ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଚାନ୍ଦିଲି ଉପସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ କର୍ମୀ ବିରୋଧରେ ଦାବି ପତ୍ର ପ୍ରଦାନ

ସରକାରୀ କାମ ବଦଳରେ ବ୍ୟକ୍ତିଗତ କାର୍ଯ୍ୟ କରାଉଛନ୍ତି ସ୍ୱାସ୍ଥ୍ୟକର୍ମୀ
କାମ ନକଲେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ଓ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି ସ୍ଵାସ୍ଥ୍ୟ କର୍ମୀ

ରାୟଗଡ଼ା : ତା : ୦୨/୦୯/୨୩ // ରାୟଗଡ଼ା ବ୍ଲକ ସାନ ଚାନ୍ଦିଲି ଉପସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଇନ୍ଦ୍ରା କମଣ୍ଡଳ ବିରୋଧରେ ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଲାଲ୍ ମୋହନ ରାଉତରାୟଙ୍କୁ ପ୍ରଦାନ କରିଛନ୍ତିି ।

 ଆଶା କର୍ମୀ ମାନଙ୍କୁ ସାନ ଚାନ୍ଦିଲି ସ୍ୱାସ୍ଥ୍ୟ କର୍ମୀ ଦୁର୍ବ୍ୟବହାର କରୁଛନ୍ତି । ଏଥି ସହିତ ଜୀବନ ବୀମା ପଲିସି କରିବା ଏବଂ ଅନ୍ୟାନ୍ୟ ପ୍ରଡକ୍ଟ ବିକ୍ରି କରିବା ପାଇଁ ବାଧ୍ୟ କରୁଛନ୍ତି । ଏଭଳି ନକଲେ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀ । ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଶୁକ୍ରବାର ଏହିଭଳି ଅଭିଯୋଗ କରିଛି ଭାରତୀୟ ମଜଦୁର ସଂଘ ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ । ଅଭିଯୋଗ ପାଇବା ପରେ ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଲାଲମୋହନ ରାଉତରାୟ । ଯଦି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଶାକର୍ମୀ ସଂଘ କାର୍ଯ୍ୟବନ୍ଦ କରିବା ସହିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଚଳ କରାଯିବ ବୋଲି କହିଛନ୍ତି ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସ ପ୍ରକାଶ କରିଛନ୍ତି।

 ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ବ୍ଲକ ସାନ ଚାନ୍ଦିଲି ଉପ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଇନ୍ଦ୍ରା କମଣ୍ଡଳ କାର୍ଯ୍ୟରତ ଆଶା କର୍ମୀ ମାନଙ୍କୁ ବିଭିନ୍ନ ବ୍ୟକ୍ତିଗତ କାର୍ଯ୍ୟ କରିବାକୁ କହୁଛନ୍ତି । ଯଦି ସେମାନେ ଏହାକୁ ନକରନ୍ତି ତେବେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶାଳିନ ଭାଷାରେ ଗାଳି ଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀମାନେ । ଆଶାକର୍ମୀ ପିଙ୍କି ଛୁରାଙ୍କ ଅଭିଯୋଗ ଅନୁଯାୟୀ, ୧୩ ତାରିଖ ଦିନ ଇନ୍ଦିରା ତାଙ୍କୁ ବିଷମକଟକ ସ୍ଥିତ ତାଙ୍କର ଏକ ବନ୍ଧୁ ଘରକୁ ବ୍ଲିଚିଂ ପାଉଡ଼ର ନେଇ ଦେବାକୁ କହିଥିଲେ ପିଙ୍କି ବିଷମକଟକ ଯାଇ ବ୍ଲିଚିଂ ପାଉଡର ଦେଇଥିଲେ କିନ୍ତୁ ତାଙ୍କୁ ବ୍ଲିଚିଂ ପାଉଡ଼ର କମ କାହିଁକି ଦେଇଛୁ କହି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଅଗଷ୍ଟ ୨୩ ତାରିଖରେ ଦୁଇ ଜଣ ରୋଗୀ ଇନ୍ଦିରାଙ୍କୁ ଭେଟିବାକୁ ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ସେମାନେ ବିନା ଅନୁମତିରେ ସେମାନଙ୍କୁ କାହିଁକି ପଠେଇଲୁ ବୋଲି ପିଙ୍କିଙ୍କୁ ଗାଳିଗୁଲଜ କରିଥିଲେ । ଏଥି ସହିତ ଇନ୍ଦିରାଙ୍କ ସ୍ୱାମୀ ଜୀବନ ବୀମା ଏଜେଣ୍ଟ ଥିବାରୁ ସେ ଆଶାକର୍ମୀମାନଙ୍କୁ ଜୀବନ ବୀମା କରିବାକୁ ବାଧ୍ୟ କରିବା ସହିତ ରୋଗୀମାନଙ୍କର ମଧ୍ୟ ଜୀବନବୀମା କରାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତିଛି । ଏହାବ୍ୟତୀତ ଇନ୍ଦିରା ବିଭିନ୍ନ ସମୟରେ ଆଶାକର୍ମୀଙ୍କୁ ନେଟୱର୍କିଂ ପ୍ରଡକ୍ଟ ବିକ୍ରି କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି । ଏହିସବୁ କାମ ବାଧ୍ୟବାଧକତାରେ ରୋଗୀଙ୍କୁ କହୁଥିବାରୁ ରୋଗୀମାନେ ଆଶାକର୍ମୀଙ୍କ ଉପରେ ବିରକ୍ତି ପ୍ରକାଶ କରୁଛନ୍ତି ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ସରକାରୀ କାର୍ଯ୍ୟକ୍ରମ ବିଷୟରେ ଉପଯୁକ୍ତ ସମୟରେ ଅବଗତ ନକରାଇ ରାତି ଅଧରେ କରୁଥିବା ମଧ୍ୟ ଆଶାକର୍ମୀମାନେ ଅଭିଯୋଗ କରିଛନ୍ତି । ସ୍ୱାସ୍ଥ୍ୟକର୍ମୀ ଇନ୍ଦିରା କମଣ୍ଡଳ ଏହିଭଳି ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହୁଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶୁକ୍ରବାର ସଂଘ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛନ୍ତି । ଉକ୍ତ ଦାବି ଦେବା ସମୟରେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ଶ୍ରୀ ମୋହନ ରାଓ ମାଝୀ , ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ଉପସଭାପତି ଦୁର୍ଗା ମାଧବ ଘୋଷ , ବିଶ୍ଵକର୍ମା ମଜଦୁର ସଂଘ ର ନିରଞ୍ଜନ ସେନାପତି , ଆଶା କର୍ମୀ ସଂଘର ଉମା ବଳିଆର ସିଂ , ନେହା ସିଂ , ଏବଂ ସମସ୍ତ ଆଶା କର୍ମୀମାନେ ଉପସ୍ଥିତ ଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ 

Sunil Chandra Nayak

ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଆହାତ ଜଣେ ଗୁରୁତ୍ୱର

masiha

ଧର୍ମଗଡ ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚିତ

masiha

Leave a Comment

error: Content is protected !!