେଲା ରାଜ୍ୟ କ୍ୟାବିନେଟ୍‌ ବୈଠକ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି । ଏହି ବୈଠକରେ ୧୮ଟି ପ୍ରସ୍ତାବକୁ ମୋହର ମରାଯାଇଛି । ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ।

ଖବର ଅନୁଯାୟୀ, ଆଜି ପୂର୍ବାହ୍ନ ସମୟରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ୧୮ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ । ଏହି ପ୍ରସ୍ତାବ ମଧ୍ୟରୁ ଗୋଟିଏ ‘ମୋ ଘର’ ଯୋଜନା ରହିଛି । ରାଜ୍ୟ ସରକାର ‘ମୋ ଘର’ ନାମରେ ଏକ ନୂଆ ଯୋଜନା ଆଣିଛନ୍ତି । ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ଘର ତିଆରି ପାଇଁ ରାଜ୍ୟ ସରକାର ସହାୟତା ଦେବେ । ଏହାସହ ଦୁଇଟି ସିନେମାକୁ ମଧ୍ୟ କର ମୁକ୍ତ କରାଯାଇଛି । ‘ଡେଲିଭରୀ ବୟ’ ଏବଂ ଜ୍ବିଗାଟୋ’ କର ମୁକ୍ତ ନେଇ କ୍ୟାବିନେଟ୍‌ ମୋହର ମାରିଛି । ପୂର୍ବରୁ ଏହି ଦୁଇଟି ଫିଲ୍ମକୁ କର ମୁକ୍ତ ଘୋଷଣା କରିଥିଲେ ରାଜ୍ୟ ସରକାର ।

ମୋ ଘର ପାଇଁ ବ୍ୟକ୍ତି ଆବେଦନ କରିବା ପୂର୍ବରୁ ଯୋଜନା ପାଇଁ ଥିବା ନିର୍ଦ୍ଧିଷ୍ଟ ଓ୍ବେବସାଇଟରେ ପଞ୍ଜିକରଣ କରିବାକୁ ପଡିବ ।

ଜୁନ୍ ୧୬ତାରିଖରୁ ଆବେଦନ ଗ୍ରହଣ କରାଯିବ । ଆବେଦନକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରିପାରିବେ। ଆବେଦନପତ୍ର ଦାଖଲ ବେଳେ ଆବେଦନକାରୀଙ୍କୁ ପାସପୋର୍ଟ ଫଟୋ, ଆଧାରକାର୍ଡ, କେଓ୍ବାଇସି ଡକ୍ୟୁମେଣ୍ଟ, ଜମି ରେକର୍ଡ, ଜାତି ପ୍ରମାଣପତ୍ର ଭଳି ଡକ୍ୟୁମେଣ୍ଟ ଦେବାକୁ ପଡିବ। ଆବେଦନକାରୀ ଋଣ ପରିମାଣର ୧୦ପ୍ରତିଶତ ରାଶି ମାର୍ଜିନ୍ ଅର୍ଥ ଭାବେ ବିନିଯୋଗ କରିବେ। ଗୃହ ନିର୍ମାଣସ୍ତର ଅନୁସାରେ ଋଣ ରାଶି ୨ରୁ ୩ଟି ପର୍ଯ୍ୟାୟରେ ଦିଆଯିବ। ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇ ବର୍ଷରେ ୨୧୫୦କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଛି ।

ପୁନଶ୍ଚ ପ୍ରତିଷ୍ଠା ହେବ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ। ରାଜ୍ୟ କ୍ୟାବିନେଟରେ ନିଆଗଲା ନିଷ୍ପତ୍ତି।

ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷା ଯୋଗାଇବା ପାଇଁ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି । ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ମୋହର ବାଜିଛି । ଏଥିପାଇଁ ୩୩୦.୧୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହା ହେବା ଦ୍ୱାରା ସରକାରୀ ଡାକ୍ତର ଏବଂ ପାରାମେଡିକଙ୍କ ନିଯୁକ୍ତି ସୁନିଶ୍ଚିତ ହୋଇପାରିବ । ସେହିଭଳି ସଠିକ ପାଠ୍ୟକ୍ରମ, ଶିକ୍ଷାଦାନ ପ୍ରଣାଳୀର ବିକାଶ ସହ ଶିକ୍ଷକଙ୍କ ଦକ୍ଷତାର ବୃଦ୍ଧିରେ ବେସ ସହାୟକ ହେବ । ଆମ ରାଜ୍ୟରେ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷାର ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ ।

ସେହିପରି ଉଭୟ ଖରିଫ ଓ ରବି ଋତୁରେ ଚାଷ ଜମିକୁ ଜଳ ସୁନିଶ୍ଚିତ କରିବା ପାଇଁ ଜଳକ୍ଲିଷ୍ଟ ଭୂତଳ ଜଳର ପୋଷଣୀୟ ବିନିଯୋଗ ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି । ୨୦୨୨-୨୩ ଏବଂ ୨୦୨୪-୨୫ ବର୍ଷ ପାଇଁ ୩୬୪.୪୦ କୋଟି ଟଙ୍କା ଖର୍ଚ୍ଚ ହେବ । କ୍ଲଷ୍ଟର ଭିତ୍ତିରେ ଅଗଭୀର ନଳକୂପ ଖନନ କରାଯିବ । ସେହିପରି ସୌର ଶକ୍ତି ଜରିଆରେ ଜଳ ଉତ୍ତୋଳନକୁ ଯୋଗାଇବା ପାଇଁ ପ୍ରୋତ୍ସାହନ ଦିଆଯିବ । ଏହା ହେବା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଟଙ୍କା ଫେରିପାଇବେ ସାହାରା ଚିଟଫଣ୍ଡ ଜମାକାରୀ.. ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା

Sunil Chandra Nayak

ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଓ ଭଲକାମ କରିଥିବା ବ୍ଲକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପୁରସ୍କୃତ କରାଯିବ ବୋଲି ୫ଟି ସଚିବଙ୍କ ଘୋଷଣା

Dancer who wins hearts,Meet Renowned Odissi Dancer “Sriya Shree Pati”.

masiha

Leave a Comment

error: Content is protected !!