ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତଡ଼ା ହାଇ ସ୍କୁଲ,ରାୟଗଡ଼ା ରେ ଶିକ୍ଷା କ୍ଷେତ୍ରରେ ଅଭିଭାବକ ମାନଙ୍କ ଭାଗୀଦାରିତା ଶୀର୍ଷକ କର୍ମଶାଳା

 ରାୟଗଡ଼ା ବ୍ଲକ ଅଧିନସ୍ଥ ଅନୁସୂଚୀତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଅତଡ଼ା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଅଭିଭାବକ ମାନଙ୍କର ଭାଗିଦାରିତା ଶୀର୍ଷକ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉକ୍ତ ବ୍ଲକ ର ୧୧ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ,ମେଟ୍ରନ,ସେବାୟତ,ଏ. ଏନ.ଏମ ମାଙ୍କ ସହିତ ଅତଡ଼ା ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ର ସଭାପତି ଶ୍ରୀ ତ୍ରିଲୋଚନ ମାଣ୍ଡାଙ୍ଗି ଯୋଗ ଦେଇ ଥିଲେ। ଅତଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପ୍ତି କୁମାରୀ ଜେନା କାର୍ଯ୍ୟକ୍ରମରେ ପୌରୋହିତ୍ୱା କରି ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାରେ ଅଭିଭାବକ ମାନଙ୍କର ଭାଗିଦାରିତା କିଭଳି ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି- ଅଭିଭାବକ,ଶିକ୍ଷକ ଓ ବିଦ୍ୟାଳୟ ମାନଙ୍କ ମଧ୍ୟରେ ପରସ୍ପର ସୁସମ୍ପର୍କ ଉପରେ ନିର୍ଭର କରେ,ଅଧ୍ୟୟନ କରୁଥିବା ଶିଶୁମାନଙ୍କ ପରିବାର ମାନଙ୍କୁ ସୁଦୃଢ଼ କରିବା ସହ ଶିକ୍ଷା କ୍ଷେତ୍ରରେ ଶିଶୁମାନଙ୍କର ବିଦ୍ୟାଳୟରେ ଶତପ୍ରତିଶତ ଉପସ୍ଥିତି,ପ୍ରଗତି ଓ ସଫଳତାକୁ ମଜଭୁତ କରିବା ସଂଗେସଂଗେ ଅଭିଭାବକ ମାନଙ୍କ ଦକ୍ଷତା,ଆତ୍ମବିଶ୍ବାସ କୁ ସୁଦୃଢ଼ କରେ ସେ ସଂପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ଉପସ୍ଥିତ ବିଲେଶୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଲାଡି ଶ୍ରୀନିବାସ ଓ କେରଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବଚା ତିରୁପତି ରାଓ ଅଭିଭାବକ ମାନଙ୍କ ସହ ଥିବା ପ୍ରତ୍ୟକ୍ଷ ଅନୁଭୂତି ବଖାଣି ଥିଲେ।

  ଉକ୍ତ କର୍ମଶାଳାକୁ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଅନଙ୍ଗ ଦେବ ବିଡ଼ିକା ଓ ଶ୍ରୀ ବିମଳ ରାଇକା ବିଦ୍ୟାଳୟ ସ୍ତରରେ “ପେରେଣ୍ଟ ଏଜ୍ ପାଟନର୍” କାର୍ଯ୍ୟକ୍ରମକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ଉପରେ ବିଶେଷ ଅବଗତ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଥମ ବାର୍ଷିକୀ ଭାଗବତ ଜ୍ଞାନ ଯଜ୍ଞ ସପ୍ତ ଦିନରେ ଉଦଯାପିତ 

masiha

ପବ୍ଲିକ ସ୍କୁଲରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଶିଶୁ ଦିବସ ପାଳିତ 

masiha

୪୨ମୌଜା ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!