ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

୧୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର, ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ

ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର । ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ । ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ପରିବାର ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଓଡ଼ିଶା ପେନସନ ରୁଲ ୧୯୯୨ରେ ସଂଶୋଧନକୁ ମିଳିଛି କ୍ୟାବିନେଟ ଅନୁମୋଦନ । ଜେଲରେ କୌଣସି କାରଣରୁ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଲାଗି ୧୦୦ ସିଟ୍ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ମିଳିଛି ଅନୁମୋଦନ ।

ସେହିପରି ଗଣଶିକ୍ଷା ବିଭାଗରେ ଛୁଟି ବା ଟ୍ରେନିଂରେ ଯିବା ପରେ ଖାଲି ପଡୁଥିବା ପଦବୀ ପୂରଣ ଲାଗି ଲିଭ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ ତିଆରି ହୋଇଛି । ବିମାନ ଇନ୍ଧନରେ ଭାଟ୍ ୧%କୁ ହ୍ରାସ କରାଯାଇଛି । ଫଳରେ ବିମାନ, ହେଲିକପ୍ଟର, ସିପ୍ଲେନ, ରାଜ୍ୟ ଭିତରେ ଥିବା ଯେକୌଣସି ଜାଗାକୁ ଉଡ଼ିବା ଖର୍ଚ୍ଚ କମିବ । MSME ଉନ୍ନୟନ ନୀତି ୨୦୧୬ରେ ସଂଶୋଧନ ସହା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ଅଣାଯାଇଛି । ଭୁବନେଶ୍ୱରରେ ଜଳ ଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ । ୧୩୦ ମିଲିୟନ ଲିଟର କ୍ଷମତାବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ ଲାଗି ଟେଣ୍ଡରକୁ ଅନୁମୋଦନ ମିଳିଛି ।

ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ଏକର ଅନୁମୋଦିତ କରିଛି କ୍ୟାବିନେଟ । ସେହିପରି ଜଟଣୀରେ ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଲ ବିଶ୍ବବିଦ୍ୟାଳୟ ରାଜ୍ୟ ସରକାର ଜମି ଯୋଗାଇବେ । ଜଳ ସମ୍ପଦ ବିଭାଗର ଡ୍ରେନେଜ ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି । ବିଭାଗର ଏହି ନୂଆ ଯୋଜନା ଲାଗି କ୍ୟାବିନେଟରେ ଅର୍ଥ ମଧ୍ୟ ବ୍ୟୟବରାଦ ହୋଇଛି । ଡ୍ରିମସ୍ ବିଶ୍ବବିଦ୍ୟାଳୟ ୨୦୨୨ ବିଲରେ ସଂଶୋଧନ ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।କ୍ୟାବିନେଟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ର ବାର୍ଷିକ ବଜେଟକୁ ଅନୁମୋଦନ ମିଳିଛି । ଚଳିତ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ… ରାଜ୍ୟରେ ଚିହ୍ନଟ ହେବେ ନକଲି ଡାକ୍ତର : ସମସ୍ତଙ୍କର ଯାଞ୍ଚ ହେବ ସାର୍ଟିଫିକେଟ୍

Sunil Chandra Nayak

ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଡାକ୍ତରଙ୍କୁ ମାର୍ଚ୍ଚ ୧୦ ସୁଦ୍ଧା ସାର୍ଟିଫିକେଟ ଜମା କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

Sunil Chandra Nayak

Leave a Comment

error: Content is protected !!