ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁବୃର୍ତ୍ତ  ରାଇରଙ୍ଗପୁର ବଜାରରେ ଠିଆ ହୋଇଥିବା କାର୍ କାଚ ଭାଙ୍ଗି ଲୁଟି ନେଲେ ଦୁଇଲକ୍ଷ

ଦୁବୃର୍ତ୍ତ  ରାଇରଙ୍ଗପୁର ବଜାରରେ ଠିଆ ହୋଇଥିବା କାର୍ କାଚ ଭାଙ୍ଗି ଲୁଟି ନେଲେ ଦୁଇଲକ୍ଷ

ମୟୂରଭଂଜ- ୩୧/୧୦ — ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବାଇଦାପୋଷୀ ଗ୍ରାମର କାଲେଶ୍ବର ହାଁସଦା ଆଜି ପୂର୍ବାହ୍ନ ୧୧ ଘଟିକା ରେଘରର ଆବଶ୍ୟକତା ପାଇଁ ରାଇଙ୍ଗପୁର ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଣ କରି ବଜାରକୁ ମାର୍କେଟିଂ ପାଇଁ ଯାଇଥିଲେ ।ବଜାରର ବାଟିକା ଲୁଗାଦୋକାନ ଏବଂ ବିଦେଶୀ ଠିପି ଖୋଲା ମଦ ଦୋକାନ ନିକଟରେ କାର ଟିକୁ ରଖି ଲକ୍ଷ କରି ନିକଟସ୍ଥ ଦୋକାନକୁ ମାର୍କେଟିଂ କରିବା ପାଇଁ ନିଜ ପରିବାର ସହିତ ଯାଇଥିଲେ ।କିଛି ସମୟ ପରେ ଆସି ଦେଖନ୍ତି ତ କାର କାଚ ଭାଙ୍ଗି ଟଙ୍କା ଥଳି ଲୁଟ ହୋଇଯାଇଛି ।ତାଙ୍କର‌ ହୋସ ଉଡି ଗଲା ।ମନଦୁଖରେ ସପରିବାର ରାଇରଙ୍ଗପୁର‌ ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ନିକଟସ୍ଥ ସିସିକେମେରା ଚେକ୍ କରୁଛି ।ବର୍ତମାନ ଚାଲିଛି ପାର୍ବଣ ଋତୁ ।ସହର ଚଳଚଞ୍ଚଳ ।ତେଣୁ ଦୁବୃର୍ତମାନେ ଲୁଟ , ଛିନତାଇ, ଡକାୟତି ପାଇଁ ଜାଲ ବିଛାଇଛନ୍ତି ।ଜାଲରେ ଗୋଟେ ଦିଟା ଯାହା ବାଜୁଛି ଆଉ କିଛି ଫସରଫାଟି ଯାଉଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

Sunil Chandra Nayak

କୁଚେଇପାଳ ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ,ଥାନାରେ ଶାନ୍ତିକରଣ ବୈଠକ 

Sunil Chandra Nayak

ଖବର ସଂଗ୍ରହ ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କ ଭାଇଙ୍କ ଦ୍ୱାରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ,ଥାନାରେ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!