ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଦାମ ପାହାଡ଼ ଅଂଚଳରେ ଅବକାରୀ ବିଭାଗର ଚଢାଉ* ୮୭ ଲିଟରଦେଶୀ ରନ୍ଧା ମଦ ଜବତ ସହ ୫ ଜଣଙ୍କୁ ଗିରଫ

ବାଦାମ ପାହାଡ଼ ଅଂଚଳରେ ଅବକାରୀ ବିଭାଗର ଚଢାଉ* ୮୭ ଲିଟରଦେଶୀ ରନ୍ଧା ମଦ ଜବତ ସହ ୫ ଜଣଙ୍କୁ ଗିରଫ 

 ମୟୂରଭଞ୍ଜ -୨୨/୦୫ –; ବେଆଇନ ମଦ କାରବାରକୁ ରୋକିବା ଏବଂ ମଦ ମାଫିଆଙ୍କୁ ସାଵାଡ କରିବା ପାଇଁ ରାଇରଙ୍ଗପୁର ଅବକାରୀ ବିଭାଗ କଠୋର ହୋଇଛି ।

ରାଇରଙ୍ଗପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବାଦାମପାହାଡ଼ ଥାନା ଅନ୍ତର୍ଗତ ଜୟପୁର, କୁସୁମୀ, ସୁଳିଡୁମା, ଛଣୁଆ ଓ ବର୍ଗୀମରା ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୮୭ ଲିଟର ଦେଶୀ ରନ୍ଧା ମଦ ଜବତ ସହିତ ମୋଟ ୦୫ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ଆସାମୀ ମାନେ ହେଲେ ଜୟପୁର ଗ୍ରାମର ତପସ୍ୱିନୀ ପାତ୍ର, କୁସୁମୀ ଗ୍ରାମର ଡୁଲି ଟୁଡୁ, ସୁଳିଡୁମା ଗ୍ରାମର ଭୁଜୁରାମ ମାଝୀ, ଛଣୁଆ ଗ୍ରାମର ଅମିଶ ରଞ୍ଜନ ମହନ୍ତ ଓ ବର୍ଗୀମରା ଗ୍ରାମର ଈଶ୍ୱର ଚନ୍ଦ୍ର ହେମ୍ବ୍ରମ । ଜବତ ଦେଶୀ ରନ୍ଧା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ବିପ୍ଳବ କୁମାର ମଲ୍ଲିକ, ରାଜେନ୍ଦ୍ର ସେନାପତି, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୫ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରୂପସା ଷ୍ଟେସନରୁ ମୋବାଇଲ ଲୁଟେରା ଗିରଫ୍ 

masiha

ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା

masiha

ବେଆଇନ ଭାବେ ଚଲାଇ ଆସୁଥିବା ଏକ ଘରୋଇ କ୍ଲିନିକ୍ ଉପରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ସିଲ୍ କଲେ

masiha

Leave a Comment

error: Content is protected !!