ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସରପଞ୍ଚ ସଂଘ

ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି

ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସରପଞ୍ଚ ସଂଘ

ଲାଞ୍ଜିଗଡ଼, ୩୧/୧୦( )-ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକରେ ବିଭିନ୍ନ ମୌଳିକ ସମସ୍ୟା ରହିଥିବାବେଳେ ସେସବୁର ସମାଧାନ ପାଇଁ ଆଗକୁ ଆଗେଇ ଆସିଛି ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ସଂଘ। ସଂଘର ସଭାପତି ସାନ୍ଦ୍ରୁ ମାଝୀଙ୍କ ନେତୃତ୍ୱରେ ବ୍ଲକର ୨୬ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଏକଜୁଟ ହେବା ସହିତ ୧୩ ଦଫା ଦାବି ନେଇ ଲାଞ୍ଜିଗଡ଼ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା, ବସୁଧା ଯୋଜନାରେ ସମସ୍ତଙ୍କୁ ପାଇପ ଯୋଗେ ପିଇବା ପାଣି ଯୋଗାଇଦେବା, ବ୍ଳକର ଖାଲି ଥିବା ସ୍କୁଲରେ ଶିକ୍ଷକ ପଦବୀ ପୂରଣ, ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି, ବାଦ ପଡ଼ିଥିବା ସମସ୍ତ ଗାଁକୁ ସବୁଦିନିଆ ରାସ୍ତା ସଂଯୋଗ, ମନରେଗା ଯୋଜନାରେ ୧୦୦ ଦିନ ବଦଳରେ ପୂର୍ବ ପରି ୩୦୦ ଦିନର କାମ ଯୋଗାଇଦେବା, ରାଜ୍ୟ ଅର୍ଥ କମିସନ ଓ କେନ୍ଦ୍ର ଅର୍ଥ କମିଶନର ଅନୁଦାନ ସଠିକ ସମୟରେ ପ୍ରଦାନ କରିବା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଥିବା ସମସ୍ୟା ଦୂର କରିବା, ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ କେବୁଲ ସଂଯୋଗ ଏବଂ ସୋଲାର ଷ୍ଟ୍ରିଟଲାଇଟ ବ୍ୟବସ୍ଥା, ଜାତୀୟ ପରିବାର ମଙ୍ଗଳ ଯୋଜନା, ହରିଶ୍ଚନ୍ଦ୍ର ଯୋଜନାରେ ନିର୍ଦ୍ଧାରିତ ସମୟରେ ସହାୟତା ରାଶି ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନାର ଅନୁଦାନ ରାଶି ୧ ଲକ୍ଷ ୨୦ ହଜାରରୁ ଦୁଇ ଲକ୍ଷକୁ ବୃଦ୍ଧି କରିବା, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ସରପଞ୍ଚଙ୍କ ଯୋଗଦାନ ସୁନିଶ୍ଚିତ କରିବା, ବ୍ଲକର ସବୁ ପଞ୍ଚାୟତକୁ ସମାନ ଭାବରେ ଅନୁଦାନ ରାଶି ପ୍ରଦାନ, ବ୍ଲକର ଖାଲିଥିବା ବିଭିନ୍ନ ପଦବୀ ପୂରଣ ଦାବିକୁ ନେଇ ଆଜି ଦାବି କରିଛି ସରପଞ୍ଚ ସଂଘ। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯାଇଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଖପ୍ରାଖୋଲ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମୀକ୍ଷା ବୈଠକ,ବିଭିନ୍ନ ଉନ୍ନୟନ କାମ ର ସଫଳ ରୂପାୟନ ଉପରେ ଗୁରୁତ୍ବ

masiha

ବନ୍ଧୁଗାଁ ବ୍ଲକରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ 

masiha

ବାଣପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!